ନୂଆଦିଲ୍ଲୀ,୧॥୮(ପି.ଟି.):ରାଜକୋଷ ଉପରେ ସବ୍‌ସିଡି ବୋଝ ଲାଘବ କରିବା ଦିଗରେ ସରକାର ଦିନକୁ ଦିନ ତତ୍ପର ହେବାରେ ଲାଗିଛନ୍ତି। ପ୍ରଥମେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ନିର୍ଦ୍ଧାରଣ କ୍ଷମତା କମ୍ପାନୀଗୁଡିକୁ ପ୍ରଦାନ କରି ଏହି ବୋଝକୁ କିଛିଟା ହ୍ରାସ କରିବା ପରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏଲ୍‌ପିଜି ସବ୍‌ସିଡିକୁ ସମ୍ପୂର୍ଣ୍ଣ ହଟାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସବ୍‌ସିଡି ବିଲ୍‌ ଖସାଇବା ଦିଗରେ ସରକାର ଦୃଢ଼ ମନା ଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସଂସଦରେ ଉପସ୍ଥାପିତ ମିଡିୟମ୍‌-ଟର୍ମ ଏକ୍ସପେଣ୍ଡିଚର୍‌ ଫ୍ରେମ୍‌ଓ୍ବାର୍କ (ଏମ୍‌ଟିଇଏଫ୍‌) ଷ୍ଟେଟ୍‌ମେଣ୍ଟରୁ  ସ୍ପଷ୍ଟ ବାରି ହେଉଛି। ଆସନ୍ତା ଦୁଇ ବର୍ଷରେ ପେଟ୍ରୋଲିୟମ୍‌ ସବ୍‌ସିଡି ୧୦,୦୦୦ କୋଟି ଟଙ୍କାକୁ ଖସିଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ଏହି ରିପୋର୍ଟରେ ଉଲ୍ଲେଖ କରିଛି।ଚଳିତ ଆର୍ଥିକବର୍ଷର ବଜେଟ୍‌ରେ ୨୫,୦୦୦ କୋଟି ଟଙ୍କାର ପେଟ୍ରୋଲିୟମ୍‌ ସବ୍‌ସିଡି ଧାର୍ଯ୍ୟ କରାଯାଇଥିବାବେଳେ ୨୦୧୮-୧୯ରେ ଏହା ୧୮,୦୦୦ କୋଟି ଏବଂ ୨୦୧୯-୨୦ରେ ୧୦,୦୦୦ କୋଟି ଟଙ୍କାକୁ ହ୍ରାସ ଘଟିବ ବୋଲି ଆକଳନ ହୋଇଛି।  ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ଏଲ୍‌ପିଜି ସିଲିଣ୍ଡର ଉପରେ ସବ୍‌ସିଡି ସମ୍ପୂର୍ଣ୍ଣ ହଟାଇଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ କିରୋସିନ୍‌ ସବ୍‌ସିଡି ମଧ୍ୟ ହ୍ରାସ କରାଯିବାର ଲକ୍ଷ୍ୟ ରହିଛି ବୋଲି ଏମ୍‌ଟିଇଏଫ୍‌ରେ ଉଲ୍ଲେଖ କରାଯାଇଛି।ରିପୋର୍ଟରେ ସରକାରଙ୍କ ମୋଟ ବ୍ୟୟ ଉପରେ ମଧ୍ୟ ହିସାବ ଉପସ୍ଥାପନ କରାଯାଇଛି। ୨୦୧୯-୨୦ ଆର୍ଥିକବର୍ଷରେ କେନ୍ଦ୍ର ସରକାରଙ୍କ ମୋଟ ବ୍ୟୟ ପାଖାପାଖି ୨୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ରାଜସ୍ବ ବ୍ୟୟ ସହ ମୋଟ୍‌ ବ୍ୟୟ ୨୦୧୭-୧୮ରେ ୨୧.୪୬ ଲକ୍ଷ କୋଟି ଟଙ୍କା ରହିବ। ୨୦୧୮-୧୯ରେ ଏହା ୨୩.୪ ଲକ୍ଷ କୋଟି ଏବଂ ୨୦୧୯-୨୦ରେ ୨୫.୯୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି।୨୦୧୯-୨୦ରେ କେନ୍ଦ୍ରର ପୁଞ୍ଜି ବ୍ୟୟରେ ୨୫% ବୃଦ୍ଧି ଘଟି ୩.୯ ଲକ୍ଷ କୋଟି ଟଙ୍କା ରହିବ। ଚଳିତ ଆର୍ଥିକବର୍ଷ ପୁଞ୍ଜି ବ୍ୟୟ ୩,୦୯,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ୨୦୧୮-୧୯ରେ ଏହା ୩,୪୧,୦୦୦ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୩,୯୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସରକାରଙ୍କ ମୋଟ ବ୍ୟୟବରାଦ ମଧ୍ୟରେ ପାଖାପାଖି ୩୦% ଅବଦାନ ରହୁଥିବା ପ୍ରତିରକ୍ଷା କ୍ଷେତ୍ରରେ ବ୍ୟୟ ଚଳିତ ଆର୍ଥିକବର୍ଷ ୯୧,୫୮୦ କୋଟି ଟଙ୍କା ରହିବ। ୨୦୧୮-୧୯ରେ  ଏହା ୧,୦୧,୧୩୭ କୋଟି ଟଙ୍କାକୁ ଏବଂ ୨୦୧୯-୨୦ରେ ୧,୧୧,୭୦୬ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଏଥିରେ ଆକଳନ କରାଯାଇଛି। ୨୦୧୭-୧୮ରୁ୨୦୧୯-୨୦ ମଧ୍ୟରେ ସାର ସବ୍‌ସିଡି ବାବଦକୁ ବ୍ୟୟ ଫ୍ଲାଟ୍‌ ୭୦,୦୦୦ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଖାଦ୍ୟ ସବ୍‌ସିଡି ଆକାରରେ ୨୦୧୮-୧୯ରେ ବ୍ୟୟ ୧.୭୫ ଲକ୍ଷ କୋଟି ଏବଂ ୨୦୧୯-୨୦ରେ ଏହା ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ହିସାବ କରାଯାଇଛି। ଚଳିତ ଆର୍ଥିକବର୍ଷରେ ଖାଦ୍ୟ ସବ୍‌ସିଡି ବିଲ୍‌ ୧.୪୫ ଲକ୍ଷ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି।ଚଳିତ ଆର୍ଥିକବର୍ଷରେ ରାଜସ୍ବ ନିଅଣ୍ଟ ଲକ୍ଷ୍ୟ ଜିଡିପିର ୨% ଧାର୍ଯ୍ୟ କରାଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ ହେବ। ୨୦୧୮-୧୯ରେ ଏହା ୧.୯% ରହିବ ବୋଲି ହିସାବ କରାଯାଇଛି।

ନୂଆଦିଲ୍ଲୀ,୧॥୮(ପି.ଟି.):ରାଜକୋଷ ଉପରେ ସବ୍‌ସିଡି ବୋଝ ଲାଘବ କରିବା ଦିଗରେ ସରକାର ଦିନକୁ ଦିନ ତତ୍ପର ହେବାରେ ଲାଗିଛନ୍ତି। ପ୍ରଥମେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ନିର୍ଦ୍ଧାରଣ କ୍ଷମତା କମ୍ପାନୀଗୁଡିକୁ ପ୍ରଦାନ କରି ଏହି ବୋଝକୁ କିଛିଟା ହ୍ରାସ କରିବା ପରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏଲ୍‌ପିଜି ସବ୍‌ସିଡିକୁ ସମ୍ପୂର୍ଣ୍ଣ ହଟାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସବ୍‌ସିଡି ବିଲ୍‌ ଖସାଇବା ଦିଗରେ ସରକାର ଦୃଢ଼ ମନା ଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସଂସଦରେ ଉପସ୍ଥାପିତ ମିଡିୟମ୍‌-ଟର୍ମ ଏକ୍ସପେଣ୍ଡିଚର୍‌ ଫ୍ରେମ୍‌ଓ୍ବାର୍କ (ଏମ୍‌ଟିଇଏଫ୍‌) ଷ୍ଟେଟ୍‌ମେଣ୍ଟରୁ  ସ୍ପଷ୍ଟ ବାରି ହେଉଛି। ଆସନ୍ତା ଦୁଇ ବର୍ଷରେ ପେଟ୍ରୋଲିୟମ୍‌ ସବ୍‌ସିଡି ୧୦,୦୦୦ କୋଟି ଟଙ୍କାକୁ ଖସିଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ଏହି ରିପୋର୍ଟରେ ଉଲ୍ଲେଖ କରିଛି।
ଚଳିତ ଆର୍ଥିକବର୍ଷର ବଜେଟ୍‌ରେ ୨୫,୦୦୦ କୋଟି ଟଙ୍କାର ପେଟ୍ରୋଲିୟମ୍‌ ସବ୍‌ସିଡି ଧାର୍ଯ୍ୟ କରାଯାଇଥିବାବେଳେ ୨୦୧୮-୧୯ରେ ଏହା ୧୮,୦୦୦ କୋଟି ଏବଂ ୨୦୧୯-୨୦ରେ ୧୦,୦୦୦ କୋଟି ଟଙ୍କାକୁ ହ୍ରାସ ଘଟିବ ବୋଲି ଆକଳନ ହୋଇଛି।  ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ଏଲ୍‌ପିଜି ସିଲିଣ୍ଡର ଉପରେ ସବ୍‌ସିଡି ସମ୍ପୂର୍ଣ୍ଣ ହଟାଇଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ କିରୋସିନ୍‌ ସବ୍‌ସିଡି ମଧ୍ୟ ହ୍ରାସ କରାଯିବାର ଲକ୍ଷ୍ୟ ରହିଛି ବୋଲି ଏମ୍‌ଟିଇଏଫ୍‌ରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ସରକାରଙ୍କ ମୋଟ ବ୍ୟୟ ଉପରେ ମଧ୍ୟ ହିସାବ ଉପସ୍ଥାପନ କରାଯାଇଛି। ୨୦୧୯-୨୦ ଆର୍ଥିକବର୍ଷରେ କେନ୍ଦ୍ର ସରକାରଙ୍କ ମୋଟ ବ୍ୟୟ ପାଖାପାଖି ୨୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ରାଜସ୍ବ ବ୍ୟୟ ସହ ମୋଟ୍‌ ବ୍ୟୟ ୨୦୧୭-୧୮ରେ ୨୧.୪୬ ଲକ୍ଷ କୋଟି ଟଙ୍କା ରହିବ। ୨୦୧୮-୧୯ରେ ଏହା ୨୩.୪ ଲକ୍ଷ କୋଟି ଏବଂ ୨୦୧୯-୨୦ରେ ୨୫.୯୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି।

୨୦୧୯-୨୦ରେ କେନ୍ଦ୍ରର ପୁଞ୍ଜି ବ୍ୟୟରେ ୨୫% ବୃଦ୍ଧି ଘଟି ୩.୯ ଲକ୍ଷ କୋଟି ଟଙ୍କା ରହିବ। ଚଳିତ ଆର୍ଥିକବର୍ଷ ପୁଞ୍ଜି ବ୍ୟୟ ୩,୦୯,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ୨୦୧୮-୧୯ରେ ଏହା ୩,୪୧,୦୦୦ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୩,୯୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। 

ସରକାରଙ୍କ ମୋଟ ବ୍ୟୟବରାଦ ମଧ୍ୟରେ ପାଖାପାଖି ୩୦% ଅବଦାନ ରହୁଥିବା ପ୍ରତିରକ୍ଷା କ୍ଷେତ୍ରରେ ବ୍ୟୟ ଚଳିତ ଆର୍ଥିକବର୍ଷ ୯୧,୫୮୦ କୋଟି ଟଙ୍କା ରହିବ। ୨୦୧୮-୧୯ରେ  ଏହା ୧,୦୧,୧୩୭ କୋଟି ଟଙ୍କାକୁ ଏବଂ ୨୦୧୯-୨୦ରେ ୧,୧୧,୭୦୬ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଏଥିରେ ଆକଳନ କରାଯାଇଛି। 

୨୦୧୭-୧୮ରୁ୨୦୧୯-୨୦ ମଧ୍ୟରେ ସାର ସବ୍‌ସିଡି ବାବଦକୁ ବ୍ୟୟ ଫ୍ଲାଟ୍‌ ୭୦,୦୦୦ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଖାଦ୍ୟ ସବ୍‌ସିଡି ଆକାରରେ ୨୦୧୮-୧୯ରେ ବ୍ୟୟ ୧.୭୫ ଲକ୍ଷ କୋଟି ଏବଂ ୨୦୧୯-୨୦ରେ ଏହା ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ହିସାବ କରାଯାଇଛି। ଚଳିତ ଆର୍ଥିକବର୍ଷରେ ଖାଦ୍ୟ ସବ୍‌ସିଡି ବିଲ୍‌ ୧.୪୫ ଲକ୍ଷ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି।

ଚଳିତ ଆର୍ଥିକବର୍ଷରେ ରାଜସ୍ବ ନିଅଣ୍ଟ ଲକ୍ଷ୍ୟ ଜିଡିପିର ୨% ଧାର୍ଯ୍ୟ କରାଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ ହେବ। ୨୦୧୮-୧୯ରେ ଏହା ୧.୯% ରହିବ ବୋଲି ହିସାବ କରାଯାଇଛି।
"/>

୧୦,୦୦୦ କୋଟିକୁ ଖସିବ ପେଟ୍ରୋଲିୟମ୍‌ ସବ୍‌ସିଡି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri