ସମସ୍ତ ସରପଞ୍ଚ, ସମିତିସଭ୍ୟ ଜିଲାପାଳଙ୍କୁ ଭେଟିଲେ


ଫୁଲବାଣୀ ଅଫିସ, ୪।୧୨-କନ୍ଧମାଳ ଜିଲାର ସରପଞ୍ଚ ଓ ସମିତି ସଭ୍ୟମାନେ ସୋମବାର ୫ ଦଫା ଦାବିରେ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ଦାବି ସମ୍ପର୍କିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ବିଧାୟକମାନଙ୍କ ପରି ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ମାସିକ ଭତ୍ତା ବୃଦ୍ଧି କରିବା, ଅବସରକାଳୀନ ଭତ୍ତା ପ୍ରଦାନ, ବିଧାୟକ ଓ ଏମ୍‌ପିଙ୍କ ହାତପାଣ୍ଠି ପରି ସରପଞ୍ଚ ଓ ସମିତିସଭ୍ୟଙ୍କ ନାମରେ ହାତପାଣ୍ଠି ସୃଷ୍ଟି କରିବା, ପ୍ରତ୍ୟେକ ପଞ୍ଚାୟତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି କରିବା ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି । ଏମ୍‌ପି ଓ ବିଧାୟକମାନେ ନିର୍ବାଚିତ ହୋଇ ଯେଭଳି ଭାବେ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି ଠିକ୍‌ ସେହିଭଳି ସରପଞ୍ଚ ଓ ସମିତିସଭ୍ୟଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଦରକାର । କାରଣ ବହୁ ସମୟରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ପଦବୀରୁ ହଟାଇ ଦିଆଯାଉଛି । ଅନାସ୍ଥାକୁ ହଟାଇ ଦେବା ଦରକାର ବୋଲି ନବ ଗଠିତ ସରପଞ୍ଚ ଓ ସମିତି ସଭ୍ୟ ମହାସଂଘ ସଭାପତି ବଳଦେବ କହଁର ପ୍ରକାଶ କରିଛନ୍ତି । ଉପ ସଭାପତି ବିଷ୍ଣୁ ଦିଗାଲ, ଆକାଶ ପ୍ରଧାନ, ମୟନ୍ତୀ ପାଟମାଝି, ରମାକାନ୍ତ ବଳିଆର ସିଂ, ସାଧାରଣ ସମ୍ପାଦକ ମାଳତୀ ପ୍ରଧାନ, ସହ ସମ୍ପାଦକ ବିଶ୍ୱ ରଞ୍ଜନ କହଁର, ସୌଦାମିନୀ କହଁର, ଜି.ଭି.ଆର୍‌.ପାଲୁ, ସନିରା ପ୍ରଧାନ, କୋଷାଧ୍ୟକ୍ଷ ମାନସ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲାର ୧୨ବ୍ଲକ ୧୭୧ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri