ନୂଆଦିଲ୍ଲୀ,୧୭।୮:ଚାଇନାର ସ୍ମାର୍ଟଫୋନ୍‌ କମ୍ପାନୀଗୁଡିକ ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ସରକାର ସନ୍ଦେହ କରୁଛନ୍ତି। ନିଜର ସ୍ମାର୍ଟଫୋନ୍‌ଗୁଡିକ ଜରିଆରେ ଏମାନେ ଭାରତୀୟମାନଙ୍କ ସମ୍ବେଦନଶୀଳ ତଥ୍ୟ ଚୋରି କରୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ରିପୋର୍ଟ ପ୍ରକାଶ ପାଇବା ପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଓପୋ, ଭିଭୋ, ସାଓମୀ ଏବଂ ଜିଓନି ଭଳି ଚାଇନିଜ୍‌ କମ୍ପାନୀଗୁଡିକୁ ନୋଟିସ୍‌ ଜାରି କରାଯାଇଛି। ତୁରନ୍ତ ଜବାବ ରଖିବା ପାଇଁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ ଏବଂ ଚାଇନା ମଧ୍ୟରେ ଏବେ ଡୋକଲାମ ବିବାଦ ଜୋର ଧରିଥିବାବେଳେ ଏହି ଆଶଙ୍କା ଗୁରୁତ୍ୱ ବହନ କରୁଛି। ମୋଟ ୨୧ଟି କମ୍ପାନୀଙ୍କୁ ନୋଟିସ୍‌ ଜାରି କରାଯାଇଛି, ଯେଉଁଥିରେ ଅଧିକାଂଶ ଚାଇନିଜ୍‌ କମ୍ପାନୀ ରହିଛନ୍ତି। ସରକାର ଡରୁଛନ୍ତି ଯେ ଗ୍ରାହକଙ୍କ ପ୍ରତି ଡାଟା ଥ୍ରେଟ୍‌ ରହିଛି। ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହ୍ୟାକ୍‌ ହୋଇପାରେ। ଭାରତରେ କୋଟି କୋଟି ଲୋକ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବାବେଳେ ସରକାର ଆଶଙ୍କା କରୁଛନ୍ତି ଯେ, ସ୍ମାର୍ଟଫୋନ୍‌ର କଣ୍ଟାକ୍ଟ ଲିଷ୍ଟ ଏବଂ ମେସେଜ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟଗୁଡିକ ଚୋରି ହୋଇପାରେ।

ନୋଟିସ୍‌ ଜାରି ହୋଇଥିବା ଅନ୍ୟ କମ୍ପାନୀଗୁଡିକ ମଧ୍ୟରେ ଆପଲ୍‌, ସାମ୍‌ସଙ୍ଗ୍‌ ଆଦି ମଧ୍ୟ ଅଛନ୍ତି। ଏଥିରେ ଭାରତୀୟ କମ୍ପାନୀ ମାଇକ୍ରୋମାକ୍ସ ବି ଅନ୍ତର୍ଭୁକ୍ତ ଅଛି। ସୁରକ୍ଷା ମାନକ ପାଳନ କରିବା ପାଇଁ ଏହି କମ୍ପାନୀଗୁଡିକୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଡିଭାଇସ୍‌, ଏହାର ଅପରେଟିଂ ସିଷ୍ଟମ୍‌ ଏବଂ ପ୍ରି-ଲୋଡେଡ୍‌ ଆପ୍‌ଗୁଡିକ ଯେପରି ସୁରକ୍ଷା ବଳୟ ମଧ୍ୟକୁ ଆସିବ ତାହା ନିଶ୍ଚିତ କରାଇବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶର ଅନୁପାଳନ ଠିକ୍‌ ଭାବେ କରାଯାଉଛି ଅବା ନାହିଁ ତାହା ଉପରେ ସରକାର ଆଗକୁ ଅଡିଟ୍‌ କରିବେ। ଯଦି କୌଣସି କମ୍ପାନୀ ସୁରକ୍ଷା ନିୟମର ଅନୁପାଳନ କରୁ ନ ଥାନ୍ତି ତଥା ସରକାରଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଲାଗୁ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନା ପ୍ରଯୁକ୍ତି ଆଇନର ଧାରା ୪୩(ଏ) ଅନୁସାରେ ଗ୍ରାହକଙ୍କ ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷା ପ୍ରଦାନ କରିବାକୁ କମ୍ପାନୀଗୁଡିକ ବାଧ୍ୟ। ଏହାର ଉଲ୍ଲଂଘନ କଲେ ସେମାନଙ୍କ ପାଇଁ ଅସୀମିତ ଦଣ୍ଡବିଧାନ ରହିଛି। ରାଜ୍ୟସ୍ତରୀୟ ମଧ୍ୟସ୍ଥଙ୍କ ଜରିଆରେ ୫ କୋଟି ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡିପାରେ।

"/>

ତଥ୍ୟ ଚୋରି କରୁଛନ୍ତି ଚାଇନା ମୋବାଇଲ କମ୍ପାନୀ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri