ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ ପେମେଣ୍ଟ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଶୀଘ୍ର


ନୂଆଦିଲ୍ଲୀ,୭-୧୧(ପି.ଟି)- ବିମୁଦ୍ରୀକରଣ ପରେ ଡିଜିଟାଲ ନେଣଦେଣକୁ ସରକାର ପ୍ରାଥମିକତା ଦେଉଛନ୍ତି। ଆସନ୍ତା ବର୍ଷ ଜାନୁୟାରୀରୁ ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ ପେମେଣ୍ଟ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଭିନ୍ନ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଏହା ଉପରେ ଡାଇରେକ୍ଟୋରେଟ୍‌ ଅଫ୍‌ ଆଡଭର୍ଟାଇଜିଂ ଆଣ୍ଡ ଭିଜୁଆଲ ପବ୍ଲିସିଟି (ଡିଏଭିପି)ର ଏକ କମିଟି କାର୍ଯ୍ୟ କରୁଥିବା ଜଣା ଯାଇଛି। ଯୋଜନାକୁ ରୂପରେଖ ଦେବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଓ ଆଇଟି ମନ୍ତ୍ରଣାଳୟ ମଧ୍ୟ ମିଳିତ ହୋଇ କାର୍ଯ୍ୟ କରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏଥି ଲାଗି ନୂଆ ଲୋଗୋ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଡିଏଭିପିର ବୈଠକରେ ଏ ସଂକ୍ରାନ୍ତ ଅନ୍ତିମ ଯୋଜନା ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣା ଯାଇଛି। ଡିଜିଟାଲ ପେମେଣ୍ଟର ପ୍ରୋତ୍ସାହନ ଲାଗି ପ୍ରତ୍ୟେକ ମନ୍ତ୍ରଣାଳୟ ମିଳିତ ହୋଇ କାର୍ଯ୍ୟ କରିବେ। ବିଶେଷ କରି ବିମୁଦ୍ରୀକରଣ ପରେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବାକୁ ସରକାର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛନ୍ତି। ଘରୋଇ କ୍ଷେତ୍ର ସଂସ୍ଥାଗୁଡିକ ଡିଜିଟାଲ ନେଣଦେଣ କ୍ଷେତ୍ରରେ ବିଶେଷ ଭାବେ ଯୋଗଦାନ ରଖିବାରୁ ଏଥିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ନିକଟରେ ଆରବିଆଇ ଦେଇଥିବା ତଥ୍ୟ ମୁତାବକ ଦେଶରେ ୯୩୩ କୋଟି ଇ ନେଣଦେଣ ହୋଇଛି। ନଭେମ୍ବର ୨୦୧୬ ପରଠାରୁ ସେପ୍ଟେମ୍ବର ୨୦୧୭ ମଧ୍ୟରେ ହୋଇଥିବା ଏହି ନେଣଦେଣର ପରିମାଣ ୧୨.୧୩ ଲକ୍ଷ କୋଟି ହେବ ବୋଲି ଆରବିଆଇ କହିଛି। ଡିସେମ୍ବର ୨୦୧୬ରେ ଇ-ନେଣଦେଣ ୯୫.୭୫ କୋଟି ରହିଥିଲା ବେଳେ ଏହା ମାର୍ଚ୍ଚ ୨୦୧୭ ବେଳକୁ ୧.୪୯ ଲକ୍ଷ କୋଟି ରହିଥିଲା। ତଥ୍ୟ ମୁତାବକ ସେପ୍ଟେମ୍ବର ୨୦୧୭ରେ କେବଳ ୮୭.୭ କୋଟି ଟ୍ରାଞ୍ଜାକଶନ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୧.୨୪ ଲକ୍ଷ କୋଟି ହେବ। ୟୁପିଆଇ ଭିତ୍ତିକ ଟ୍ରାଞ୍ଜକଶନ ଧାରାରେ ବୃଦ୍ଧି ହେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଗତ ବର୍ଷ ନଭେମ୍ବରରେ ୯୦ କୋଟି ନେଣଦେଣ ହୋଇଥିବା ବେଳେ ଏହା ଚଳିତ ବର୍ଷ ସେପ୍ଟେମ୍ବରରେ ୫,୨୯୦ କୋଟି ଛୁଇଁଛି। ସେପ୍ଟେମ୍ବରରେ ମୋବାଇଲ ବ୍ୟାଙ୍କିଙ୍ଗ ଧାରାରେ ବୃଦ୍ଧି ହୋଇଥିବା ବେଳେ ମୋବାଇଲ କାରବାର ଧାରାରେ ହ୍ରାସ ପରିଲକ୍ଷିତ ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri