୨୦୦ ସଂସ୍କାର ଉପରେ କାର୍ଯ୍ୟ ଚାଲିଛି


ବମ୍ବେ,୧-୧୧(ପି.ଟି.) ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ୍‌ ର଼୍ୟାଙ୍କିଙ୍ଗ୍‌ରେ ଚଳିତବର୍ଷ ଭାରତର ସ୍ଥାନ ଟପ୍‌ ୧୦୦ରେ ରହିଛି। ଦେଶ ଗତବର୍ଷ ତୁଳନାରେ ୩୦ଟି ସ୍ଥାନ ଉପରକୁ ଉଠିଛି। ତେବେ ଶ୍ରେଷ୍ଠ ୫୦ ମଧ୍ୟରେ ରହିବାକୁ ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ମିଳିତ ହୋଇ ୨୦୦ ସଂସ୍କାର ଉପରେ କାର୍ଯ୍ୟ କରୁଛନ୍ତି। ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ (ଡିଆଇପିପି) ସଚିବ ରମେଶ ଅଭିଷେକ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୨୨ ସଂସ୍କାର କାର୍ଯ୍ୟକାରୀ ହୋଇଛି। ଅଧିକ ସଂସ୍କାର ଉପରେ କାର୍ଯ୍ୟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱ ବ୍ୟାଙ୍କ ସହ ମିଳିତ ହୋଇ ଆଗାମୀ ଦିନରେ ୯୦ରୁ ଅଧିକ ସଂସ୍କାର ଉପରେ ଚଳିତ ବର୍ଷ କାର୍ଯ୍ୟକ୍ରମ ଜାରି ହେବ ବୋଲି ଭାରତୀୟ ଶିଳ୍ପ ସଂଘ(ସିଆଇଆଇ) ଇନଭେଷ୍ଟ ନର୍ଥ କାର୍ଯ୍ୟକ୍ରମରେ ରମେଶ ଏହା କହିଛନ୍ତି। ଭାରତ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସରେ ୩୦ଟି ସ୍ଥାନକୁ ଉନ୍ନୀତ ହୋଇ ବର୍ତ୍ତମାନ ୧୦୦ ତମ ସ୍ଥାନରେ ରହିଛି। ଭାରତକୁ ୫୦ ତମ ସ୍ଥାନରେ ସ୍ଥାନିତ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଅଭିଷେକ କହିଛନ୍ତି। ଦେଶର ବାଣିଜ୍ୟକ ସ୍ଥିତିରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ଅଂଶୀଦାରଙ୍କ ମତାମତ ସଂଗ୍ରହ କରାଯାଉଛି। ଏଥି ଲାଗି ନୋଡାଲ ମନ୍ତ୍ରଣାଳୟଗୁଡିକୁ ଦାୟିତ୍ୱ ଦିଆଯାଇଛି। ଅପର ପକ୍ଷରେ ଭିତ୍ତିଭୂମି ତଥା ଶ୍ରମ ଆଇନରେ କିଭଳି ଭାବେ ଅଧିକ ସଂସ୍କାର ଆସିପାରିବ ସେ ନେଇ ରାଜ୍ୟଗୁଡିକ ମଧ୍ୟ ନିଜ ଆଡୁ ପ୍ରସ୍ତାବ ରଖିବା ଆବଶ୍ୟକ ବୋଲି ଅଭିଷେକ ଆହ୍ବାନ ଜଣାଇଛନ୍ତି। ରାଜ୍ୟଗୁଡିକ କୌଶଳ ବିକାଶ କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ ବୋଲି କହିବା ସହ କପଡା ଶିଳ୍ପ ତଥା ଅନ୍ୟାନ୍ୟ ଶିଳ୍ପକୁ ପ୍ରୋତ୍ସାହିତ କଲା ଭଳି ନୀତି ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri