ସଡ଼କ ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ


ବ୍ରହ୍ମପୁର ଅଫିସ,୫।୧୨: ଗୋଳନ୍ଥରା ଥାନା ଅଧୀନସ୍ଥ ଟେରୋ ପେଣ୍ଠରେ ସୋମବାର ସକାଳ ୧୦ ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଯାଇଛି । ପ୍ରକାଶ ଯେ, ବ୍ରହ୍ମପୁର ଗୁଡ୍‌ଶେଡ୍‌ ରୋଡସ୍ଥିତ ଆରପିଏଫ କଲୋନୀରେ ରହୁଥିବା ଆର. ବିଘ୍ନେଶ୍ୱର ରାଓ ଏକ ସିମେଣ୍ଟ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ସୋମବାର ତାଙ୍କର ବ୍ୟବସାୟ କାର୍ଯ୍ୟ ପାଇଁ (ଓଡି-୦୭ ସି-୦୨୦୮ ବାଇକ ଯୋଗେ ଗୋଳନ୍ଥରା ଫେରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର(ଓଆର-୦୭ଏନ-୪୩୭୬ ତାଙ୍କ ବାଇକ ଉପରକୁ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଆର. ବିଘ୍ନେଶ୍ୱରଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଟ୍ରାକ୍ଟର ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିବା ଗୋଳନ୍ଥରା ପୋଲିସ କହିଛି । ପରେ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦେଇଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri