ଇ-ଯାନ ଯନ୍ତ୍ରାଂଶରେ ଟିକସ ହ୍ରାସ ହେବା ଉଚିତ


ଘରୋଇ ବଜାରକୁ ସମ୍ପୂର୍ଣ୍ଣ ଇ-ଯାନ ବଜାରରେ ରୂପାନ୍ତରିତ କରିବାକୁ ସରକାର ଯୋଜନା କରୁଛନ୍ତି। ବଜାରର ବର୍ଦ୍ଧିତ ଇ-ଯାନ ଚାହିଦା ପୂରଣ ଲାଗି ଗୁଜରାଟ ଗାନ୍ଧୀନଗରସ୍ଥିତ ଟୁନ୍‌ଓ୍ବାଲ ଇ-ଭେଇକିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଉତ୍ପାଦନ ଜାରି ରଖିଛି। ଶୁକ୍ରବାର ଓଡିଶା ବଜାରରେ କମ୍ପାନୀର ଇ-ମଡେଲ୍‌ଗୁଡିକୁ ବଜାର ପ୍ରବେଶ କରାଇବା ଅବସରରେ ଏହାର ପରିଚାଳନା ନିର୍ଦ୍ଦେଶକ ଅମିତ୍‌ ଟୁନ୍‌ଓ୍ବାଲ ଧରିତ୍ରୀକୁ ଦେଇଥିବା ସାକ୍ଷାତକାରର ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଗଲା। ୧-ଓଡିଶା ବଜାରକୁ ନେଇ କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି? - ଓଡିଶା ବଜାରକୁ ନେଇ ଆମେ ବହୁ ମାତ୍ରାରେ ଆଶାବାଦୀ ଅଛୁ। ଏଠାରେ ରିଟେଲ ନେଟଓ୍ବର୍କର ଦୃଢୀକରଣ କରାଯିବ। ଏଠାକାର ଇ-ଯାନ ବଜାରରେ ଏକ ବୃହତ୍‌ ବଜାର ଅଂଶ ହାସଲ ପାଇଁ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ମୋପେଡ୍‌ ଓ ସ୍କୁଟି ବର୍ଗରେ ୪-୫ ଟି ମଡେଲ ଓଡ଼ିଶା ବଜାରରେ ଉନ୍ମୋଚନ କରିଛୁ। ବର୍ତ୍ତମାନ ୧୫ଟି ଡିଲରଶିପ୍‌ରେ ଏହି ମଡେଲଗୁଡିକ ଉପଲବ୍ଧ ରହିଛି। ଏହି ଟଚ୍‌ ପଏଣ୍ଟକୁ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ୧୦୦କୁ ବୃଦ୍ଧି କରାଯିବ। ସେହିଭଳି ପ୍ରତି ୫୦ କି.ମି. ମଧ୍ୟରେ ଗୋଟିଏ ଲେଖାଏ ବିକ୍ରୟ ଟଚ୍‌ ପଏଣ୍ଟ ସ୍ଥାପନ ଲକ୍ଷ୍ୟ ରହିଛି। ଏହା ଫଳରେ ଗ୍ରାହକମାନେ ଆମର ଉତ୍ପାଦଗୁଡିକୁ ସହଜରେ ଲାଭ କରିପାରିବେ। ଓଡିଶାରେ ଚଳିତ ମାସ ଶେଷ ସୁଦ୍ଧା ୬୦୦ ୟୁନିଟ ଯାନ ଓ ମାର୍ଚ୍ଚ ଶେଷ ବେଳକୁ ୬୦୦୦ ୟୁନିଟ୍‌ ଯାନ ବିକ୍ରି ଲକ୍ଷ୍ୟ ରହିଛି। ୨-ବୃହତ୍‌ ସଂଖ୍ୟକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ କମ୍ପାନୀର ଷ୍ଟ୍ରାଟେଜି କ’ଣ? -ନୂତନ ପିଢିର ଗ୍ରାହକଙ୍କୁ ଗୁଣଯୁକ୍ତ ଉତ୍ପାଦ ଏବଂ ସେବା ଯୋଗାଣ ଲକ୍ଷ୍ୟ ନେଇ ଆମେ ଅଗ୍ରସର ହେଉଛୁ। ସେହିଭଳି ଉନ୍ନତ ବିକ୍ରି ପରବର୍ତ୍ତୀ ସେବାକୁ ପ୍ରାଥମିକତା ଦିଆଯାଉଛି। ଭୁବନେଶ୍ୱର, କଟକ, କେନ୍ଦୁଝର, ବ୍ରହ୍ମପୁର, ଭବାନୀପାଟଣା, କଣ୍ଟାବାଞ୍ଜି, ଯାଜପୁର, ବାଲେଶ୍ୱର ଏବଂ ତାଳଚେରଠାରେ ଆମେ ବିତରକ ନିଯୁକ୍ତି କରିଛୁ। ଶୀଘ୍ର ୨୦ ପ୍ରମୁଖ ଡିଲର ଓ ୧୦୦ ସବ୍‌ ଡିଲରଙ୍କ ଦ୍ୱାରା ଓଡିଶାରେ ଉନ୍ନତ ଗ୍ରାହକ ସେବା ପ୍ରଦାନ ଲକ୍ଷ୍ୟ ରହିଛି। ଓଡିଶାର ଭୁବନେଶ୍ୱରରେ ପ୍ରଥମଥର ଲାଗି ୨୪ ଘଣ୍ଟିଆ ସେବା ଯୋଗାଣ ଦିଗରେ ଆମେ ବିଭିନ୍ନ ପଦକ୍ଷେପ ନେଇଛୁ। ୩- ମେକ୍‌ ଇନ୍‌ ଇଣ୍ଡିଆରେ କମ୍ପାନୀର ଆଗାମୀ ଦିନରେ କିଛି ଯୋଜନା ରହିଛି? ଆମେ ୨୦୧୪ରୁ ଘରୋଇ ବଜାରରେ ଉତ୍ପାଦନ ଆରମ୍ଭ କରିଛୁ। ୨୦୩୦ ବେଳକୁ ସରକାର ଘରୋଇ ବଜାରକୁ -ସମ୍ପୂର୍ଣ୍ଣ ଇ-ଯାନ ବଜାରରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖି ଥିବାରୁ ଏହି ଦିଗରେ ଆମେ ଏକ ପ୍ରମୁଖ ଅଂଶୀଦାର ଭାବେ କାର୍ଯ୍ୟ କରିପାରିବୁ। ବର୍ତ୍ତମାନ ଗାନ୍ଧୀନଗରଠାରେ ଆମର ଉତ୍ପାଦନ ୟୁନିଟରୁ ପ୍ରତି ମାସରେ ୩ ହଜାର ୟୁନିଟ ଯାନ ଉତ୍ପାଦନ ହେଉଛି। ଏହାକୁ ଚଳିତ ମାସ ଶେଷ ସୁଦ୍ଧା ୬ ହଜାରକୁ ବୃଦ୍ଧି କରିବାକୁ ପଦକ୍ଷେପ ନେଉଛୁ। ୪- ଘରୋଇ ବଜାରର ଟୁନ୍‌ଓ୍ବାଲର ଉପସ୍ଥିତି କେମିତି ରହିଛି, ଏହାକୁ ବୃଦ୍ଧି ଲାଗି କ’ଣ ପଦକ୍ଷେପ ନେଉଛନ୍ତି? -ଆମେ ବର୍ତ୍ତମାନ ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଓଡିଶା, ପଞ୍ଜାବ, ହରିୟାଣାରେ ଭଲ ଭାବରେ ଉପସ୍ଥିତି ଜାହିର କରି ପାରିଛୁ। ଏହି ସବୁ ସ୍ଥାନଗୁଡିକରେ ୧୫୦ଟି ରିଟେଲ ପଏଣ୍ଟ ରହିଛି। ଏହି ଧାରାକୁ ବୃଦ୍ଧି କରିବା ଲାଗି ଆମେ ବିଭିନ୍ନ ପଦକ୍ଷେପ ନେଉଛୁ। ୫- ଜିଏସଟି ସମ୍ପର୍କରେ କ’ଣ କହିବେ? -ନୂଆ ଟିକସ ବ୍ୟବସ୍ଥା ନିଶ୍ଚିତ ପକ୍ଷେ ସ୍ବାଗତଯୋଗ୍ୟ। ପ୍ରାଥମିକ ପର୍ଯ୍ୟାୟରେ ବଜାରରେ କିଛିଟା ସମସ୍ୟା ରହିଛି। ଏହାକୁ ସରକାର ସମାଧାନ କରୁଛନ୍ତି। ଇ-ଯାନ ଲାଗି ଜିଏସ୍‌ଟିରେ ବିଚାର କରାଯିବାର ଆବଶ୍ୟକତା ରହିଛି। ବିଭିନ୍ନ ଯନ୍ତ୍ରାଂଶ ଉପରେ ଜିଏସ୍‌ଟି ହ୍ରାସ ହେଲେ ଇ-ଯାନ ବଜାରକୁ ଏହା ପ୍ରୋତ୍ସାହିତ କରିବ। ୬- ଗ୍ରାହକଙ୍କ ଲାଗି ଇ-ଯାନ କ୍ରୟ କ୍ଷେତ୍ରରେ କ’ଣ ସବୁ ପ୍ରୋତ୍ସାହନ ରହିଛି? -ଇ-ଯାନ ବ୍ୟବହାରକୁ ସରକାର ବର୍ତ୍ତମାନ ପ୍ରୋତ୍ସାହିତ କରୁଛନ୍ତି। ସରକାର ଇ-ଯାନ କ୍ରୟ କ୍ଷେତ୍ରରେ ୭,୫୦୦ ଟଙ୍କାରୁ ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି। ୭-ଇ-କମର୍ସରେ ବିକ୍ରି ନେଇ ଯୋଜନା ରହିଛି କି? -ଇ-କମର୍ସର ପରିସର ବଢୁଥିବାରୁ ଇଣ୍ଟରନେଟରେ ମଧ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଯୋଜନା ରଖିଛୁ। ଏଥି ଲାଗି ଆମେ ବର୍ତ୍ତମାନ ଆମାଜନ ସହ ମିଳିତ ହୋଇଛୁ। ଏହି ଧାରାକୁ ବଢାଇବାକୁ ଲକ୍ଷ୍ୟ ରହିଛି। ୮- ଇ-ଯାନ ଗବେଷଣା କ୍ଷେତ୍ରରେ କମ୍ପାନୀ କ’ଣ ପଦକ୍ଷେପ ନେଉଛି? ଆମେ ନିଜସ୍ବ ଟେକ୍ନୋଲୋଜିକୁ ନେଇ ବାଇକ୍‌ଗୁଡିକୁ ଉତ୍ପାଦନ କରୁଛୁ। ଏଥି ଲାଗି ଗାନ୍ଧୀନଗରେଠାରେ ଏକ ନିଜସ୍ବ ଗବେଷଣା ଓ ଉନ୍ନତୀକରଣ ୟୁନିଟ୍‌ ସ୍ଥାପନ ହୋଇଛି। ବଜାରର ବିଭିନ୍ନ ଟ୍ରେଣ୍ଡକୁ ନେଇ ଏଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri