ନୂଆଦିଲ୍ଲୀ,୧୮।୮: ସରକାରଙ୍କ ଦ୍ୱାରା ନିର୍ମିତ ଜାତୀୟ ରାଜପଥଗୁଡିକର ମୁଦ୍ରୀକରଣ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବ। ଏହି ଯୋଜନା ଅଧୀନରେ ପର୍ଯ୍ୟାୟ କ୍ରମେ ମୋଟ ୧୦୦ଟି ଜାତୀୟ ରାଜପଥକୁ ଲିଜ୍‌ରେ ଦେବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ପ୍ରାଥମିକ ଭାବେ ୧୧ଟି ରାଜପଥ ପାଇଁ ନିଲାମ ଡକାଯିବ। ଏହି ୧୧ଟି ରାଜପଥ ପାଇଁ ନିଲାମ ପ୍ରକ୍ରିୟା ଆସନ୍ତା ମାସ ମଧ୍ୟଭାଗରୁ ଆରମ୍ଭ ହେବ। ଏଥିରୁ ସଡକ ଏବଂ ରାଜପଥ ମନ୍ତ୍ରଣାଳୟ ୬୫୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛି। ଏହି ୧୧ଟି ରାଜପଥ ମଧ୍ୟରୁ ୪ଟି ଗୁଜରାଟରେ ଥିବାବେଳେ ୭ଟି ଆନ୍ଧ୍ରପ୍ରଦେଶରେ ରହିଛି। ଏଗୁଡିକର ମୋଟ ଲମ୍ବ ୭୦୦ କିଲୋମିଟରରୁ ସାମାନ୍ୟ କମ୍‌ ହେବ। ଏହି ରାଜପଥଗୁଡିକୁ ସଡ଼କ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ଟୋଲ୍‌-ଅପରେଟ୍‌-ଟ୍ରାନ୍ସଫର(ଟିଓଟି) ମଡେଲ ହିସାବରେ ନିଲାମ କରିବ। ଯୋଜନା ମୁତାବକ ଟିଓଟି ମଡେଲ୍‌ରେ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପର, ଇନ୍‌ଷ୍ଟିଚ୍ୟୁଶ୍‌ନାଲ ଇନ୍‌ଭେଷ୍ଟର, ପେନ୍‌ସନ୍‌ ଫଣ୍ଡ ଏବଂ ପ୍ରାଇଭେଟ୍‌ ଇକ୍ୱିଟି(ପିଇ)ଫାର୍ମଗୁଡିକ ଅଗ୍ରିମ ପେମେଣ୍ଟ କରି ଜାତୀୟ ରାଜପଥଗୁଡିକୁ ୩୦ ବର୍ଷ ପାଇଁ ଲିଜ୍‌ରେ ନେଇପାରିବେ।

କନ୍‌ସେସନ୍‌ ପିରିୟଡ୍‌ ମଧ୍ୟରେ ଏହି ସଂସ୍ଥାଗୁଡିକ ଲିଜ୍‌ରେ ପାଇଥିବା ରାଜପଥ ଉପରେ ଟୋଲ୍‌ ଆଦାୟ କରିପାରିବେ। ଏଗୁଡିକର ରକ୍ଷଣାବେକ୍ଷଣ ଲାଗି ମଧ୍ୟ ସେମାନଙ୍କୁ ଅନୁମତି ମିଳିବ। ତେବେ ମୋଟ ୧୦୦ଟି ରାଜପଥରୁ ସରକାର ୭୫,୦୦୦ କୋଟି ଟଙ୍କାର ରାଜସ୍ବ ହାସଲ ଲକ୍ଷ୍ୟ ରଖିଛନ୍ତି। ଏକ ପ୍ରମୁଖ ସରକାରୀ ସୂତ୍ରରୁ ଜଣାଯାଇଛି ଯେ, ବିଡରମାନଙ୍କ ମଧ୍ୟରେ ଟେମ୍‌ସେକ୍‌ ହୋଲ୍‌ଡିଙ୍ଗ୍‌ସ ଏବଂ ସିଙ୍ଗାପୁରର ଜିଆଇସି ଭଳି କେତେକ ଇଣ୍ଟର୍‌ନ୍ୟାଶ୍‌ନାଲ୍‌ ଫଣ୍ଡ, ଜେପି ମୋର୍ଗାନ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ଆବୁଧାବୀ ଇନ୍‌ଭେଷ୍ଟମେଣ୍ଟ ଅଥରିଟି ଆଦି ରହିପାରନ୍ତି। ସୂତ୍ର ଅନୁସାରେ ସେପ୍ଟେମ୍ବର ମଧ୍ୟଭାଗରେ ନିଲାମ ଡକାଯାଇପାରେ। ୨ ମାସ ମଧ୍ୟରେ ବିଡିଂ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଆହୁରି କିଛି ପ୍ରକଳ୍ପ ପାଇଁ ନିଲାମ ଡକାଯିବ ବୋଲି ଉକ୍ତ ସୂତ୍ରରୁ ସୂଚନା ମିଳିଛି। ସରକାରଙ୍କ କହିବାନୁଯାୟୀ, ନିବେଶକଙ୍କୁ ଆକର୍ଷଣୀୟ ରିଟର୍ନ ମିଳିପାରେ। କାରଣ ଦେଶବ୍ୟାପୀ ଟୋଲ୍‌ ଆଦାୟ ୭ରୁ ୮% ରେଞ୍ଜରେ ବଢ଼ୁଛି।

"/>

ଜାତୀୟ ରାଜପଥକୁ ଲିଜ୍‌ରେ ଦେବେ ସରକାର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri