ଇନ୍‌ଫୋସିସ୍‌ର ସିଇଓ ଦୌଡ଼ରେ ୪


ନୂଆଦିଲ୍ଲୀ, ୨୦।୮:ବିଭିନ୍ନ ପ୍ରକାର ବାଦବିବାଦ ପରେ ଇନ୍‌ଫୋସିସ୍‌ର ସିଇଓ ବିଶାଳ ସିକ୍କା ଇସ୍ତଫା ଦେଇଛନ୍ତି। ଏଭଳି କ୍ଷେତ୍ରରେ ତାଙ୍କ ସ୍ଥାନ କିଏ ପୂରଣ କରିବେ ତାହା ବୋର୍ଡ ଆଗରେ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସୂଚନା ମୁତାବକ ଅନ୍ତରୀଣ ସିଇଓ ୟୁ.ବି ପ୍ରବୀଣ ରାଓ, ସିଏଫ୍‌ଓ ରଙ୍ଗନାଥ ଡି, ସଭାପତି ତଥା ଡେପୁଟି ସିଓଓ ରବି କୁମାର ଏସ୍‌ ଏବଂ ବିଏଫ୍‌ଏସ୍‌ଆଇ(ବ୍ୟାଙ୍କିଙ୍ଗ, ଫାଇନାନ୍‌ସିଆଲ ସର୍ଭିସେସ୍‌ ଆଣ୍ଡ୍‌ ଇନ୍‌ସ୍ୟୁରାନ୍ସ) ହେଡ୍‌ ମୋହିତ ଜୋଶୀ ସିଇଓ ପଦ ଦୌଡରେ ଅଛନ୍ତି। କମ୍ପାନୀର ଆଭ୍ୟନ୍ତରୀଣ ସୂତ୍ରରୁ ଜଣାଯାଇଛି, କୌଣସି ବାହାର ବ୍ୟକ୍ତିଙ୍କୁ ପଦରେ ନିଯୁକ୍ତି ଦେବା ନେଇ ବିଚାର ହୋଇ ନ ପାରେ। ତେବେ ସମ୍ଭାବ୍ୟ ତାଲିକାରେ ଥିବା ଏହି ୪ ଜଣଙ୍କ ବିଷୟରେ କିଛି ତଥ୍ୟ। ସିଇଓ ପଦ ଦୌଡରେ ଆଗରେ ଅଛନ୍ତି ଅନ୍ତରୀଣ ସିଇଓ ୟୁ. ବି. ପ୍ରବୀଣ ରାଓ। କାରଣ ଅନ୍ୟମାନଙ୍କ ତୁଳନାରେ ସେ ଇନ୍‌ଫୋସିସ୍‌ରେ ଦୀର୍ଘ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି। ୧୯୮୬ରେ ଇନ୍‌ଫୋସିସ୍‌ରେ ଯୋଗ ଦେବା ପରେ ସେ ଚିଫ୍‌ ଅପରେଟିଂ ଅଫିସର ଏବଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ମ୍ୟାନେଜ୍‌ମେଣ୍ଟ୍‌ ସର୍ଭିସେସ୍‌ ହେଡ୍‌ ଭଳି ବଡ ବଡ ପଦରେ ରହିଛନ୍ତି। ସିଏଫ୍‌ଓ ରଙ୍ଗନାଥ ଡି ମଧ୍ୟ ଇନ୍‌ଫୋସିସ୍‌ରେ ୧୫ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ କର୍ପୋରେଟ୍‌ ଫାଇନାନ୍ସ ମିଶ୍ରଣ ଏବଂ ଅଧିଗ୍ରହଣ, କର୍ପୋରେଟ୍‌ ପ୍ଲାନିଂ, ରିସ୍କ ମ୍ୟାନେଜ୍‌ମେଣ୍ଟ ଏବଂ ନିବେଶକ ସମ୍ପର୍କ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସିଇଓ ପଦପାଇଁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେହିଭଲି ଡେପୁଟି ସିଓଓ ରବି କୁମାର ଏସ୍‌ ମଧ୍ୟ ଦୌଡରେ ଅଛନ୍ତି। ଏବେ ସେ ସମସ୍ତ ଶିଳ୍ପରେ ଇନ୍‌ଫୋସିସ୍‌ ଗ୍ଲୋବାଲ୍‌ ଡେଲିଭରି ଅର୍ଗାନାଇଜେଶନ୍‌ର ନେତୃତ୍ୱ ନେଉଛନ୍ତି। ଏହାସହିତ ଡିଜିଟାଲ ଟ୍ରାନ୍ସଫର୍ମେଶନ୍‌ ସର୍ଭିସ୍‌, ଆପ୍ଲିକେଶନ୍‌ ଡେଭେଲପ୍‌ମେଣ୍ଟ ଆଣ୍ଡ୍‌ ମେଣ୍ଟେନାନ୍ସ ଏବଂ ଇମର୍ଜିଂ ଟେକ୍ନୋଲୋଜି ସୁଲ୍ୟଶନ୍‌ କାର୍ଯ୍ୟ ମଧ୍ୟ ତାଙ୍କ ତତ୍ତ୍ୱାବଧାନରେ କରାଯାଉଛି। ଇନ୍‌ଫୋସିସ୍‌ର ବିଏଫ୍‌ଏସ୍‌ଆଇ ହେଡ୍‌ ମୋହିତ୍‌ ଜୋଶୀଙ୍କ ନାଁ ମଧ୍ୟ ସମ୍ଭାବ୍ୟ ତାଲିକାରେ ଅଛି। ସେଲ୍‌ସ ଅପରେଶନ୍‌ ଏବଂ ରିପୋର୍ଟିଂ ପ୍ରୋସେସ୍‌ ଦାୟିତ୍ୱ ସେ ସମ୍ଭାଳୁଛନ୍ତି। କମ୍ପାନୀର ସଫଳତାରେ ମୋହିତ୍‌ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ତାଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରକୁ ଆସୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri