ଗ୍ରାହକଙ୍କୁ ଭାଲ୍ୟୁ ଫର୍‌ ମନି ଦେଉଛି ଫୋର୍ଡ


ଘରୋଇ ବଜାରର ପରିବର୍ଦ୍ଧିତ ଅଟୋମୋବାଇଲ ଶିଳ୍ପରେ ବର୍ତ୍ତମାନ ଦ୍ରୁତ ପରିବର୍ତ୍ତନ ଘଟୁଛି। କମ୍ପାନୀଗୁଡିକ ଗ୍ରାହକଙ୍କ ଚାହିଦାକୁ ଆଧାର କରି ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ଏବେ ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦ୍ରୁତ ହୋଇଛି। ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦା, ଟେକ୍ନୋଲୋଜି ପରିବର୍ତ୍ତନ, ନୂଆ ଟିକସ ବ୍ୟବସ୍ଥା ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ଭିତ୍ତି କରି ବଜାରରେ ସ୍ଥିତି ଜାହିର ଲାଗି କମ୍ପାନୀଗୁଡିକ କୌଶଳ ପ୍ରସ୍ତୁତ କରୁଛନ୍ତି। ଘରୋଇ ବଜାରରେ ପ୍ରମୁଖ କାର ନିର୍ମାତା ଫୋର୍ଡ ଏ କ୍ଷେତ୍ରରେ ଅତ୍ୟତମ ସ୍ଥାନରେ ରହିଛି। ସୋମବାର ଫୋର୍ଡ ଇଣ୍ଡିଆର ଜେନେରାଲ ମ୍ୟାନେଜର(ସେଲସ୍‌) ଅନୁଜ ତ୍ୟାଗୀ ଭୁବନେଶ୍ୱର ଗସ୍ତରେ ଆସିଥିବାବେଳେ କମ୍ପାନୀର ଆଗାମୀ ଯୋଜନା ତଥା ରଣକୌଶଳ ସମ୍ପର୍କରେ ସତ୍ୟାନନ୍ଦ ନାୟକଙ୍କୁ ଦେଇଥିବା ସାକ୍ଷାତାକାର ସମ୍ପାଦିତ ଅଂଶ... ୧.ବଜାରର ପରିବର୍ତ୍ତନ ଧାରାକୁ କେମିତି ଦେଖୁଛନ୍ତି? -ବଜାରରେ ଦ୍ରୁତ ପରିବର୍ତ୍ତନ ବର୍ତ୍ତମାନ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଅଭିରୂଚିରେ ପରିବର୍ତ୍ତନ ଯୋଗୁ ଗତ କିଛି ବର୍ଷ ଧରି କମ୍ପାନୀଗୁଡିକ ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣୁଛନ୍ତି। ଏ କ୍ଷେତ୍ରରେ ଆମେ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛୁ। ଗ୍ରାହକଙ୍କୁ ଭାଲ୍ୟୁ ଫର୍‌ ମନି, ସୁଲଭତା, ଉନ୍ନତ ବିକ୍ରି ପରବର୍ତ୍ତି ସେବା, ଗୁଣଯୁକ୍ତ ଉତ୍ପାଦ ଦ୍ୱାରା ପ୍ରତି ଗ୍ରାହକଙ୍କ ବିଶ୍ୱାସଭାଜନ ହେବାକୁ ଆମେ ପ୍ରାଥମିକତା ଦେଉଛୁ। ୨.ଅଟୋ ଶିଳ୍ପରେ ଏସ୍‌ୟୁଭି ସେଗ୍‌ମେଣ୍ଟର ଅଭିବୃଦ୍ଧି କିପରି ରହିଛି? ଏଥିରେ କମ୍ପାନୀର ସ୍ଥିତି କ’ଣ ରହିଛି? -ଏହି ସେଗ୍‌ମେଣ୍ଟରେ ଅଭିବୃଦ୍ଧି ଦ୍ରୁତ ରହିଛି। ଆମେ ବହୁ ପୂର୍ବରୁ ଏହାକୁୁ ଧ୍ୟାନରେ ରଖି ଆମର ଇକୋ ସ୍ପୋର୍ଟ ମଡେଲକୁ ବଜାରକୁ ଆଣିଥିଲୁ। ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ନୂଆ ପରିବର୍ତ୍ତିତ ମଡେଲ ଆଣିଛୁ। ସମଗ୍ର ସେଗମେଣ୍ଟ ଯାନ ବିକ୍ରି ମଧ୍ୟରେ ଏସ୍‌ୟୁଭି ସେଗମେଣ୍ଟ ଆଗାମୀ ଦିନରେ ୨୪% ବଜାର ଅଂଶ ହାସଲ କରିବ। ବର୍ତ୍ତମାନ ଏହା ୧୬% ରହିଛି। ଏହି ବର୍ଗର ଫୋର୍ଡ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି। ୩. ପ୍ରଦୂଷଣ ତଥା ଅନ୍ୟ କେତେକ କାରଣ ଲାଗି ସରକାର ବର୍ତ୍ତମାନ ଇ-ଯାନକୁ ଗୁରୁତ୍ୱ ଦେଉଛନ୍ତି। ଏହା ଉପରେ କମ୍ପାନୀର କ’ଣ ଯୋଜନା ରହିଛି? - ଏ ଯାଏ ଆମେ ଏହା ଉପରେ କିଛି କହି ପାରିବୁ ନାହିଁ। ସରକାର ଏ ନେଇ କଣ ନୀତି ଆଣୁଛନ୍ତି ତାକୁ ଧ୍ୟାନରେ ରଖି ଆଗାମୀ ଯୋଜନା ସମ୍ପର୍କରେ ବିଚାର କରାଯିବ। ୪- ଜିଏସ୍‌ଟି ପରବର୍ତ୍ତି ବଜାର ଉପରେ କଣ କହିବେ? - ଗତ ବର୍ଷ ଠାରୁ ସରକାରଙ୍କ ବିଭିନ୍ନ ନୀତି ଯୋଗୁ ଅଟୋ ଶିଳ୍ପ ଓ ବଜାରରେ କିଛିଟା ପ୍ରଭାବ ଆସିଥିଲା ମାତ୍ର ବର୍ତ୍ତମାନ ବ୍ୟବସାୟ ଠିକ୍‌ ଟ୍ରାକ୍‌କୁ ଆସିଯାଇଛି। ୫- ନିକଟରେ ଫୋର୍ଡ ଓ ମହିନ୍ଦ୍ରା ଏମ୍‌ଓୟୁରେ ସାମିଲ ହୋଇଛନ୍ତି। ଏପରି ନିଷ୍ପତ୍ତି ପଛରେ କମ୍ପାନୀର କି ଆଭିମୁଖ୍ୟ ରହିଛି? - ଘରୋଇ ବଜାରରେ ଆମେ ଅଟୋ ଶିଳ୍ପର କେତେକ କ୍ଷେତ୍ରରେ ଥିବା ସମ୍ଭାବନାକୁ ଦେଖି ମହିନ୍ଦ୍ରା ସହ ଚୁକ୍ତିରେ ସାମିଲ ହୋଇଛୁ। ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଯାନ ପ୍ରଦାନ ସମେତ ଅନ୍ୟ କେତେକ କ୍ଷେତ୍ରରେ ମିଳିତ ହୋଇ ଆମେ କାର୍ଯ୍ୟ କରିବୁ। ୬- ପୂର୍ବର ଇକୋସ୍ପୋର୍ଟ ଓ ବର୍ତ୍ତମାନର ପରିବର୍ତ୍ତିତ ମଡେଲ, ଏ ନେଇ ଗ୍ରାହକଙ୍କୁ କଣ ସୂଚନା ଦେବେ? -ଗ୍ରାହକଙ୍କ ଦ୍ରୁତ ଏସ୍‌ୟୁଭି ଚାହିଦା ପୂରଣ ଲାଗି ଆମେ ଏହି ମଡେଲରେ ପ୍ରାୟ ୧୬୦୦ ଇଞ୍ଜିନିୟରିଂ ପରିବର୍ତ୍ତନ କରିଛୁ। ୫୦ ନୂଆ ଫିଚର ସଂଯୋଗ ମଧ୍ୟ କରାଯାଇଛି। ଗ୍ରାହକଙ୍କ ଚାହିଦା ପୂରଣ ଦିଗରେ ଆମର ଏହିଭଳି ପ୍ରୟାସ ଜାରି ରହିଛି। ୭-ନିରାପତ୍ତା ଗାଡି ଚାଳନା ସଂକ୍ରାନ୍ତ ସଚେତନତା ଲାଗି କମ୍ପାନୀ ପକ୍ଷରୁ କି ପ୍ରକାରର ପଦକ୍ଷେପ ନିଆଯାଉଛି? - ନିରାପଦ ଗାଡି ଚାଳନା ଲାଗି ଡ୍ରାଇଭିଂ ସ୍କିଲ ଫର ଲାଇଫ୍‌ ନାମକ କାର୍ଯ୍ୟକ୍ରମ କମ୍ପାନୀ ହାତକୁ ନେଉଛି। ଏଥିରେ କର୍ପୋରେଟ୍‌, ଡ୍ରାଇଭର, ଗ୍ରାହକଙ୍କୁ ବିଭିନ୍ନ ସଚେତନତା ବାର୍ତ୍ତା ଓ ତାଲିମ ଦିଆଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨୦,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri