ଜାତୀୟ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌, ପଞ୍ଜାବ, ହରିୟାଣାର ଆଧିପତ୍ୟ


ବ୍ରହ୍ମପୁର ଅଫିସ,୫।୧୨- ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଚାଲିଥିବା ୧୭ତମ ଜାତୀୟ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ରେ ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିଲା। ଟୁର୍ନାମେଣ୍ଟର ତୃତୀୟ ଦିନରେ ପଞ୍ଜାବ ଏବଂ ହରିୟାଣାର ଆଧିପତ୍ୟ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚ୍‌ରେ ଆଣ୍ଡମାନ୍‌ ନିକୋବରର ରିତୁ ୩-୧ରେ ହରିୟାଣାକୁ ପରାସ୍ତ କରିଥିଲେ। କିନ୍ତୁ ଏହା ପରେ ଖେଳାଯାଇଥିବା ଅଧିକାଂଶ ମ୍ୟାଚ୍‌ରେ ହରିୟାଣା ବିଜୟୀ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ତାମିଲନାଡ଼ୁର କେ. ନିବେତା ଆନ୍ଧ୍ରପ୍ରଦେଶର ବୈଭବୀ ମଙ୍ଗଲାଗିରିଙ୍କୁ ପରାସ୍ତ କରିଥିବା ବେଳେ ଝାରଖଣ୍ଡର ପ୍ରିତୀ କୁମାର ଗୁଜରାଟର ବର୍ଷାରାଣୀ ଭୂୟଁାଙ୍କୁ, ଛତିଶଗଡ଼ର ରବିନା ଉତ୍ତରପ୍ରଦେଶର ପୂଜାଙ୍କୁ, କେରଳର ଜ୍ୟୋତି ଦାଗର୍‌ ଝାରଖଣ୍ଡର କୀର୍ତ୍ତି ଭଟ୍ଟନାଗର୍‌ଙ୍କୁ, ଆସାମ୍‌ର ପଦ୍ମା ଛେତ୍ରି ଝାରଖଣ୍ଡର ମହିମା ଚୌହ୍ବାନ୍‌ଙ୍କୁ, ଆଣ୍ଡାମାନ୍‌ ନିକୋବରର ଅନୀତା ତେଲେଙ୍ଗାନାର ସୁରକା ସହିଥୀ ରେଡ୍ଡୀଙ୍କୁ, ହରିୟାଣାର ପ୍ରିତୀ ଛତିଶଗଡ଼ର ପୂଜା ରାଣୀଙ୍କୁ, କେରଳର କୀର୍ତ୍ତି ଆଣ୍ଡାମାନ୍‌ ନିକୋବରର ରେଖାଙ୍କୁ, ପଞ୍ଜାବର ରିୟା ଚୌହ୍ବାନ ହରିୟାଣାର ମମତାଙ୍କୁ, ଛତିଶଗଡ଼ର ଭାରତୀ ପୌଶ୍ୱାଲ୍‌ ଆସାମ୍‌ର ଶିଳ୍ପା ଲିମ୍ବୁଙ୍କୁ, ଝାରଖଣ୍ଡର ସୁନୀତା ତେଲେଙ୍ଗାନାର ଚୁଣ୍ଡୁ ମହିତାଙ୍କୁ, ହରିୟାଣାର ମନିଶା ମଧ୍ୟପ୍ରଦେଶର ହରପିତ୍‌ କୌରଙ୍କୁ, କେରଳର ନିର୍ମଳା ଆଣ୍ଡମାନ୍‌ ନିକୋବରର ନିଶାଙ୍କୁ, ନାଗାଲାଣ୍ଡର ମନ୍‌ଜିତା ଝାରଖଣ୍ଡର ସୋନୁ ଗୁପ୍ତାଙ୍କୁ, ପଞ୍ଜାବର ହରମନ୍‌ଦୀପ୍‌ ଗୌର ଉତ୍ତରପ୍ରଦେଶର ସ୍ନେହାଙ୍କୁ, ଆସାମ୍‌ର ସୁମନ ଡ଼ୌଲି ରାଜସ୍ଥାନର ଚନ୍ଦ୍ରକାନ୍ତ ସ୍ବାମୀଙ୍କୁ, ଆଣ୍ଡାମାନ୍‌ ନିକୋବରର ସନ୍ଧ୍ୟା କେରଳର ଅଞ୍ଜୁଙ୍କୁ, ହରିୟାଣାର ସିବି ବୋରା ତାମିଲନାଡ଼ୁର କେ. ବାନୁଙ୍କୁ, ନାଗାଲାଣ୍ଡର ଅନୁଦେବୀ ଛତିଶଗଡ଼ର ପୂଜାଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ହରିୟାଣାର ଅନୁ ଆନ୍ଧ୍ରପ୍ରଦେଶର କୁରୁଣାମାଙ୍କୁ, କନର୍ର୍ାଟକର ମାଳତୀ ଶ୍ରୀ ଗୁଜରାଟର କିରଣ ରାଠୋଡ଼୍‌ଙ୍କୁ, ଆଣ୍ଡମାନ୍‌ ନିକୋବରର ଦୀକ୍ଷା ରାଣା ଓଡ଼ିଶାର ଫତିମା ଜାହାନ୍‌ଙ୍କୁ, କର୍ନାଟକ୍‌ର ଅଞ୍ଜୁ ବାଳା ଉତ୍ତରପ୍ରଦେଶର ଆକାଂକ୍ଷା ତୋମାର୍‌ଙ୍କୁ, ନାଗାଲାଣ୍ଡର ରିତୁ କୁମାରୀ ତାମିଲନାଡ଼ୁର ଅରୁଣାଗୀତାଙ୍କୁ, ବିହାରର ଜାନିବ୍‌ ଫତିମା ପଞ୍ଜାବର ରାଜ୍‌ଦୀପ କୌରଙ୍କୁ, ହରିୟାଣାର ପୂଜା ଚଣ୍ଡିଗଡ଼ର ମମତାଙ୍କୁ, ଚଣ୍ଡିଗଡ଼ର ମଣ୍ଟୋ ଲୋଙ୍ଗିଆ ପଞ୍ଜାବର ରାଜୱିନ୍ଦର କୌରଙ୍କୁ, ହରିୟାଣାର ସୋନିଆ ଦେବୀ ଆନ୍ଧ୍ରପ୍ରଦେଶର ଉଷାଶ୍ରୀଙ୍କୁ, ହରିୟାଣାର ସୁନଏନା ଆନ୍ଧ୍ରପ୍ରଦେଶର କନ୍ଧିକୋଣ୍ଡା ଲିନାଙ୍କୁ, ରାଜସ୍ଥାନର ଫାଲଗୁନୀ ଗଦରୀ କର୍ନାଟକର ଏମ୍‌. ଈଶ୍ୱରୀଙ୍କୁ, ହରିୟାଣାର ପ୍ରୀତି ଆଣ୍ଡାମାନ୍‌ ନିକୋବରର ସିମରନ୍‌ କୌରଙ୍କୁ, ଗୁଜରାଟର ଶିବାନୀ ଓଡ଼ିଶାର ଦାମିନି ପାଲ୍‌ଙ୍କୁ, ପଞ୍ଜାବର ସୀମରନ୍‌ପ୍ରିତ୍‌ କୌର ଆନ୍ଧ୍ରପ୍ରଦେଶର ପଦ୍ମାବତୀଙ୍କୁ ଏବଂ ଶେଷ ମ୍ୟାଚ୍‌ରେ ନାଗାଲାଣ୍ଡର ପୂଜା ଝାରଖଣ୍ଡର ମଲ୍‌କା ଅନୁଶାଙ୍କୁ ପରାସ୍ତ କରିଛନ୍ତି। ବୁଧବାର ସେମିଫାଇନାଲ୍‌ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri