ବ୍ରହ୍ମପୁରରେ ଷଷ୍ଠ ଶୋ’ରୁମ୍‌ ଖୋଲିବ ଖିମ୍‌ଜୀ


ଭୁବନେଶ୍ୱର,୪-୧୦(ବ୍ୟୁରୋ)-ଗହଣାଗାଣ୍ଠି ବିକ୍ରୟ କ୍ଷେତ୍ରରେ ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଖିମ୍‌ଜୀ ଜୁଏଲର୍ସ ଚଳିତ ମାସ ୬ ତାରିଖରେ ବ୍ରହ୍ମପୁର ସହରର ସାନ ବଜାରଠାରେ ଏହାର ଷଷ୍ଠ ଶୋ’ରୁମ୍‌ ଉଦ୍‌ଘାଟନ କରିବ। ଏ ସମ୍ପର୍କରେ ସୂଚନା ଦେଇ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ବ୍ରହ୍ମପୁର ସହର ଗହଣାଗାଣ୍ଠି ବ୍ୟବସାୟ ପାଇଁ ଏକ ପ୍ରମୁଖ ବଜାର। ଏଠାରେ ଆମର ଉପସ୍ଥିତି ସ୍ଥାନୀୟ ବାସିନ୍ଦାଙ୍କ ଚାହିଦା ପୂରଣ କରିବାରେ ସଫଳ ହେବ ବୋଲି ବିଶ୍ୱାସ ରହିଛି। ସେହିପରି ଆମର ବାର୍ଷିକ ଅଭିବୃଦ୍ଧି ହାରକୁ ମଧ୍ୟ ତ୍ୱରାନ୍ବିତ କରିବାରେ ସଫଳ ହେବ। ୭୫୦୦ ବର୍ଗଫୁଟ ଅଞ୍ଚଳରେ ସ୍ଥାପିତ ଏହି ତିନିମହଲା ବିଶିଷ୍ଟ ଶୋ’ରୁମ୍‌ ଉକ୍ତ ଅଞ୍ଚଳରେ ଏହି ବର୍ଗରେ ପ୍ରଥମ ଶୋ’ରୁମ୍‌ । ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ସୁନା, ହୀରା, ରୁପା ଗହଣା ସମେତ ଆକର୍ଷଣୀୟ ହାତଘଣ୍ଟା କ୍ରୟ କରିବାର ସୁଯୋଗ ପ୍ରଦାନ କରିବ। ଏଠାରେ ବିକ୍ରି ହେବାକୁ ଥିବା ସୁନାଗହଣା ୧୦୦ ପ୍ରତିଶତ ବିଆଇଏସ୍‌ ହଲ୍‌ମାର୍କ ଏବଂ ସମସ୍ତ ହୀରା ଗହଣା ଆଇଜିଆଇ ସ୍ବୀକୃତିପ୍ରାପ୍ତ ବୋଲି ସେ ସୂଚନା ଦେଇଛନ୍ତି। ଖିମ୍‌ଜୀର ଏନ୍ୟ ଏକ ବିଶେଷତ୍ୱ ହେଉଛି ସୁନା ଦର ପରିବର୍ତ୍ତନ ସହିତ ଏହାର ଗଢା ମଜୁରିରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଏହାକୁ ଆମେ ଆରମ୍ଭରୁ ବଜାୟ ରଖି ଆସିଛୁ। ଏହି ଶୋ’ରୁମ୍‌ ଉଦ୍‌ଘାଟନୀ ଅବସରରେ ଗ୍ରାହକମାନଙ୍କ ପାଇଁ ସୁନାଗହଣା ଗଢା ମଜୁରି ଉପରେ ଫ୍ଲାଟ୍‌ ୩୦%, ହୀରା ଗହଣା ଉପରେ ଫ୍ଲାଟ୍‌ ୨୦% ଏବଂ ହାତଘଡି ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଖିମଜୀ ଜୁଏଲର୍ସର ଅନ୍ୟତମ ନିର୍ଦ୍ଦେଶକ ସୁମିତ୍‌ ଖିମ୍‌ଜୀ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri