ବିମୁଦ୍ରୀକରଣ ନେଇ ପ୍ରକୃତ ଉତ୍ତର ଦେଇନି ଆର୍‌ବିଆଇ


ନୂଆଦିଲ୍ଲୀ- ବିମୁଦ୍ରୀକରଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟ ନେଇ ବିରୋଧି ଦଳ ଗୁଡିକ ପ୍ରଶ୍ନ ଉଠାଇଥିଲେ। ଅପର ପକ୍ଷରେ ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପୁଣି ଥରେ ବିମୁଦ୍ରୀକରଣକୁ ନେଇ ଏକ ମତ ରଖିଛନ୍ତି। ରାଜନ କହିଛନ୍ତି ରିଜର୍ଭ ବ୍ୟାଙ୍କ ସଂସଦୀୟ କମିଟିକୁ ଦେଇଥିବା ଉତ୍ତର ଏହାର ପ୍ରକୃତ ଉତ୍ତର ନୁହେଁ। ବିମୁଦ୍ରୀକରଣ ସମ୍ପର୍କିିତ ବିଭିନ୍ନ ପ୍ରସଙ୍ଗକୁ ଜାଣିବା ଲାଗି ସଂସଦର ଅଧିକାର ରହିଛି। ସରକାରଙ୍କୁ ବିମୁଦ୍ରୀକରଣ ନେଇ ସତର୍କ କରାଇଥିବା ନିକଟରେ ରାଜନ କହିଥିଲେ। ସେହିପରି ବିମୁଦ୍ରୀକରଣ ଯୋଗୁ ଅର୍ଥନୀତି ଉପରେ ଆସିଥିବା ସାମୟିକ ପ୍ରଭାବ ଆଗାମୀ ଦିନ ପାଇଁ ମଧ୍ୟ ପ୍ରଭାବ ପକାଇବ ବୋଲି ସେ କହିଥିଲେ। ସରକାର ଯେଉଁ ଉଦ୍ଦେଶ୍ୟ ଲାଗି ବିମୁଦ୍ରୀକରଣ ଘୋଷଣା କରିଥିଲେ ସେଥି ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି। ଆର୍‌ବିଆଇରେ ବିଭିନ୍ନ ପଦକ୍ଷେପ ନେଇ ତାଙ୍କ ସମୟରେ ସରକାରୀ ପ୍ରଭାବ ରହି ନ ଥିବା ରାଜନ କହିଛନ୍ତି। ଅପର ପକ୍ଷରେ ସରକାରୀ ସହଯୋଗ ରହିଥିବା ରାଜନ ମତ ରଖିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri