ମହିଳା ସୁରକ୍ଷା: ଭାରତର ଶୀର୍ଷ ୭ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର,୨୮ା୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ସ୍ଥାନ ପାଇଛି। ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରୁଛନ୍ତି।

ଭୁବନେଶ୍ୱର ସହିତ ମୁମ୍ବାଇ, କୋହିମା, ବିଶାଖାପାଟଣାମ୍, ଆଇଜୋଲ, ଗ୍ୟାଙ୍ଗଟକ୍ ଓ ଇଟାନଗରକୁ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗ୍ରୁପ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ସ ଆଣ୍ଡ ଆକାଡେମିସିଆନ୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ଆଜି ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି।

ଅନ୍ୟପକ୍ଷରେ, ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ, ପାଟଣା ଓ ଜୟପୁରକୁ ମହିଳା ସୁରକ୍ଷାରେ ନିମ୍ନ ସ୍ଥାନ ମିଳିଛି। ନାରୀ ୨୦୨୫ ରିପୋର୍ଟ ଅନୁଯାୟୀ, ଏହି ସହରଗୁଡ଼ିକରେ ଦୁର୍ବଳ ଭିତ୍ତିଭୂମି, ପିତୃସତ୍ତାକ ମନୋଭାବ ଓ ଅପର୍ଯ୍ୟାପ୍ତ ପ୍ରାତିଷ୍ଠାନିକ ପ୍ରତିକ୍ରିୟା ମୁଖ୍ୟ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri