ଶସ୍ତା ହେବ ଓ୍ବାଶିଂ ମେଶିନ୍‌, ରେଫ୍ରିଜରେଟର


ନୂଆଦିଲ୍ଲୀ,୨୦-୧୧ ଖାଉଟି ଉତ୍ପାଦ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଜିଏସ୍‌ଟି ହାର କମାଇବା ପରେ ଆଗକୁ ସରକାର ଏୟାର୍‌ କଣ୍ଡିଶନର, ଓ୍ବାଶିଂ ମେଶନ୍‌ ଏବଂ ରେଫ୍ରିଜରେଟର ଭଳି ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ ଉପରୁ ଟିକସ ହ୍ରାସ କରିପାରନ୍ତି। ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକରେ ଏହା ଉପରେ ବିଚାର କରାଯାଇପାରେ। ଏକ ବିଶେଷ ସୂତ୍ରରୁ ଏହା ଜଣାଯାଇଛି। ଏବେ ଏସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୨୮% ରହିଛି। ତେବେ ଆଗାମୀ ବୈଠକରେ ଏସବୁରେ ଟିକସ ହ୍ରାସ କରାଯାଇପାରେ ବୋଲି ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓ୍ବାଶିଂ ମେଶିନ୍‌ ଏବଂ ରେଫ୍ରିଜରେଟର ଭଳି ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ ଉପରେ ଜିଏସ୍‌ଟି ହାର କମିଲେ ଏଗୁଡିକର ବିକ୍ରି ବଢ଼ିବ। ଉଚ୍ଚ ଟିକସ ହାର ଯୋଗୁ ଏହି କ୍ଷେତ୍ରରେ ମାନ୍ଦବସ୍ଥାଜନିତ ପରିସ୍ଥିତି ସୃଷ୍ଟି ହୋଇଥିବା ଅନେକ ଅଭିଯୋଗ ଆସିଛି। ତା’ଛଡା ସରକାର ମହିଳାମାନଙ୍କୁ ମଧ୍ୟ ଖୁସି କରିବାକୁ ଚାହାନ୍ତି। ଏହି ଉତ୍ପାଦଗୁଡିକ ମହିଳାମାନଙ୍କ ଦ୍ୱାରା ବିଶେଷ ଭାବେ ବ୍ୟବହାର ହେଉଥିବାବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନେତୃତ୍ୱରେ ବସିବାକୁ ଥିବା ପରବର୍ତ୍ତୀ ବୈଠକରେ ଏସବୁ ଉପରୁ ଟିକସ ହ୍ରାସ କରି ସରକାର ଏମାନଙ୍କୁ ଖୁସି କରିବାକୁ ଚାହୁଁଥିବା ଉକ୍ତ ଅଧିକାରୀଜଣକ କହିଛନ୍ତି। କେତେକ ହ୍ବାଇଟ୍‌ ଗୁଡ୍‌ସ ଉପରେ ୧୨ରୁ ୧୮% ଟିକସ ଲାଗୁଛି। ସମସ୍ତ କଞ୍ଜ୍ୟୁମର ଡ୍ୟୁରେବଲ ତଥା ଗୃହପୋକରଣ ସାମଗ୍ରୀକୁ ୧୮%କୁ କମାଇଦେଲେ ଘରୋଇ ନିର୍ମାତାଙ୍କ ପାଇଁ ଏହା ସହାୟକ ହେବ ଏବଂ ଏଗୁଡିକର ଦର କମିବା ଫଳରେ ବଜାରରେ ଉତ୍ସାହ ଦେଖାଦେବ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ସରକାର ପୂର୍ବ ବୈଠକରେ ସୂଚନା ଦେଇଥିଲେ ୨୮% ସ୍ଲାବରେ କେବଳ ଲକ୍‌ଜ୍ୟୁରୀ ଏବଂ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଉତ୍ପାଦ ରହିବ। ଉକ୍ତ କ୍ରମରେ ସମସ୍ତ ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦଗୁଡିକୁ ୨୮%ରୁ ୧୮%କୁ ଖସାଇ ଦିଆଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି। ଡିଶ୍‌ ଓ୍ବାଶର ଏବଂ ଓ୍ବାଶିଂ ମେଶିନ୍‌ ୨୮% ସ୍ଲାବରେ ରହିବା ଦ୍ୱାରା ମହିଳାଙ୍କ କାମ ବୋଝ ବଢ଼ିବ। ପରବର୍ତ୍ତୀ ବୈଠକରେ ସେମାନଙ୍କୁ ଆଶ୍ୱସ୍‌ି ଦିଆଯାଇପାରେ। ପୂର୍ବ ଜିଏସ୍‌ଟି ପରିଷଦ ବୈଠକରେ ତାରକା ହୋଟେଲଗୁଡିକୁ ଛାଡି ଅନ୍ୟ ସମସ୍ତ ରେଷ୍ଟୁରାଣ୍ଟ ଉପରେ ଜିଏସ୍‌ଟି ହାର ୧୮%ରୁ ହ୍ରାସ କରି ୫%କୁ ଖସାଇ ଦିଆଯାଇଛି। ନଭେମ୍ବର ୧୫ରୁ ଏହା ଲାଗୁ ହୋଇଛି। ତେବେ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ହଟାଇ ଦିଆଯାଇଥିବା କିଛି ରେଷ୍ଟୁରାଣ୍ଟ ସେମାନଙ୍କ ମେନ୍ୟୁ ପ୍ରଇସ୍‌ରେ ବୃଦ୍ଧି କରିଛନ୍ତି। ପୂର୍ବ ବୈଠକରେ ୨୦୦ରୁ ଊର୍ଦ୍ଧ୍ୱ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରୁ ଟିକସ ହ୍ରାସ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri