ଏଥିପାଇଁ ଭାରତଠାରୁ ଆଗରେ ଚାଇନା


ନୂଆଦିଲ୍ଲୀ,୧-୧୧-ଭାରତ ଏକ ବିକାଶଶୀଳ ରାଷ୍ଟ୍ର। ଏହା ଚୀନ୍‌କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ଗ୍ରହଣ କରିଥାଏ। କିନ୍ତୁ ଭାରତ ଏପରି ଏକ ରାଷ୍ଟ୍ର, ଯିଏକି ନିଜ ପାଇଁ ଭଗବାନଙ୍କ ମୂର୍ତ୍ତି ମଧ୍ୟ ନିଜେ ବନାଇ ନ ଥାଏ। ଭାରତୀୟ ବଜାର ଚାଇନାପ୍ରସ୍ତୁତ ସାମଗ୍ରୀରେ ଭରପୂର। ଚୀନରେ ପ୍ରସ୍ତୁତ ସାମଗ୍ରୀ ଅପେକ୍ଷାକୃତ ଶସ୍ତା, ଯେଉଁଥିପାଇଁ ଏଗୁଡିକୁ ବୃହତ୍‌ ମାତ୍ରାରେ ଆମଦାନୀ କରାଯାଉଛି। ନିଜ ଲେଖାରେ ଆମେରିକାର ଏକ ପ୍ରତିଷ୍ଠିତ ବିଜ୍‌ନେସ ସ୍କୁଲର ପ୍ରଫେସର ଏଫ୍‌. ଜେ. କଣ୍ଟ୍ରାକ୍ଟର କହିଛନ୍ତି ଯେ, ଭାରତ କେତେକ କାରଣରୁ ଚୀନ୍‌ଠାରୁ ପଛରେ ରହିଛି। ସେ କହିଛନ୍ତି ଯେ, ଉତ୍ପାଦନ କ୍ଷେତ୍ରରେ ଭାରତ ଚାଇନାଠାରୁ ଅତ୍ୟନ୍ତ ପଛରେ ରହିଛି। ସ୍କେଲ୍‌ ଅଫ୍‌ ପ୍ରଡକ୍ସନରେ ଚୀନ୍‌ ଭାରତଠାରୁ ଯଥେଷ୍ଟ ଆଗରେ ରହିଛି। ଚୀନରେ ଲାର୍ଜ ସ୍କେଲ୍‌ ପ୍ରଡକ୍ସନ ଉପରେ କାର୍ଯ୍ୟ କରାଯାଇଥାଏ କିନ୍ତୁ ଭାରତରେ ଅପେକ୍ଷାକୃତ ସ୍ମଲ୍‌ ସ୍କେଲ୍‌ରେ ପ୍ରଡକ୍ସନ୍‌ କାର୍ଯ୍ୟ କରାଯାଇଥାଏ। ଲାର୍ଜ ସ୍କେଲ୍‌ ପ୍ରଡକ୍ସନ୍‌ ଦ୍ୱାରା ଖର୍ଚ୍ଚ କମ୍‌ ରହିଥାଏ ଏବଂ ସମୟ ମଧ୍ୟ ବଞ୍ଚିଥାଏ। ତେଣୁ ଏହି ଷ୍ଟ୍ରାଟେଜି ଆପଣେଇ ଚାଇନା ଆଗରେ ରହିଛି। କଣ୍ଟ୍ରାକ୍ଟର ଏକ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି ଯେ, ଭାରତରେ ଶ୍ରମଶକ୍ତି ଚାଇନାଠାରୁ ଉନ୍ନତ ନୁହେଁ। ଭାରତରେ କାର୍ଯ୍ୟରତ ଶ୍ରମିକଙ୍କ ଉତ୍ପାଦିକତା ଚାଇନା ତୁଳନାରେ କମ୍‌। ଚାଇନା, ଥାଇଲାଣ୍ଡ ଆଦି ରାଷ୍ଟ୍ରର କର୍ମଚାରୀମାନେ ଭାରତୀୟ କର୍ମଚାରୀଙ୍କ ତୁଳନାରେ ୪ରୁ ୫ ଗୁଣ ଅଧିକ କାର୍ଯ୍ୟ କରିଥାନ୍ତି। ଚାଇନାର କର୍ମଚାରୀମାନେ ଅଧିକ ପ୍ରଡକ୍ଟିଭ୍‌ ହୋଇଥିବାରୁ ଏହି ରାଷ୍ଟ୍ରର ଉତ୍ପାଦନ ଅଧିକ। ତା’ସହିତ ଅଟୋମେଟିକ୍‌ ମେଶିନ୍‌ ଅଭାବ ଯୋଗୁ ଭାରତ ଚୀନ୍‌ଠାରୁ ଯଥେଷ୍ଟ ପଛରେ ରହିଥିବା କଣ୍ଟ୍ରାକ୍ଟର କହିଛନ୍ତି। ବ୍ୟବସାୟିକ ସଫଳତା କ୍ଷେତ୍ରରେ ପରିବହନ ବଡ ଭୂମିକା ଗ୍ରହଣ କରିଥାଏ। ଚୀନ୍‌ରେ ସେବା ଅଧିକ ଉନ୍ନତ ଏବଂ ଶସ୍ତା। ଚୀନ୍‌ର ସଡକ ଭାରତ ତୁଳନାରେ ଅଧିକ ଉନ୍ନତ ହୋଇଥିବାରୁ ସେଠାରେ ପରିବହନ ଖର୍ଚ୍ଚ କମ୍‌ ପଡିଥାଏ। ଏସବୁ ଦୃଷ୍ଟିରୁ ଭାରତ ଚୀନ୍‌ଠାରୁ ପଛରେ ରହିଥିବା କଣ୍ଟ୍ରାକ୍ଟର ନିଜ ଲେଖାରେ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri