ଉଦ୍‌ଘାଟନକୁ ପୂରିନି ମାସେ , ଭାଙ୍ଗିଲା ପାଦଚଲା ରାସ୍ତା


ବ୍ରହ୍ମପୁର ଅଫିସ,୬ା୧୨- ସ୍ଥାନୀୟ ଗୁଡସଶେଡ ରୋଡ -ଗୋଷାଇଁନୂଆଗାଁ ଓଭରବ୍ରିଜକୁ ଗତ ନଭେମ୍ବର ୧୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହାର ଏକ ମାସ ପୂରି ନ ଥିବା ବେଳେ ଓଭରବ୍ରିଜର ପାଦଚଲା ରାସ୍ତା ଭାଙ୍ଗିଯାଇଛି। ପ୍ଲେଟଗୁଡିକ ଭଙ୍ଗାରୁଜା ଅବସ୍ଥାରେ ଥିବାରୁ ବିପଜ୍ଜନକ ହୋଇଛି। ତେଣୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ସନ୍ଦେହ ଘେରକୁ ଆସିଛି। ସୂଚନାଯୋଗ୍ୟ, ଗୁଡ୍‌ସଶେଡ ରୋଡରୁ ଗୋଷାଇଁନୂଆଗାଁକୁ ଯାତାୟାତର ସୁବିଧା ନିମନ୍ତେ ୨୦୧୪ରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୭ ନଭେମ୍ବର ୧୯ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏ ବାବଦରେ ୪୪ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ବ୍ରହ୍ମପୁର ପୂର୍ତ୍ତ ବିଭାଗ ନଂ-୨ ଡିଭିଜନକୁ ନିର୍ମାଣ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ସରିନି। ପୂର୍ବରୁ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ସାଉଥ୍‌କୋ ପକ୍ଷରୁ ସ୍ଥାନାନ୍ତର କରାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଅବନୀ ଦାଶ କହିଛନ୍ତି। ସ୍ଥାନୀୟବାସିନ୍ଦା ଶିଶିର ପଣ୍ଡାଙ୍କ କହିବାନୁଯାୟୀ, ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାର ଏକ ମାସ ପୂରିବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଓଭରବ୍ରିଜରେ ବିଜୁଳି ଆଲୋକ ବ୍ୟବସ୍ଥା କରାଯାଇ ନାହିଁ। ଉଦ୍‌ଘାଟନ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୩ଟି ଛୋଟବଡ ଦୁର୍ଘଟଣା ଘଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୧୬ ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ଓଭରବ୍ରିଜ ମରଣଯନ୍ତା ପାଲଟିଛି। ତେଣୁ ଓଭରବ୍ରିଜର ଦୁଇପାର୍ଶ୍ୱକୁ ବିସ୍ତୃତ ଆଲୋକୀକରଣ କରିବା ପାଇଁ ଦାବି କରାଯାଇଛି। ଅନ୍ୟପକ୍ଷରେ ଆଲୋକବ୍ୟବସ୍ଥା ପାଇଁ ବିଏମ୍‌ସି ପକ୍ଷରୁ ୨୪ ଲକ୍ଷ ଟଙ୍କାର ଏଷ୍ଟିମେଟ ମଧ୍ୟ ପୂର୍ତ୍ତ ବିଭାଗକୁ ପ୍ରଦାନ କରାଯାଇଥିବା ଜଣାପଡିଛି। ସେହି ଏଷ୍ଟିମେଟ ପୂର୍ତ୍ତ ବିଭାଗରେ ପଡିରହିଛି। ଏ ନେଇ ପୂର୍ତ୍ତ ବିଭାଗ ନଂ-୨ ଡିଭିଜନ (ରାସ୍ତା ଓ କୋଠାବାଡି ବିଭାଗ) ନିର୍ବାହୀଯନ୍ତ୍ରୀ ଅବନୀ ଦାଶ କହିଛନ୍ତି, ବିଏମ୍‌ସି ନିଜସ୍ବ ବ୍ୟୟରେ ଆଲୋକ ବ୍ୟବସ୍ଥା କରିବାର ନିଷ୍ପତ୍ତି ହୋଇଥିଲା। ତେଣୁ ଏହା ଦ୍ୱନ୍ଦ୍ୱରେ ରହିଛି। ତଥାପି ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଭାଙ୍ଗି ଯାଇଥିବା ପାଦଚଲା ରାସ୍ତା ଅଂଶକୁ ରେଲୱେ ନିର୍ମାଣ କରିଥିବା ପୂର୍ତ୍ତ ବିଭାଗ ଯନ୍ତ୍ରୀ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri