Posted inଜାତୀୟ

ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନରେ ହେଲା ବିସ୍ଫୋରଣ, ଶୋଇପାରିଲେନି କଂଗ୍ରେସ ପରିବାର

ନୂଆଦିଲ୍ଲୀ,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନ ଥିଲେ। ସେ କହିଥିଲେ ଯେ, କଂଗ୍ରେସ ଏବଂ ଏହାର ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅପରେଶନ ସିନ୍ଦୂର ଉପରେ ଅସନ୍ତୁଷ୍ଟ ଥିଲେ। ଗାନ୍ଧୀ ପରିବାର ଉପରେ କଠୋର ଆକ୍ରମଣ କରି ସେ କହିଥିଲେ, ‘ପାକିସ୍ତାନରେ ବିସ୍ଫୋରଣ ଘଟିଥିଲା, କିନ୍ତୁ କଂଗ୍ରେସ ରାଜପରିବାରର ନିଦ ହଜିଗଲା। ପାକିସ୍ତାନ ଏବଂ କଂଗ୍ରେସର ବଡ଼ ବଡ଼ ନେତାମାନେ ଅପରେଶନ ସିନ୍ଦୂରର ଆଘାତରୁ ଏପର୍ଯ୍ୟନ୍ତ ମୁକୁଳି ପାରିନାହାନ୍ତି।’

ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ ବଣ୍ଟନକୁ ନେଇ ମେଣ୍ଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ରହିଛି। ସେ କହିଛନ୍ତି, ନାମାଙ୍କନ ପ୍ରତ୍ୟାହାରର ସମୟସୀମା ପୂର୍ବରୁ, ‘ବଡ଼ ଖେଳ ବନ୍ଦ ଦ୍ୱାର ପଛରେ ଖେଳାଯାଇଥିଲା।’ ତାଙ୍କ ଅନୁସାରେ, କଂଗ୍ରେସ କୌଣସି ଆରଜେଡି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିବାକୁ ଚାହଁୁ ନ ଥିଲା, କିନ୍ତୁ ଆରଜେଡି ସେମାନଙ୍କ ସ୍ଥିତି ଗ୍ରହଣ କରିବାକୁ ‘ଚାପ’ ପକାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରରେ ମହାମେଣ୍ଟ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଛି। ଜଣେ ଆର୍‌ଜେଡି ନେତାଙ୍କୁ ବନ୍ଧୁକ ମୁନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ବାଛିଛନ୍ତି।

ମୋଦ କହିଛନ୍ତି, ଆର୍‌ଜେଡି ଏବଂ କଂଗ୍ରେସ ମଧ୍ୟରେ ଫାଟ ବଢ଼ୁଛି। କଂଗ୍ରେସ ସହିତ ପରାମର୍ଶ ନ କରି ଘୋଷଣାପତ୍ର ପ୍ରକାଶ କରାଯାଇଛି। ନିର୍ବାଚନ ପ୍ରଚାର ସମୟରେ ମଧ୍ୟ କଂଗ୍ରେସକୁ ଶୁଣାଯାଉନାହିଁ। ସେ କହିଛନ୍ତି, ଯଦି ନିର୍ବାଚନ ପୂର୍ବରୁ ଏହି ପରିସ୍ଥିତି ହୁଏ, ତେବେ ଏହା ପରେ ଆହୁରି ଖରାପ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ଲୋକମାନେ ବିହାରର କୌଣସି ଭଲ କରିପାରିବେ ନାହିଁ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍‌ରେ

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ...

ଆମେରିକା ସହିତ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା ଭାରତ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ‘ଐତିହାସିକ LPG ଚୁକ୍ତି’ ସ୍ବାକ୍ଷର କରିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର...

ଟ୍ରେନ ଲାଇନଚ୍ୟୁତ ପାଇଁ ଷଡଯନ୍ତ୍ର: ଟ୍ରାକ୍‌ରୁ ମିଳିଲା ଗ୍ୟାସ ସିଲିଣ୍ଡର

ଆଲିଗଡ଼,୧୭।୧୧: ଉତ୍ତର ପ୍ରଦେଶର ଆଲିଗଡ଼ ଜିଲାର ସୀମା ଫାଟକ ନିକଟରେ ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିଲ୍ଲୀ-ହାୱଡା...

Bihar CM Oath : ଆଜି ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ରଖିବେ ନୀତୀଶ

ପାଟନା,୧୭।୧୧: ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ...

ପାତ୍ର ଥିଲେ ସିନା

ବିହାର ବିଧାନସଭା ନିର୍ବାଚନ ଫଳ ଭାରତୀୟ ରାଜନୈତିକ ଇତିହାସ ପାଇଁ ଏକ ନୂଆ ପାଣ୍ଡୁଲିପି ଲେଖିଛି। ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର...

ନିର୍ବାଚନରେ ଲାଗିଥିଲା ୧୪ ହଜାର କୋଟିର ବିଶ୍ୱବ୍ୟାଙ୍କ ପାଣ୍ଠି

ନୂଆଦିଲ୍ଲୀ,୧୭ା୧୧: ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ପାଇଁ ଉଦ୍ଦିଷ୍ଟ ୨୧,୦୦୦ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ପାଣ୍ଠିରୁ ୧୪,୦୦୦ କୋଟି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ...

୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍‌ କରିବ ଇସ୍ରୋ

କୋଲ୍‌କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍‌କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ...

ବିହାର ଏନ୍‌ଡିଏରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବା ଆଶା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri