ହୋଣ୍ଡା ନାଭି କଷ୍ଟମାନିଆ ପ୍ରତିଯୋଗିତା-ଯୁବ ଉତ୍ସବ ପାଇ ୪୦୦୦ ପଞ୍ଜୀକୃତ


ଭୁବନେଶ୍ୱର,୧-୧୧- ନାଭି ‘ଫନ୍‌ ଡିଏନ୍‌ଏ’କୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ହୋଣ୍ଡା ଟୁ-ହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ଏହାର ଦୁଇଚକିଆ ଯାନ କଷ୍ଟମାଇଜେସନ୍‌ ପ୍ରତିଯୋଗିତା ‘ହୋଣ୍ଡା ନାଭି କଷ୍ଟମାନିଆ’ର ପ୍ରଥମ ସଂସ୍କରଣ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି ଏଭଳି ପ୍ରଥମ ଧରଣର କାର୍ଯ୍ୟକ୍ରମ, ଯେଉଁଥିରେ ମହତ୍ତ୍ୱାକାଂକ୍ଷୀ ଯୁବପିଢ଼ି ଏବଂ ଉଦୀୟମାନ କଷ୍ଟମ ନିର୍ମାତାମାନଙ୍କୁ ହୋଣ୍ଡା ନାଭିରେ ସେମାନଙ୍କ ଭାବନାକୁ ଜୀବନ୍ତ କରିବାର ସୁଯୋଗ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ ସଂଖ୍ୟା ୪୦୦୦ ପାଖାପାଖି ପହଞ୍ଚିଗଲାଣି। ନାଭି କଷ୍ଟମାନିଆ ପ୍ରତିଯୋଗିତା ବିଷୟରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି(ବିକ୍ରି ଏବଂ ମାର୍କେଟିଂ) ୟଦବିନ୍ଦର ସିଂ ଗୁଲେରିଆ କୁହନ୍ତି ଯେ, ‘ସହରାଞ୍ଚଳରେ ଟ୍ରେଣ୍ଡ୍‌ ଧାର୍ଯ୍ୟ କରିବାକୁ ଚାହୁଁଥିବା ଯୁବପିଢ଼ି ସବୁ ବେଳେ ନିଜର ପ୍ରତିଭା ଏବଂ ପରିକଳ୍ପନାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ସନ୍ଧାନ କରିଥାନ୍ତି। ‘ହୋଣ୍ଡା ନାଭି କଷ୍ଟମାନିଆ’ ଜରିଆରେ ଏହି ସୁଯୋଗ ମିଳିବ। ହୋଣ୍ଡା ନାଭି କଷ୍ଟମାନିଆରେ ଅଂଶଗ୍ରହଣ କରିବା ପାଇଁ ପୁରୁଣା ଗ୍ରାହକମାନଙ୍କୁ ନାଭି କଷ୍ଟମାନିଆ ୱେବ୍‌ସାଇଟ୍‌ରେ ଯାଇ ପ୍ରବେଶ ଫର୍ମ ପୂରଣ କରି ପଞ୍ଜୀକରଣ କରିବାକୁ ପଡ଼ିବ। ଅଂଶଗ୍ରହଣକାରୀଙ୍କୁ ୧ ରୁ ୪ ସଦସ୍ୟବିଶିଷ୍ଟ ଏକ ଟିମ୍‌ ଗଠନ କରିବାକୁ ପଡ଼ିବ। ପ୍ରତି ଟିମ୍‌ ପାଇଁ ଗୋଟିଏ ପ୍ରବେଶ ସୁଯୋଗ ମିଳିବ। ୨୦୧୭ ନଭେମ୍ବର ୯ରେ ପଞ୍ଜୀକରଣ ଶେଷ ହେବ। ଯେଉଁ ଆଗ୍ରହୀ ବ୍ୟକ୍ତିମାନଙ୍କ ପାଖରେ ନାଭି ନାହିଁ ସେମାନେ ମଧ୍ୟ ଇଣ୍ଟରଆକ୍ଟିଭ୍‌ ନାଭି ଆପ୍ଲିକେଶନ୍‌ କିମ୍ବା ନାଭି କଷ୍ଟମାନିଆ ୱେବସାଇଟ୍‌ ଜରିଆରେ ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇପାରିବେ। ସେମାନେ ଆପ୍‌ ଏବଂ ୱେବ୍‌ସାଇଟ୍‌ରେ ଥିବା ଉପକରଣକୁ ବ୍ୟବହାର କରି ନାଭିର ଭର୍ଚୁଆଲ୍‌ କଷ୍ଟମାଇଜ୍‌ କରିପାରିବେ। ହୋଣ୍ଡା ନାଭି କଷ୍ଟମାନିଆ ପ୍ରତିଯୋଗିତା ଏକକାଳୀନ ଦେଶର ବିଭିନ୍ନ ସହରରେ ଆୟୋଜନ କରାଯିବ। ନାଭିର କଷ୍ଟମାଇଜେସନ୍‌ କରିବା ପାଇଁ ଅଂଶଗ୍ରହଣକାରୀଙ୍କୁ ଏକ ମାସର ସମୟ ମିଳିବ। ଶ୍ରେଷ୍ଠ ଡିଜାଇନ୍‌ ‘ଶ୍ରେଷ୍ଠ କଷ୍ଟମାଇଜଡ୍‌ ହୋଣ୍ଡା ନାଭି ପୁରସ୍କାର’ ପାଇଁ ପ୍ରତିଯୋଗିତା ହେବ, ଯାହାର ବିଜେତାଙ୍କ ନାମ ୨୦୧୮ ଜାନୁୟାରୀ ୨୮ରେ ହେବାକୁ ଥିବା ଏସିଆର ସର୍ବବୃହତ୍‌ ବଲିଉଡ୍‌ ମ୍ୟୁଜିକ୍‌ ଉତ୍ସବ-ବଲିଉଡ୍‌ ମ୍ୟୁଜିକ୍‌ ପ୍ରୋଜେକ୍ଟ ୨୦୧୮ରେ ଘୋଷଣା କରାଯିବ। ଜାତୀୟ ବିଜେତାଙ୍କୁ ୨ ଲକ୍ଷ ଟଙ୍କାର ଗ୍ରାଣ୍ଡ୍‌ ପୁରସ୍କାର ମିଳିବ। କେବଳ ସେତିକି ନୁହେଁ ବିଜେତାଙ୍କୁ ତାଙ୍କର ବିଜୟ ହୋଇଥିବା କଷ୍ଟମାଇଜଡ୍‌ ନାଭିକୁ ଦେଶର ସର୍ବବୃହତ୍‌ ଅଟୋମୋବାଇଲ୍‌ ପ୍ରଦର୍ଶନୀ ୨୦୧୮ ଅଟୋ ଏକ୍ସପୋରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri