ଆଉ ଦଶ ବିମାନବନ୍ଦରରୁ ଉଠିବ ଷ୍ଟାମ୍ପ ବ୍ୟବସ୍ଥା


ନୂଆଦିଲ୍ଲୀ, ୧୦-୯ (ପି.ଟି.)- ପୁଣେ ଏବଂ ରାଞ୍ଚି ସମେତ ୧୦ଟି ବିମାନବନ୍ଦରରୁ ଉଚ୍ଛେଦ ହେବ ଷ୍ଟାମ୍ପ୍‌ ବ୍ୟବସ୍ଥା। ଘରୋଇ ଯାତ୍ରୀଙ୍କ ହାଣ୍ଡବ୍ୟାଗ୍‌ରେ ଆଉ ଷ୍ଟାମ୍ପ୍‌ ଲାଗିବ ନାହିଁ। ଚଳିତବର୍ଷ ଏପ୍ରିଲ୍‌ରୁ ଆରମ୍ଭ ହୋଇଥିବା ନୂତନ ବିମାନ ଯାତ୍ରା ବ୍ୟବସ୍ଥା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍‌ଏଫ୍‌) ଦେଶର ୫୯ଟି ବିମାନବନ୍ଦରରେ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଏହି ନୂଆ ବ୍ୟବସ୍ଥାକୁ ପରୀକ୍ଷାମୂଳକଭିତ୍ତିରେ ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରିଛି। ଅମୃତସର, ଚଣ୍ଡିଗଡ଼, ବାରାଣସୀ, ଉଦୟପୁର, ଦିବ୍ରୁଗଡ, ନାଗପୁର, ମାଙ୍ଗାଲୋର, ପୁଣେ ଏବଂ ରାଞ୍ଚି ବିମାନବନ୍ଦରରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ। ଏହା ସଫଳ ହେଲେ ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ଆରମ୍ଭରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯିବ ବୋଲି ସିଆଇଏସ୍‌ଏଫ ମହାନିର୍ଦ୍ଦେଶକ ଓ.ପି ସିଂ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜୟପୁର, ଗୁଆହାଟୀ, ଲକ୍ଷ୍ନୋ, ଥିରୁଭାନନ୍ଥପୁରମ, ପଟଣା, ମାଡ୍ରାସ୍‌, ନୂଆଦିଲ୍ଲୀ, ବମ୍ବେ, କୋଚିଆନ୍‌, ବାଙ୍ଗାଲୋର, ହାଇଦ୍ରାବାଦ, କଲିକତା ଏବଂ ଅହମ୍ମଦାବାଦ୍‌ ସମେତ ୧୭ ବିମାନ ବନ୍ଦରରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଭୁବନେଶ୍ୱର ଏବଂ ବଗ୍‌ଡୋଗ୍ରା ବିମାନବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବିଚାର କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri