ଡିଆରଡିଏ ସମୀକ୍ଷା ବୈଠକ, ଯୋଜନା ସମ୍ପର୍କରେ ସଚେତନତାକୁ ଗୁରୁତ୍ୱ


ଛତ୍ରପୁର,୭।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଡିଆରଡିଏ ସମୀକ୍ଷା ବୈଠକ ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏମ୍‌ପି ଓ ବିଧାୟକଙ୍କ ପାଣ୍ଠିରୁ ମିଳିଥିବା ଅନୁଦାନ ଖର୍ଚ୍ଚର ୟୁସି (ବିନିଯୋଗ ପ୍ରମାଣପତ୍ର) ଦାଖଲ କରିବାକୁ ଜିଲାପାଳ ବୈଠକରେ ଉପସ୍ଥିତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବ୍ଲକରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆାବାସ ଓ ବିଜୁ ପକ୍କା ଘର ନିର୍ମାଣ ଯୋଜନାରେ ଘର ନିର୍ମାଣ ପାଇଁ ଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ସହଭାଗୀତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକେ ଜାଣିପାରୁନାହାନ୍ତି। ଏ ସମ୍ପର୍କରେ ସଚେତନ କରିବାକୁ କୁହାଯାଇଥିଲା। ଆବାସ ନିର୍ମାଣ ପାଇଁ ୧ ଲକ୍ଷ ୯୦ ହଜାର ଟଙ୍କା ଏବଂ ୯୦ ଦିନର ଶ୍ରମଦିବସର ବ୍ୟବସ୍ଥା କରାଯାଉଥିବା ଯୋଗାଯୋଗ ବେଳେ ଜିଲାପାଳ କହିଛନ୍ତି। ଗ୍ରାମାଞ୍ଚଳରେ ୬ ଲକ୍ଷଙ୍କ ଘରେ ପାଇଖାନା ନ ଥିବା ସର୍ଭେ ବେଳେ ଜଣାପଡିଥିଲା। ଏହାର ପୁଣି ଯାଞ୍ଚ କରିବାକୁ ଜିଆରଏସ (ଗ୍ରାମ ରୋଜଗାର ସେବକ) ଓ ଗାଁ ସାଥୀଙ୍କୁ ଦାୟିତ୍ୱ ଦିଆଯାଇଛି। ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନୁଦାନ ଟ୍ରାନ୍ସଫର କରାଯିବ। ସପ୍ତାହରେ ୨ ଦିନ ଏ ସମ୍ପର୍କରେ ଶୁଣାଣି କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଳା ସଂସ୍କୃତି ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ କୁହାଯାଇଥିବା ଜିଲାପାଳ କହିଛନ୍ତି। ବୈଠକରେ ଡିଆରଡିଏ ପିଡି ବିଜୟ ଅମୃତା କୁଲାଙ୍ଗେ, ଏପିଡି ସୁଦାମ ଚରଣ ମଣ୍ଡଳଙ୍କ ସମେତ ବିଡିଓ ଓ ସହକାରୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri