ବିଜେଡିର ବଡ଼ ସମସ୍ୟା: ଭାଗନେବା ନା ନେବାନି

ଭୁବନେଶ୍ୱର, ୨୪।୯(ସୁନିତ୍‌ ମିଶ୍ର): ବିଧାନସଭାରେ ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ ବାରମ୍ବାର ପ୍ରତିବାଦ କରୁଛି। ସେଥିଲାଗି ଅନେକ ବିଷୟରେ ଆଲୋଚନା କରିବାରେ ବିରୋଧୀ ଦଳର ସଦସ୍ୟମାନେ ସକ୍ଷମ ହୋଇପାରୁ ନାହାନ୍ତି। ଏହାକୁ ନେଇ ବିଧାୟକ ଦଳ ଭିତରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ସରକାରଙ୍କୁ ଘେରିବାକୁ ହେଲେ ଗୃହରେ ଆଲୋଚନା କରିବା ନିହାତି ଦରକାର ବୋଲି କେତେଜଣ ସଦସ୍ୟ କହୁଥିବା ବେଳେ ଆଉ କେତେଜଣ ଏହାକୁ ମନା କରୁଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଗୃହରେ ବିନା ବିରୋଧୀରେ ସରକାର ଜିଏସ୍‌ଟି ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ନେଇ ଆଣିଥିବା ସଂକଳ୍ପ ପାରିତ କରିଛନ୍ତି। ସେହିପରି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ୨୦୨୫ ବିଲ୍‌ ମଧ୍ୟ ଗୃହରେ ପାରିତ ହୋଇଥିଲା। ଏହିସବୁ ଗୃହରେ ପାସ୍‌ ହେବା ସମୟରେ ବିଜେଡି ବିଧାୟକମାନେ ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠରେ ବୈଠକ କରିଥିଲେ। ବୈଠକରେ ହିଁ ଗୃହରେ ଆଲୋଚନା କରିବା ଏବଂ ଏଥିରେ ଭାଗନେବା ଓ ନ ନେବା ଉପରେ ଯୁକ୍ତିତର୍କ ଚାଲିଥିଲା। ଦଳର କେତେଜଣ ବରିଷ୍ଠ ନେତା ଗୃହକାର୍ଯ୍ୟରେ ଭାଗ ନ ନେବା ଅର୍ଥ ପରୋକ୍ଷରେ ସରକାରୀ ଦଳକୁ ସହଯୋଗ କରୁଛେ ବୋଲି ରାଜ୍ୟବାସୀଙ୍କ ପାଖକୁ ବାର୍ତ୍ତା ଯାଉଥିବା କହିଥିଲେ। ଆହୁରି ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି, ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ୍‌ ୭ ଦିନିଆ ଅଧିବେଶନରୁ ୫ ଦିନ ସରିଗଲାଣି। ଏହା ଭିତରେ ଆମେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ସାରିଲେଣି ପରୋକ୍ଷରେ ଆମ କାର୍ଯ୍ୟକଳାପ ସରକାରଙ୍କୁ ସୁହାଉଛି। ଆମେ ଯଦି ଆଲୋଚନାରେ ଭାଗ ନ ନେବା ତେବେ ସରକାରଙ୍କର ଏଥିରେ କ୍ଷତି କୋଉଠି ଅଛି। ସଂଖ୍ୟା ସେମାନଙ୍କର ରହିଛି, ବିନା ବିରୋଧୀରେ ସେମାନେ ସବୁ ପାସ୍‌ କରିଦେଇପାରିବେ। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌ ୨୦୨୫ ଉପରେ ଆଲୋଚନା ହେବା ବେଳେ ଏଥିରେ ଭାଗନେବା ଦରକାର। ସେହିପରି ବହୁଚର୍ଚ୍ଚିତ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ଗୃହରେ ଆଲୋଚନାହେବା ଦରକାର ବୋଲି କେତେଜଣ କହିଥିଲେ। କାରଣ ଏହାର ଅନେକ କଥା ଲୋକଲୋଚନକୁ ଆସିବା ଦରକାର। ସେହିପରି ପ୍ରଥମ ଏବଂ ୨ଥର ବିଧାୟକ ଯେଉଁମାନେ ହୋଇଛନ୍ତି ସେମାନେ ମଧ୍ୟ ଆଲୋଚନାରେ ଭାଗନେବା ଦରକାର ବୋଲି କହିଥିଲେ। ଏହାକୁ ଅନ୍ୟ କେତେଜଣ ବରିଷ୍ଠ ନେତା ମଧ୍ୟ ସମର୍ଥନ ଜଣାଇଥିଲେ। ହେଲେ ଦଳର ଆଢୁଆଳରେ ରହି ନିଜର କ୍ଷମତା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଇଙ୍ଗିତରେ ବିଧାନସଭାରେ ଆଲୋଚନା ନ କରି ଏଥିରୁ ଦୂରେଇରହିବା ଦରକାର ବୋଲି କେତେଜଣ ଯୁକ୍ତି ରଖିଥିଲେ। ଫଳରେ ବିଜେଡି ଆଲୋଚନା କରିବ ନା ନାହିଁ କିଛି ନିଷ୍ପତ୍ତି ହୋଇପାରି ନ ଥିବାରୁ ବିଧାୟକମାନେ ଶେଷରେ ଉଠି ଚାଲିଯାଇଥିଲେ। ଅନ୍ୟ ଜଣେ ବିଧାୟକ କହିଛନ୍ତି, ବିଧାୟକ ଦଳର ନିଷ୍ପତ୍ତି ନେବାକୁ ଗଠନ ହୋଇଥିବା ୧୦ ଜଣିଆ କମିଟି ନାଁକୁ ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri