ଘରୋଇ ବଜାର ଉପରେ ରାନଶମଓ୍ବେର ବିପଦ


ନୂଆଦିଲ୍ଲୀ,୫-୧୧- ନିକଟରେ ଓ୍ବାନାକ୍ରାଇ ନାମକ ରାମଶମ୍‌ଓ୍ବେର ଯୋଗୁ ଘରୋଇ ବଜାର ସମେତ ସାରା ବିଶ୍ୱ ପ୍ରଭାବିତ ହୋଇଥିଲା। ମାତ୍ର ଏହା ଯୋଗୁ ଘରୋଇ ବଜାର ଏଥିରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାନଶମଓ୍ବେର ଯୋଗୁ ଅଧିକ ପ୍ରଭାବିତ ଆଶଙ୍କା ରହିଥିବା ୭ ପ୍ରମୁଖ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ବର୍ଷ ଓ୍ବିଣ୍ଡୋ, ଆଣ୍ଡ୍ରଏଡ୍‌, ଲିନକ୍ସ, ମ୍ୟାକ୍‌ ଓଏସ୍‌ ଭଳି ସିଷ୍ଟମରେ ସାଇବର ଆକ୍ରମଣର ମାତ୍ରା ବୃଦ୍ଧି ଘଟିଛି । କୌଣସି ସମୟରେ ଓ୍ବାନାକ୍ରାଇ ଭଳି ଆଉ ଏକ ରାନଶମଓ୍ବେର ନ ଘଟିବ ତାହା କହିହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସୋଫୋସ ଲ୍ୟାବ୍‌ ପ୍ରଦାନ କରିଥିବା ୨୦୧୮ ମାଲଓ୍ବେର ରିପୋର୍ଟ ମୁତାବକ ବର୍ତ୍ତମାନ ଦୁଇଟି ପ୍ରକ୍ରିୟାରେ ସାଇବର ଆକ୍ରମଣ ବୃଦ୍ଧି ହେଉଛି। ବିନା ଏନକ୍ରିପଡେଟ ଡାଟାରେ ଫୋନକୁ ଲକ୍‌ କରାଯାଇ ପାରୁଥିବା ବେଳେ ଡାଟାକୁ ଏନକ୍ରିପଶନ କରାଯିବା ବେଳେ ଫୋନ୍‌କୁ ଲକ୍‌ କରାଯାଇ ପାରୁଛି। ରାନଶମଓ୍ବେର ବିଶେଷ ଭାବେ ଓ୍ବିଣ୍ଡୋଗୁଡିକୁ ପ୍ରଭାବିତ କରୁଥିବାର ଦେଖା ଯାଉଥିଲା। ମାତ୍ର ଚଳିତ ବର୍ଷ ଏହା ସାରା ବିଶ୍ୱର ବିଭିନ୍ନ ଡିଭାଇସ୍‌ ତଥା ଅପରେଟିଂ ସିଷ୍ଟମଗୁଡିକୁ କ୍ରିପ୍ଟୋ ଆଟାକ୍‌ ପ୍ରଭାବିତ କରୁଥିବା ସୋଫୋସ ଲ୍ୟାବର ସିକ୍ୟୁରିଟି ରିସର୍ଚ୍ଚର ଡୋର୍କା ପାଲୋଟେ ସୂଚନା ଦେଇଛନ୍ତି। ଓ୍ବାନାକ୍ରିପ୍ଟ ନାମକ ରାନଶମଓ୍ବେର ୨୦୧୭ ବେଳକୁ ସାମ୍ନାକୁ ଆସିଥିଲା। ଏହା ୨୦୧୬ରେ ସର୍ଭର ରାନଶମଓ୍ବେର ଠାରୁ ଅଧିକ ଶକ୍ତିଶାଳୀ ରହିଥିଲା। ସବୁ ରାନଶମଓ୍ବେରକୁ ବିଚାରକୁ ନେଲେ ଜଣାଯିବ ଯେ, ଓ୍ବାନାକ୍ରିପ୍ଟର ଅଂଶ ୪୫.୩ ଏବଂ ସର୍ଭରର ଅଂଶ ୪୪.୨% ହେବ। ପ୍ରଥମଥର ଲାଗି ରାନଶମଓ୍ବେରରେ ଏକ କୀଟ ଭଳି ବୈଶିଷ୍ଟ୍ୟ ଦେଖିବାକୁ ମିଳୁଛି। ଏହା ଓ୍ବାନାକ୍ରିପ୍ଟକୁ ଦ୍ରୁତ ଭାବେ ସମ୍ପ୍ରସାରିତ କରିଥାଏ। ଏହି ରାମଶମଓ୍ବେର ଓ୍ବିଣ୍ଡୋଗୁଡିକର ଦୁର୍ବଳତାକୁ ସହଜରେ ଠାବ କରିବା ସହ ଏହା ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ହୋଇଥାଏ, ଯାହାକୁ ନିୟନ୍ତ୍ରଣ କରିବା ଏକ ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡେ ବୋଲି ପାଲୋଟେ କହିଛନ୍ତି। ସେହିଭଳି ଆଣ୍ଡ୍ରଏଡ ରାନଶମଓ୍ବେର ବର୍ତ୍ତମାନ ସାଇବର ଅପରାଧୀଙ୍କୁ ଅଧିକ ଉତ୍ସାହିତ କରୁଛି। ସୋଫୋସର ବିଶ୍ଳେଷଣ ମୁତାବକ ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଡିଭାଇସଗୁଡିକରେ ପ୍ରତି ମାସରେ ସାଇବର ଆକ୍ରମଣ ବୃଦ୍ଧି ଘଟୁଛି। ଆଣ୍ଡ୍ରଏଡ୍‌ ଉପରେ ଆକ୍ରମଣ ଦ୍ୱାରା ସହଜ ହେଉଥିବା ବେଳେ ଏଥି ପାଇଁ କୌଣସି ଆକ୍ରମଣ ତରିକାର ବ୍ୟବହାର କରିବାକୁ ପଡି ନ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅପରପକ୍ଷରେ ଅଣ ଗୁଗୁଲ ପ୍ଲେ ବଜାରଗୁଡିକରେ ଏହିଭଳି ଆକ୍ରମଣର ମାତ୍ରା ଅଧିକ ରହିଛି। ନିୟମିତ ବ୍ୟବଧାନରେ ଫୋନ ତଥା ପିସିର ବ୍ୟାକ୍‌ଅପ୍‌ ଦ୍ୱାରା ଡାଟାକୁ ସଂରକ୍ଷିତ କରି ରଖାଯିବା ସହ ଏହିଭଳି ବିପଦରୁ କିଛି ମାତ୍ରାରେ ରକ୍ଷା ମିଳିପାରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri