ସଙ୍କଟରେ ଟେଲିକମ୍‌ ଶିଳ୍ପର ୧.୫ ଲକ୍ଷ ନିଯୁକ୍ତି


ନୂଆଦିଲ୍ଲୀ,୫-୧୦(ପି.ଟି.)-ଟେଲିକମ୍‌ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଉକ୍ତ କ୍ଷେତ୍ରରେ ୧.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସଙ୍କଟରେ ରହିଛି। ଋଣ ଭାରରେ ବୁଡି ରହିଥିବା ଏବଂ କ୍ଷତିରେ ଚାଲୁଥିବା କମ୍ପାନୀଗୁଡିକରେ ନିଯୁକ୍ତି ବର୍ତ୍ତମାନ ସଙ୍କଟରେ ରହିଥିବା ଆକଳନ କରାଯାଇଛି। ଟେଲିକମ ଶିଳ୍ପରେ ବର୍ତ୍ତମାନ ୮ ଲକ୍ଷ କୋଟି ଟଙ୍କାର ଋଣ ସମସ୍ୟା ରହିଛି। ସେହିଭଳି ନୂଆ କମ୍ପାନୀ ପ୍ରବେଶ ଯୋଗୁ ମାଗଣା ଇଣ୍ଟରନେଟ ପ୍ରଦାନ କରାଯିବା ଫଳରେ ଏହା କମ୍ପାନୀଙ୍କ ଲାଗି ଅସୁବିଧା ସୃଷ୍ଟି କରୁଛି। ପୁରୁଣା ଗ୍ରାହକଙ୍କୁ କମ୍ପାନୀ ସହ ଜଡିତ କରି ରଖିବା କଷ୍ଟକର ବ୍ୟାପାର ହୋଇ ପଡୁଛି। ଟେଲିକମ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିବା ନିକଟରେ ଶେଷ ହୋଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ପ୍ରକାଶ କରିଥିଲେ। ଏହି କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସିହ୍ନା କହିଥିଲେ। ସେହିଭଳି ଟେଲିକମ୍‌ କମ୍ପାନୀଗୁଡିକୁ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡିକୁ ମଧ୍ୟ କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ସତର୍କ କରାଇଥିଲା। କ୍ଷତିକୁ କମାଇବା ଲାଗି କମ୍ପାନୀଗୁଡିକ ବର୍ତ୍ତମାନ ସେମାନଙ୍କ ପରିଚାଳନା ଖର୍ଚ୍ଚକୁ ହ୍ରାସ ଉପରେ କାର୍ଯ୍ୟ କରୁଛନ୍ତି। କମ୍ପାନୀଗୁଡିକର ମିଶ୍ରଣ ଯୋଗୁ ୨୦-୨୫ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆଇଡିଆ ସେଲ୍ୟୁଲାର ଭୋଡାଫୋନ ସହ ମିଶ୍ରଣ ହେବା ଫଳରେ ୮ ହଜାର ନିଯୁକ୍ତି ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ସେହିଭଳି ଭୋଡାଫୋନରେ ୧୫୦୦, ରିଲାଏନ୍ସରେ ୧୨୦୦, ଏୟାରସେଲରେ ୮୦୦ ପ୍ରତ୍ୟକ୍ଷ ନିଯୁକ୍ତି ହ୍ରାସ ଘଟିବ। ଅପର ପକ୍ଷରେ ଏଭଳି କମ୍ପାନୀଗୁଡିକରେ ୧.୨୫ ଲକ୍ଷ ପରୋକ୍ଷ ନିଯୁକ୍ତି ହ୍ରାସ ହେବ ବୋଲି ଆକଳନ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri