ରିଟେଲ ନେଟ୍‌ଓ୍ବର୍କକୁ ଦୃଢ କରିବ ଗ୍ୟାମ୍‌ଲେ


ଭୁବନେଶ୍ୱର,୨୦-୧୧(ବ୍ୟୁରୋ) ପ୍ରମୁଖ କିଚେନ୍‌ ଆପ୍ଲାଏନ୍ସ ବ୍ରାଣ୍ଡ ଗ୍ୟାମ୍‌ଲେ ଘରୋଇ ବଜାରରେ ନିଜର ରିଟେଲ ନେଟଓ୍ବର୍କକୁ ଦୃଢ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନୀ ସୋମବାର ଏହାର ସ୍ବତନ୍ତ୍ର ଆଉଟଲେଟ୍‌ ଗ୍ୟାମ୍‌ଲେ ଓ୍ବାର୍ଲଡକୁ ସ୍ଥାନୀୟ ରଘୁନାଥପୁର ସ୍ଥିତ ଗ୍ୟାଲେକ୍ସି ମଲ୍‌ଠାରେ ଶୁଭାରମ୍ଭ କରିଛି। ଘରୋଇ ବଜାର ଓ ଓଡିଶାରେ ସ୍ଥିତି ଦୃଢୀକରଣ ଲାଗି କମ୍ପାନୀ ୨୦୧୮ ମାର୍ଚ୍ଚ ସୁଦ୍ଧା ୨୦ଟି ଏକ୍ସକ୍ଲୁଶିଭ୍‌ ଷ୍ଟୋର ଖୋଲିବାକୁ ଯୋଜନା ରଖିଛି ବୋଲି ନୂଆ ଶୋରୁମଟିକୁ ଶୁଭାରମ୍ଭ କରି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ଦୟାଲ କହିଛନ୍ତି। ଆମେ ଗୁଆହାଟୀ, ଓଡିଶା ଓ ପଶ୍ଚିମବଙ୍ଗ ଭଳି ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ରିଟେଲ୍‌ ନେଟଓ୍ବର୍କ ଦୃଢୀକରଣ ଉପରେ ଗୁରୁତ୍ୱ ଦେଉଛୁ। ୪ ମାସ ତଳେ ଓଡିଶାରେ ଆମେ ପ୍ରବେଶ କରିଥିଲୁ। ଆଗାମୀ ଦିନମାନଙ୍କରେ ଭୁବନେଶ୍ୱରରେ ଏହିଭଳି ସ୍ବତନ୍ତ୍ର ଆଉଟଲେଟ୍‌ ଖୋଲିବାର ଲକ୍ଷ୍ୟ ରହିଛି। ସେହିଭଳି ୨୦୧୮-୧୯ରେ ରାଜ୍ୟର ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ନୂଆ ଏକ୍ସକ୍ଲୁସିଭ୍‌ ଆଉଟଲେଟ୍‌ ଖୋଲିବାକୁ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ବ୍ୟବସାୟକୁ ୨୦ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଓଡିଶାର ଅଂଶ ପ୍ରାୟ ୨.୫ କୋଟି ଟଙ୍କା ରହିବ ବୋଲି ସେ ଆଶା ରଖିଛନ୍ତି। ରିଟେଲ୍‌ରୁ କମ୍ପାନୀର ୭୦% କାରବାର ଆସୁଥିବା ସେ କହିଛନ୍ତି। କମ୍ପାନୀ ଓଡିଶାରେ ୨୫ ମଲଟିବ୍ରାଣ୍ଡ ଆଉଟଲେଟ ସହ ମିଳିତ ହୋଇ ବ୍ୟବସାୟ କରୁଛି। ଏହାକୁ ବଢାଇ ଆସନ୍ତା ମାର୍ଚ୍ଚ ବେଳକୁ ୪୦ରୁ ୪୫ ଓ ୨୦୧୯ ମାର୍ଚ୍ଚ ବେଳକୁ ଏହାକୁ ୧୫୦କୁ ବଢାଯିବ ବୋଲି ସେ ସୂଚନା ଦେଇଛନ୍ତି। ନୂଆ ଷ୍ଟୋରରେ ଗ୍ରାହକମାନେ କିଚେନ୍‌ ଚିମନୀ, କୁକଟପ୍ସ ଓ ହବ୍‌ମାନ ଲାଭ କରିବାକୁ ସକ୍ଷମ ହେବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri