ବିମୁଦ୍ରୀକରଣ ଗୋପନୀୟତାର କାରଣ ଦର୍ଶାଇଲେ ଜେଟଲୀ


ଓ୍ବାଶିଂଟନ୍‌,୧୧-୧୦- ବିମୁଦ୍ରୀକରଣ ସମ୍ପର୍କରେ ସରକାର ଲୋକମାନଙ୍କୁ ଅଗୋଚରରେ ରଖିଥିଲେ। ଏହା ସହ ହଠାତ୍‌ ଏହାକୁ ଘୋଷଣା କରାଯାଇଥିଲା। ସରକାର କାହିଁକି ବିମୁଦ୍ରୀକରଣକୁ ଗୋପନୀୟ ରଖିଥିଲେ ସେ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତା’ର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ଯଦି ପୂର୍ବରୁ ଲୋକମାନେ ବିମୁଦ୍ରୀକରଣ ସମ୍ପର୍କରେ ଜାଣିବାକୁ ପାଇଥାନ୍ତେ ଏହା ଦ୍ୱାରା ଅନେକ ଦୁର୍ନୀତି ହୋଇଥାନ୍ତା। ଏହା ସହ ଯେଉଁ ଉଦ୍ଦେଶ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା ତାହା ପୂରଣ ହୋଇପାରି ନ ଥାନ୍ତା। ଜେଟଲୀ ବର୍ତ୍ତମାନ ୟୁଏସ ଗସ୍ତରେ ଅଛନ୍ତି। ଭାରତରେ ଲାଗୁ ହୋଇଥିବା ଜିଏସଟି ଘରୋଇ ଅର୍ଥନୀତିକୁ ଅଧିକ ଦୃଢ ସ୍ଥିତିକୁ ନେବାକୁ ସକ୍ଷମ ହୋଇଛି ବୋଲି ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବୈଠକରେ ଯୋଗ ଦେଇ ଜେଟଲୀ ଏହି ସୂଚନା ଦେଇଛନ୍ତି। ସରକାର ବର୍ତ୍ତମାନ ସାଙ୍ଗଠନିକ ତଥା ଗଠନମୂଳକ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଛନ୍ତି। ଏହା ଭାରତୀୟ ଅର୍ଥନୀତିକୁ ସ୍ବଚ୍ଛ ତଥା ବୃହତ୍‌ କରିବାରେ କାର୍ଯ୍ୟ କରିବ ବୋଲି ଜେଟଲୀ ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ସେହିଭଳି ସରକାର ଯଦି ବିମୁଦ୍ରୀକରଣ ସମ୍ପର୍କରେ ପୂର୍ବ ସୂଚନା ଦେଇଥାନ୍ତେ ତେବେ ଲୋକମାନେ ସଚେତନ ହେବା ସହ ନିଜ କଳା ଟଙ୍କାକୁ ସୁନା, ହୀରା ଏବଂ ଅନ୍ୟାନ୍ୟ ନେଣଦେଣରେ ଖର୍ଚ୍ଚ କରି ଦେଇଥାନ୍ତେ ବୋଲି ସେ କହିଛନ୍ତି। ସ୍ବଚ୍ଛତା ଭଲ ପ୍ରସଙ୍ଗ, ମାତ୍ର ବିମୁଦ୍ରୀକରଣ ଏକ ପ୍ରମୁଖ ପ୍ରସଙ୍ଗ ଆଧାରରେ ଏହାକୁ ଆଗୁଆ ଜଣାଇବାକୁ ସରକାର ଠିକ୍‌ ଭାବି ନ ଥିଲେ। ଏହା ହୋଇଥିଲେ ବିମୁଦ୍ରୀକରଣର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇ ନ ଥାନ୍ତା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri