ଭୁବନେଶ୍ୱରରେ ହିଲିୟସର ନବୀକୃତ ଷ୍ଟୋର


ଭୁବନେଶ୍ୱର,୩୦-୧୧(ବ୍ୟୁରୋ) ଟାଇଟନ କମ୍ପାନୀ ଲିମିଟେଡର ପ୍ରିମିୟମ ମଲ୍‌ଟି ବ୍ରାଣ୍ଡ ଘଣ୍ଟା ରିଟେଲର ହିଲିୟସ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଥିବା ଷ୍ଟୋରଟିର ନବୀକୃତ ଷ୍ଟୋରର ଶୁଭାରମ୍ଭ ଘୋଷଣା ହୋଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ସହକାରୀ ଉପସଭାପତି ଏବଂ ଆଞ୍ଚଳିକ ବାଣିଜ୍ୟ ମୁଖ୍ୟ ରାଜେଶ୍ୱରୀ ଶ୍ରୀନିବାସନ, ଆଞ୍ଚଳିକ ବାଣିଜ୍ୟ ପ୍ରବନ୍ଧକ ବିପୁଲ ସେନଗୁପ୍ତା, ବାଣିଜ୍ୟ ପାର୍ଟନର ପପୁ ହଂସ ଓ ମାଣିକ୍‌ ହଂସ ଉପସ୍ଥିତ ରହି ଷ୍ଟୋରଟିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଉକ୍ତ ଷ୍ଟୋରଟି ପୂର୍ବରୁ ଖାରବେଳନଗରସ୍ଥିତ ଗୁରୁଦ୍ୱାରା ନିକଟରେ ଅବସ୍ଥାପିତ ଥିଲା, ଯାହା ବର୍ତ୍ତମାନ ମାଷ୍ଟର କ୍ୟାଣ୍ଟିନଠାରେ ନୂତନ ରୂପରେ କାର୍ଯ୍ୟକ୍ଷମ ହୋଇଛି। ଷ୍ଟୋରଟି ଓଡ଼ିଶାର ଏକମାତ୍ର ବ୍ରାଣ୍ଡ ଷ୍ଟୋର ହୋଇଥିବାବେଳେ ଏହା ୮୫୭ ବର୍ଗ ଫୁଟ ସ୍ଥାନରେ ଅବସ୍ଥାପିତ। ଉକ୍ତ ଷ୍ଟୋରରେ ଗ୍ରାହକମାନେ ବିସ୍ତୃତ ଶୃଙ୍ଖଳାର ୨୫ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ରାଣ୍ଡର ଘଡି ଲାଭ କରିବାକୁ ସକ୍ଷମ ହେବେ। ନବୀକୃତ ଷ୍ଟୋରରେ ଗ୍ରାହକଙ୍କ ଲାଗି ବିକ୍ରି ପରବର୍ତ୍ତୀ ସେବା ମଧ୍ୟ ଉପଲବ୍ଧ ରହିଛି। ଏହି ଅବସରରେ ୫୦୦୦ରୁ ଊର୍ଦ୍ଧ୍ୱ ଟଙ୍କାର ଅଣରିହାତି ସାମଗ୍ରୀ କ୍ରୟ ଉପରେ ୧୦% ପର୍ଯ୍ୟନ୍ତ ରିହାତି ମିଳିପାରିବ। ପୁରୁଷ ଓ ମହିଳାଙ୍କ ଲାଗି ଷ୍ଟୋରରେ ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡ ଯଥା-ଟ୍ୟାଗ୍‌ ହିଅର, ଫେଡରିକ୍‌ କନଷ୍ଟାଣ୍ଟ, ମୋଭାଡୁ, ସିକୋ, ଗେସ୍‌, ସିଟିଜେନ୍‌, ଫସିଲ, ସ୍କାଜେନ୍‌, କେନିଥ୍‌ କୋଲ୍‌, ପୋଲିସ୍‌, ଏନ୍‌ କ୍ଲେଇନ୍‌, ଗେସ୍‌ କଲେକ୍‌ଶନ, ସ୍ବଭସ୍କି, ଫିଟବିଟ୍‌ ସହ ଟାଇଟନର ଜାଇଲ୍‌ସ, ନେବୁଲା, ଅକ୍ଟେନ ଓ ରାଗା ଭଳି ବ୍ରାଣ୍ଡ ଉପଲବ୍ଧ। ପୂର୍ବାଞ୍ଚଳରେ ହିଲିୟସର ୪ଟି ଷ୍ଟୋର ରହିଛି। ଆସନ୍ତା ବର୍ଷ ସୁଦ୍ଧା ପୂର୍ବାଞ୍ଚଳରେ ଆଉ ୫-୬ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରହିଛି। ଭୁବନେଶ୍ୱରରେ ଅନ୍ୟ ଗୋଟିଏ ଷ୍ଟୋର ଖୋଲିବ ବୋଲି ଶ୍ରୀନିବାସନ କହିଛନ୍ତି। ଗ୍ରାହକଙ୍କ ଲାଗି ନୂଆ ଷ୍ଟୋରରେ ଏକ ସ୍ବତନ୍ତ୍ର ସ୍ବିସ୍‌ ଜୋନ୍‌ ଖୋଲାଯାଇଛି। ସେହିଭଳି ଇଏମ୍‌ଆଇ ସୁବିଧା ମଧ୍ୟ ରହିଛି। ଗ୍ରାହକଙ୍କ ରେସପନ୍ସକୁ ଆଧାର କରି ପରିବର୍ତ୍ତିତ ନୂଆ ଶୋ’ରୁମ୍‌ର ପରିକଳ୍ପନା କରାଯାଇଥିବା ବିଜ୍‌ନେସ ପାର୍ଟନର ପପୁ ହଂସ କହିଛନ୍ତି। ଏଠାରେ ଗ୍ରାହକ ମାନେ ଏକ ଉନ୍ନତ କ୍ରୟ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri