ନିର୍ମାଣ ହେବ ୧୦୦ ବିମାନ ବନ୍ଦର


ନୂଆଦିଲ୍ଲୀ,୫-୧୧- ଦେଶ ମଧ୍ୟରେ ବିମାନ ଦ୍ୱାରା ସଂଯୋଗୀକରଣ ସୁବିଧାକୁ ପ୍ରୋତ୍ସାହନ ପୂର୍ବକ ସରକାର ଅଧିକ ବିମାନ ବନ୍ଦର ନିର୍ମାଣକୁ ଗୁରୁତ୍ୱ ଦେବେ। ଏଥି ଲାଗି ନୂଆ ଯୋଜନା ମଧ୍ୟ ଧାର୍ଯ୍ୟ ହୋଇଛି। ଏହି ପଦକ୍ଷେପ ଅନ୍ତର୍ଗତ ସରକାର ଆଗାମୀ ୧୫ ବର୍ଷ ମଧ୍ୟରେ ଦେଶରେ ୧୦୦ ନୂଆ ବିମାନ ବନ୍ଦର ନିର୍ମାଣ କରିବେ। ଏଥି ଲାଗି ୪ ଲକ୍ଷ କୋଟି ଟଙ୍କା ନିବେଶ ଯୋଜନା ରହିଥିବା ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୂଚନା ଦେଇଛନ୍ତି। ଏହା ମଧ୍ୟରେ ବିମାନ ସେବା ଅପହଞ୍ଚ ଇଲାକାରେ ୭୦ ବିମାନ ବନ୍ଦର ସ୍ଥାପନ କରାଯିବାର ଲକ୍ଷ୍ୟ ରହିଛି। ସେହିପରି ଅନ୍ୟଗୁଡିକ ଦ୍ୱିତୀୟ ବିମାନ ବନ୍ଦର ଭାବେ ତଥା ବର୍ତ୍ତମାନର ବିମାନ ବନ୍ଦରଗୁଡିକୁ ସମ୍ପ୍ରସାରଣ ଯୋଜନା ରଖା ଯାଇଛି। ବିମାନ ବନ୍ଦରଗୁଡିକରେ ବାଣିଜି୍ୟକ ପ୍ଲାଇଟ୍‌ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନକୁ ନଜରରେ ରଖି ଏହି ଭଳତ ଭାବରେ ନୂଆ ବିମାନ ବନ୍ଦର ସ୍ଥାପନ କରିବାର ଆବଶ୍ୟକତା ରହିଥିବା ସିହ୍ନା ସୂଚନା ଦେଇଛନ୍ତି।ବର୍ତ୍ତମାନ ଦେଶରେ ୧୦୦ ବିମାନ ବନ୍ଦର ରହିଛି। ଘରୋଇ ବିମାନ ଚଳାଚଳ ବଜାରରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ଘରୋଇ ବଜାରରେ ବିମାନ ସେବା ଯୋଗାଉ ଥିବା କମ୍ପାନୀଗୁଡିକ ସେମାନଙ୍କ ସେବାକୁ ଅପହଞ୍ଚ ଇଲାକାକୁ ପହଞ୍ଚାଇବାକୁ ଯୋଜନା କରୁଛନ୍ତି। ସେହିଭଳି ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନାରେ ସବସିଡି ବିମାନ ସେବା ଯୋଗାଣ ଏହି ଧାରାକୁ ଆହୁରୀ ପ୍ରୋତ୍ସାହିତ କରିବ। ଅପର ପକ୍ଷରେ ଘରୋଇ କ୍ଷେତ୍ର ସହଭାଗିତାକୁ ଏଥିଲାଗି ପ୍ରାଥମିକତା ଦିଆଯିବ। ସହରଗୁଡିକର ବିମାନ ସେବା ଆକଶ୍ୟକତା ଭିତ୍ତିରେ ଏହି ଭଳି ନିଷ୍ପତ୍ତି ନିଆଯିବ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri