Posted inଜାତୀୟ

ବଡ଼ ଘୋଷଣା: ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ହେବେ ଭାରତର ୫୩ତମ ସିଜେଆଇ

ନୂଆଦିଲ୍ଲୀ,୩୦ା୧୦(ପି.ଟି.):ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ଗୁରୁବାର ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ସେ ନଭେମ୍ବର ୨୪ରେ କାର୍ଯ୍ୟଭାର ଗ୍ରହଣ କରିବେ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ନୂଆ ସିଜେଆଇ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନର ସିଜେଆଇ ବି.ଆର୍‌. ଗବଇ ନଭେମ୍ବର ୨୩ରେ ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ସେ ପାଖାପାଖି ୧୫ ମାସ ସିଜେଆଇ ରହିବା ପରେ ୨୦୨୭ ଫେବୃଆରୀ ୯ରେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ସମ୍ବିଧାନରେ ପ୍ରଦତ୍ତ କ୍ଷମତାର ପ୍ରୟୋଗକ୍ରମେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି, ଯାହା ୨୦୨୫ ନଭେମ୍ବର ୨୪ରୁ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ Xରେ ପୋଷ୍ଟ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଶେଷ ଦର୍ଶନ ପାଇଁ ଏମ୍ସରେ ପ୍ରବଳ ଭିଡ଼; ସଙ୍ଗୀତ ଜଗତ ସ୍ତବ୍ଧ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ସଙ୍ଗୀତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ...

ନଭେମ୍ବର ୧୭ ଓଡ଼ିଆ ସଂଗୀତ ଜଗତ ପାଇଁ ବ୍ଲାକ୍ ଡେ, ସେଦିନ ଅକ୍ଷୟ ଆଜି ହ୍ୟୁମାନଙ୍କ ପରଲୋକ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲେଖା ଯିବ। ନଭେମ୍ବର ୧୭ ଲୋକପ୍ରିୟ କଣ୍ଠଶିଳ୍ପୀ...

ପରଲୋକରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଓଲିଉଡରେ ଶୋକର ଛାୟା

ଭୁବନେଶ୍ୱର,୧୭।୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।...

ଡ୍ରୋନ୍ ବ୍ୟବହାର କରି ‘ହମାସ ଭଳି’ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୭।୧୧: ନିକଟରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ପୂର୍ବରୁ ଆତଙ୍କବାଦୀ ମଡ୍ୟୁଲ୍ ଡ୍ରୋନ୍‌କୁ ଅସ୍ତ୍ରରେ ପରିଣତ କରି ଏବଂ ରକେଟ୍...

ବିହାରର ନୂଆ ଏନଡିଏ ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବଡ଼ ଖୁଲାସା କଲେ…

ପାଟନା,୧୭।୧୧: ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସଭାପତି ଏବଂ ରାଜ୍ୟସଭା ଏମ୍‌ପି ଉପେନ୍ଦ୍ର କୁଶୱାହା ଦାବି କରିଛନ୍ତି ଯେ ନୀତୀଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ...

ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ଉପରେ ଭାରତ ଦେଲା ଏମିତି ପ୍ରତିକ୍ରିୟା, ସାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ଭାରତର ପ୍ରଥମ ପ୍ରତିକ୍ରିୟା ଆସିଛି। ଭାରତ କହିଛି...

‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି

ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ...

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଏହି ଦିନଠୁ ଅନଲାଇନ, ଅଫଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର,୧୭।୧୧: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri