ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ଡିଏ ୫୧.୬%


ଭୁବନେଶ୍ୱର,୩୧-୧୦(ବ୍ୟୁରୋ)-ଦେଶରେ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ହାରାହାରି ଉପଭୋକ୍ତା ମୂଲ୍ୟସୂଚୀ ଅଗଷ୍ଟରେ ୨୮୫ ପଏଣ୍ଟ ଥିବାବେଳେ ସେପ୍ଟେମ୍ବରରେ ସମାନ ପଏଣ୍ଟରେ ଅପରିବର୍ତ୍ତିତ ରହିଛି। ରାଉର୍‌କେଲାରେ ଏହା ୩୦୪ ପଏଣ୍ଟରୁ ୧ ପଏଣ୍ଟ ବଢ଼ିି ୩୦୫ ପଏଣ୍ଟ ହୋଇଛି। ତାଳଚେର-ଅନୁଗୋଳରେ ଏହା ଅଗଷ୍ଟରେ ୩୦୦ ପଏଣ୍ଟ ଥିବାବେଳେ ସେପ୍ଟେମ୍ବରରେ ୩୦୦ ପଏଣ୍ଟରେ ଅପରିବର୍ତ୍ତିତ ରହିଛି। ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ୪୭.୮% ଡିଏ ପାଉଛନ୍ତି। ଏଥିରେ ୩.୮% ବୃଦ୍ଧି ଘଟିଛି। ଫଳରେ ଏହା ୫୧.୬% ହୋଇଛି। ନଭେମ୍ବର ପହିଲାରୁ ଏହା ଲାଗୁ ହେବ। ଓଡିଶାର ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୫ରୁ ପେନ୍‌ସନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ବୀମା କର୍ମଚାରୀମାନେ ଏବେ ୪୧.୧% ଡିଏ ପାଉଥିବାବେଳେ ଏଥିରେ ୩.୮% ବୃଦ୍ଧି ଘଟିଛି। ଫଳରେ ଏହା ୪୪.୯% ହୋଇଛି। ନଭେମ୍ବର ପହିଲାରୁ ଏହା ଲାଗୁ ହେବ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୨୪.୩% ଡିଏ ପାଉଛନ୍ତି। ଏଥିରେ ୧.୩% ବୃଦ୍ଧି ଘଟିଛି। ୨୦୧୮ ଜାନୁୟାରୀ ପହିଲାରୁ ଏମାନେ ୧୨୫.୬% ଡିଏ ପାଇବାକୁ ହକ୍‌ଦାର ହେବେ। ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୫% ଡିଏ ପାଉଛନ୍ତି। ଏଥିରେ ୨% ବୃଦ୍ଧି ଘଟି ୭% ହୋଇଛି। ୨୦୧୮ ଜାନୁୟାରୀ ପହିଲାରୁ ଏହା ଲାଗୁ ହେବ। ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଫିସର ଏବଂ କର୍ମଚାରୀମାନଙ୍କ ମାସିକ ସାଧାରଣ ସଭା ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ମହଙ୍ଗା ଭତ୍ତା ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri