କାମ ନ କରି ବିଲ ଉଠାଣ ଘଟଣା, ଯନ୍ତ୍ରୀଙ୍କ ସମେତ ୫ଜଣଙ୍କୁ ଜେଲ


ଫୁଲବାଣୀ ଅଫିସ, ୭।୧୨- ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ରାସ୍ତା କାମ ନ କରି ବିଲ ଉଠାଇ ନେବା ମାମଲାର ରାୟ ପ୍ରକାଶ ପାଇଛି ା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ବିରଞ୍ଚି ନାରାୟଣ ମିଶ୍ର ଶୁକ୍ରବାର ଏହି ମାମଲାର ଶୁଣାଣି କରି ଯନ୍ତ୍ରୀଙ୍କ ସମେତ ମୋଟ ୫ଜଣ ଅଭିଯୁକ୍ତଙ୍କୁ ୫ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଜଣଙ୍କୁ ୫୦ ହଜାର ଓ ଅନ୍ୟ ୪ ଜଣଙ୍କୁ ୭୫ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଧିକ ୬ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଦାରିଙ୍ଗବାଡି ବ୍ଲକ ସ୍ରାନିକେତା ପଞ୍ଚାୟତର ପୂର୍ବତନ ଗ୍ରାମ ସେବକ(ଭିଏଲଡବ୍ଲ୍ୟୁ) ଯକ୍ଷ୍ୟ ବେହେରା, ତତ୍କାଳୀନ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାଗୀରଥି ସାହୁ ଓ ସହକାରୀ ଯନ୍ତ୍ରୀ ବି.ସୁବାରାଓ, ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ଏବଂ ଭିଲେଜ ଲେଭେଲ ଲିଡର(ଗ୍ରାମ ଶ୍ରମିକ ନେତା) ଫିଲି ମୋହନ ଦିଗାଲ । ଫିଲି ମୋହନଙ୍କୁ ୫୦ ହଜାର ଜରିମାନା କରାଯାଇଛି । ଦାରିଙ୍ଗବାଡି ବ୍ଲକ ସ୍ରାନିକେତା ପଞ୍ଚାୟତ ସୁଲୁମାହା ଗାଁ ସେବକପଡିରୁ ମଶାଣିପଦା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ରାସ୍ତା କାମ ପାଇଁ ୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ କାମ ନ କରି ବିଲ ବାବଦରେ ୧ ଲକ୍ଷ ୭୧ ହଜାର ଟଙ୍କା ସମ୍ପୃକ୍ତ ଅଭିଯୁକ୍ତମାନେ ଉଠାଇ ଆତ୍ମସାତ କରିଥିଲେ । ଏ ନେଇ ସ୍ଥାନୀୟ ଲୋକେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଡିଏସ୍‌ପି ଅମୂଲ୍ୟ କୁମାର ମହାନ୍ତି ଘଟଣାର ତଦନ୍ତ କରି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଏତଲା ଦେଇଥିଲେ । ଏହି ଘଟଣାର ବିଚାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଇ ଦେଇଛନ୍ତି । ଫିଲି ମୋହନଙ୍କୁ ୫୦ ହଜାର ଓ ଅନ୍ୟମାନଙ୍କୁ ୭୫ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତିି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେଶ ମହାପାତ୍ର ମାମଲା ପରିଚାଳନା କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri