ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ, ଉପଜିଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ


ବାଲିଗୁଡ଼ା, ୪।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ଦେବୋତ୍ତର ବିଭାଗ ଏକ ତରଫା ଭାବେ ନିଷ୍ପତ୍ତି ଗ୍ରହଣ କରି ମନ୍ଦିର ନିଜ କ୍ଷମତାକୁ ନେବା ସହ କେତେକ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ନେଇ ଟ୍ରଷ୍ଟି ଗଠନ କରିଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସୋମବାର ବାଲିଗୁଡ଼ା ବାସୀ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଦାୟିତ୍ୱରେ ଥିବା ଆଇଆଇସି ସତ୍ୟବ୍ରତ ରାଉତଙ୍କ ଜରିଆରେ ଉପଜିଲାପାଳଙ୍କୁ ବାହାରକୁ ଆସିବାକୁ ଖବର ଦେବାପରେ ସେ ଆସି ନ ଥିଲେ । ଆପୋଷ ବୁଝାମଣା ପରେ ଟୁନା ଦାସ, ବରିଷ୍ଠ ଆଇନଜୀବୀ କୌଶିକ ସହୁ, ବଣିକ ସଙ୍ଘ ସଭାପତି ଅଭିମନ୍ୟୁ ପାଢୀଙ୍କ ସମେତ କେତେକ ସ୍ଥାନୀୟ ଲୋକେ ଉପଜିଲାପାଳଙ୍କ ଅଫିସକୁ ଯାଇ ଆଲୋଚନା କରିଥିଲେ । ଲୋକେ ଉପଜିଲପାଳଙ୍କ ସହ ମୁଖ୍ୟତଃ ଗଠିତ ଟ୍ରଷ୍ଟି ସଦସ୍ୟଙ୍କୁ ବାହାର କରି ଗ୍ରାମ ସଭା ମାଧ୍ୟମରେ ନୂତନ ଟ୍ରଷ୍ଟି ଗଠନ କରାଯାଉ, ବର୍ତ୍ତମାନର ପୂଜକଙ୍କୁ ବାହାର କରି ପୂଜକ ନିଯୁକ୍ତି କରାଯାଉ ବୋଲି ଦାବି କରିଥିଲେ । ଏହା ମୋ କ୍ଷମତାରେ ନାହିଁ । ମୁଁ ଏ ସମ୍ପର୍କରେ ଦେବୋତ୍ତର କମିଶନଙ୍କୁ ଚିଠି ମାଧ୍ୟମରେ ଜଣାଇବି ବୋଲି ଉପଜିଲାପାଳ ସୁରଞ୍ଜନ ପ୍ରଧାନ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri