ନୂଆଦିଲ୍ଲୀ, ୮।୮:ଦେଶରେ ବର୍ତ୍ତମାନ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସମସ୍ତ ଆବଶ୍ୟକତା ପୂରଣ ଲାଗି ସାମଗ୍ରୀ ମାନ ରହିଛି। ଏହା ବାଦ ସେମାନେ ଟିଭି, ଫ୍ରିଜ୍‌, ଓ୍ବାଶିଂ ମେଶିନ୍‌ ଭଳି ସାମଗ୍ରୀ ମାନ ମଧ୍ୟ ରଖିଛନ୍ତି। ଅନେକ ଲୋକ ଦୁଇ ଏବଂ ଚାରି ଚକିଆ ଯାନ ମଧ୍ୟ ରଖିଛନ୍ତି। ଏହା ସତ୍ତ୍ୱେ ଲୋକମାନେ ବିଭିନ୍ନ ସାମାଜିକ ଯୋଜନାର ଲାଭ ନେଉଛନ୍ତି। ଏହିଭଳି ପ୍ରମୁଖ ସ୍ଥିତିକୁ ନଜରରେ ରଖି ସରକାର ସହରରେ ବସବାସ କରୁଥିବା ଲୋକଙ୍କର ପ୍ରକୃତ ଆର୍ଥତ୍କ ସ୍ଥିତିକୁ ଆକଳନ କରିବେ। ସହର ପାଇଁ ସରକାର ଗ୍ରହଣ କରୁଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲାଭ ଠିକ୍‌ ହିତାଧିକାରୀ ନେଉଛନ୍ତି କି ନାହିଁ ସେ ସମ୍ପର୍କରେ ସରକାର ଜାଣି ପାରିବେ। ଏହି କା୍ଯଯ୍ୟ ଦ୍ୱାରା ପ୍ରତି ୧୦ ପରିବାର ମଧ୍ୟରୁ ୬ ପରିବାର ସରକାରଙ୍କ ନଜରକୁ ଆସିପାରିବେ ବୋଲି ଅନୁମାନ କରାଯାଇଛି। ସୂଚନା ମୁତାବକ ସହରରେ ବାସ କରୁଥିବା ଯେଉଁ ପରିବାର ନିକଟରେ ୪ ରୁମ୍‌ ବିଶିଷ୍ଟ ପ୍ଲାଟ କିମ୍ବା ୪ ଚକିଆ ଯାନ ଏବଂ ଏୟାର କଣ୍ଡିଶନର ରହିବ ସେମାନଙ୍କୁ ସାମାଜିକ ଯୋଜନା ବାହାରେ ରଖାଯିବ।  ସାମାଜିକ ଏବଂ ଆର୍ଥତ୍କ ସର୍ବେକ୍ଷଣ ଲାଗୁ କରାଇବା ଲାଗି ବିବେକ ଦେବରାଏ କମିଟି ଦେଇଥିବା ପ୍ରସ୍ତାବ ମୁତାବକ ଯେଉଁ ପରିବାରଗୁଡିକ ନିକଟରେ ଏହି ଭଳି ରେଫ୍ରିଜରେଟର, ଓ୍ବାଶିଂମେଶିନ୍‌ ଏବଂ ଦୁଇ ଚକିଆ ଯାନ ରହିଥାଏ ତେବେ ସେମାନେ ସାମାଜିକ ଯୋଜନା ହିତାଧିକାରୀ ତାଲିକାରୁ ଆପେ ବାଦ ପଡି ଯିବେ। ରିପୋର୍ଟରେ ଅନ୍ୟ ପରିବାରଗୁଡିକ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ସାମାଜିକ ଯୋଜନା ହିତାଧିକାରୀଙ୍କ ଲାଗି ଗୃହ, କର୍ମ ସଂସ୍ଥାନ ଏବଂ ସାମାଜିକ ସ୍ଥିତିକୁ ମଧ୍ୟ ବିଚାର କରାଯିବ ବୋଲି ଉଲ୍ଲେଖ ରହିଛି। ଯଦି କୌଣସି ପରିବାର ନିକଟରେ ଏପରି ସ୍ଥିତି ରହିଥାଏ ତାଙ୍କୁ ମଧ୍ୟ ତାଲିକାରୁ ବାଦ୍‌ ଦିଆଯିବ।  ଏହା ବାଦ୍‌ ସାମାଜିକ ଯୋଜନାର ପ୍ରକୃତ ହିତାଧିକାରୀଙ୍କୁ ଲାଭ ପ୍ରଦାନ ପାଇଁ କେତେକ ପଦକ୍ଷେପ ଲାଗି କମିଟି ପ୍ରସ୍ତାବ ଦେଇଛି। ଘର ନ ଥିବା ତଥା ପଲିଥିନ ତଳେ ବାସ କରୁଥିବା ପରିବାର, ରୋଜଗାରର ସ୍ଥାୟୀ ପନ୍ଥା ନ ଥିବା ପରିବାର, ଯେଉଁ ପରିବାରରେ ରୋଜଗାର କରୁଥିବା ପୁରୁଷ ନ ଥିବେ ଏବଂ ପରିବାରର ମୁଖ୍ୟ ଶିଶୁ ହୋଇଥିଲେ ତାଙ୍କୁ ଯୋଜନାର ଲାଭ ମିଳିବ। ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତ, କେତେକ ପ୍ରମୁଖ ପ୍ରସଙ୍ଗକୁ ନେଇ ଏକ ସୂଚୀ ପ୍ରସ୍ତୁତ କରାଯିବ। ଏହା ମଧ୍ୟରେ ସାମାଜିକ ସ୍ଥିତି ଭଳି ଅନେକ ପ୍ରସଙ୍ଗ ରହିଛି। ପ୍ରକାଶ ଯେ ୨୦୧୨ରେ ଏମ୍‌.ଆର. ହାସିନ କମିଟି ସହରୀ ଦାରିଦ୍ର୍ୟକୁ ନେଇ ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ, ଯାହାକୁ ସରକାର ମଞ୍ଜୁରୀ ଦେଇ ନ ଥିଲେ।

"/>

ଗାଡି, ଏସି ଥିଲେ ସାମାଜିକ ଯୋଜନାରୁ ବାଦ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri