ନୂଆଦିଲ୍ଲୀ, ୯।୮: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ଏସ୍‌ୟୁଭି ଏବଂ ଲକ୍‌ଜ୍ୟୁରୀ କାର ନିର୍ମାତାମାନେ ସେମାନଙ୍କର ବିଭିନ୍ନ ମଡେଲ ଦରରେ ହ୍ରାସ ଘଟାଇଥିଲେ। ଫଳରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। କିନ୍ତୁ ସେମାନଙ୍କ ଏହି ଉତ୍ସାହ  ଆଉ ଅଧିକ ଦିନ ରହିବ ନାହିଁ। କାରଣ ଏହି ଯାନଗୁଡିକ ଉପରେ ଲାଗୁଥିବା ସେସ୍‌ ୨୫%କୁ ବୃଦ୍ଧି କରିବା ପାଇଁ ସରକାର ସ୍ପଷ୍ଟ କରିଛନ୍ତି। ଜିଏସ୍‌ଟି ପରିଷଦ ପକ୍ଷରୁ ଏହା ଉପରେ ମଞ୍ଜୁରୀ ଦିଆଯାଇଥିବାବେଳେ ବାରମ୍ବାର ଟିକସ ହାର ପରିବର୍ତ୍ତନ ବିରକ୍ତିକର ବୋଲି ଅଟୋ ଶିଳ୍ପ କହିଛି। ଏହା କାର୍ଯ୍ୟକାରୀ ହେଲେ ଶିଳ୍ପ ଉପରେ ଏହାର ବଡ ଧରଣର ପ୍ରଭାବ ପଡିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶ ବାଧାପ୍ରାପ୍ତ ହେବ। ସରକାରଙ୍କ ବାରମ୍ବାର ଟିକସ ହାର ପରିବର୍ତ୍ତନ ଯୋଗୁ କମ୍ପାନୀଗୁଡିକର ଭବିଷ୍ୟତ ଯୋଜନା ପ୍ରଭାବିତ ହେଉଛି।  ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଆଗରେ ଏହା ବାଧକ ସାଜିବ ବୋଲି ଅଟୋ ଶିଳ୍ପ ପକ୍ଷରୁ କୁହାଯାଇଛି। 

ସେସ୍‌ ବୃଦ୍ଧି ହେଲେ ରିଟେଲ ଦର ବଢ଼ିବ। ଗ୍ରାହକଙ୍କ ଉପରେ କମ୍ପାନୀଗୁଡିକ ସମସ୍ତ ବୋଝ ପକାଇବେ। କାରଣ  ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ କମ୍ପାନୀଗୁଡିକ ଉପରେ ଚାପ ପକାଉଥିବାବେଳେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଅଟୋ ଶିଳ୍ପ ପ୍ରକାଶ କରିଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ହୋଣ୍ଡା ସିଟି ଦର ୬୦,୦୦୦ରୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଲକ୍‌ଜ୍ୟୁରୀ କାର ଉପରେ ଏହାର ବଡ ପ୍ରଭାବ ପଡିବ। ଅଡିର କ୍ୟୁ୭ ଏସ୍‌ୟୁଭି ଦରରେ ୭ ଲକ୍ଷ ଟଙ୍କା ବୃଦ୍ଧି ଘଟିବ। ସେହିଭଳି ମର୍ସିଡିଜ୍‌ ଇ-କ୍ଲାସ ପାଖାପାଖି ୪ ଲକ୍ଷ ଟଙ୍କା ମହଙ୍ଗା ହେବ। 

ଜିଏସ୍‌ଟି ବ୍ୟବସ୍ଥା ଅଧୀନରେ ଗ୍ରାହକଙ୍କୁ ଲାଭ ପ୍ରଦାନ କରିସାରିବା ପରେ ସରକାରଙ୍କ ଏହି ଝଟକା ଅତ୍ୟନ୍ତ ନିରାଶ କରିଛି। ଯଦି ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଏ ତା’ହେଲେ ଗାଡିଗୁଡିକର ଦର ପ୍ରାକ୍‌-ଜିଏସ୍‌ଟି ଦରଠାରୁ ମଧ୍ୟ ଅଧିକ ରହିବ ବୋଲି ଅଡି ଇଣ୍ଡିଆ ମୁଖ୍ୟ ରାହିଲ ଅନ୍‌ସାରୀ କହିଛନ୍ତି। ଏହା ଅତ୍ୟନ୍ତ ବିରକ୍ତିକର ନିଷ୍ପତ୍ତି ବୋଲି ସେ କହିଛନ୍ତି। ଲୋକମାନେ ବଡ ଗାଡି ଚଲାନ୍ତୁ ତାହା ସପକ୍ଷରେ ସରକାର  ନ ଥିବା ଏଥିରୁ ଜଣାଯାଉଛି ବୋଲି ଟୟୋଟା କିର୍ଲୋସ୍କାରର ଉପାଧ୍ୟକ୍ଷ ତଥା ନିର୍ଦ୍ଦେଶକ ଶେଖର ବିଶ୍ୱନାଥନ ପ୍ରକାଶ କରିଛନ୍ତି।

ନୂଆଦିଲ୍ଲ, ୯।୮: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ଏସ୍‌ୟୁଭି ଏବଂ ଲକ୍‌ଜ୍ୟୁରୀ କାର ନିର୍ମାତାମାନେ ସେମାନଙ୍କର ବିଭିନ୍ନ ମଡେଲ ଦରରେ ହ୍ରାସ ଘଟାଇଥିଲେ। ଫଳରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। କିନ୍ତୁ ସେମାନଙ୍କ ଏହି ଉତ୍ସାହ  ଆଉ ଅଧିକ ଦିନ ରହିବ ନାହିଁ। କାରଣ ଏହି ଯାନଗୁଡିକ ଉପରେ ଲାଗୁଥିବା ସେସ୍‌ ୨୫%କୁ ବୃଦ୍ଧି କରିବା ପାଇଁ ସରକାର ସ୍ପଷ୍ଟ କରିଛନ୍ତି। ଜିଏସ୍‌ଟି ପରିଷଦ ପକ୍ଷରୁ ଏହା ଉପରେ ମଞ୍ଜୁରୀ ଦିଆଯାଇଥିବାବେଳେ ବାରମ୍ବାର ଟିକସ ହାର ପରିବର୍ତ୍ତନ ବିରକ୍ତିକର ବୋଲି ଅଟୋ ଶିଳ୍ପ କହିଛି। ଏହା କାର୍ଯ୍ୟକାରୀ ହେଲେ ଶିଳ୍ପ ଉପରେ ଏହାର ବଡ ଧରଣର ପ୍ରଭାବ ପଡିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶ ବାଧାପ୍ରାପ୍ତ ହେବ। ସରକାରଙ୍କ ବାରମ୍ବାର ଟିକସ ହାର ପରିବର୍ତ୍ତନ ଯୋଗୁ କମ୍ପାନୀଗୁଡିକର ଭବିଷ୍ୟତ ଯୋଜନା ପ୍ରଭାବିତ ହେଉଛି।  ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଆଗରେ ଏହା ବାଧକ ସାଜିବ ବୋଲି ଅଟୋ ଶିଳ୍ପ ପକ୍ଷରୁ କୁହାଯାଇଛି। 

"/>

ସେସ୍‌ ବୃଦ୍ଧି ହେଲେ ପ୍ରଭାବିତ ହେବ ନିବେଶ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri