୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ


ଛତ୍ରପୁର,୪।୧୨(ଡି.ଏନ୍‌.ଏ.)-ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ଛତ୍ରପୁରସ୍ଥିତ ଜିଲପାଳଙ୍କ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ ଯେଭଳି ଭଲ ଭାବେ ଆୟୋଜନ ହୋଇପାରିବ ଜିଲାପାଳ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ସୁନାମଧନ୍ୟ ଗାୟିକା ନେହା କକ୍କର ମହୋତ୍ସବରେ ଯୋଗଦେଇ ଗୀତ ପରିବେଷଣ କରିବାକୁ ଥିବା ଜିଲାପାାଳ ସୂଚନା ଦେଇଥିଲେ । ଏଥିସହ ଜିଲା ତଥା ରାଜ୍ୟ ବାହାରୁ ମଧ୍ୟ ଭଲ ଭଲ ଟ୍ରୁପ୍‌କୁ ଡକାଯିବ । ପ୍ରତିଦିନ ସନ୍ଧ୍ୟା ୫ ଟାରୁ ମହୋସତ୍ବ ଆରମ୍ଭ ହେବାକୁ ଥିବା ବେଳେ ସନ୍ଧ୍ୟା ସାଢେ ୭ଟାରୁ ସାଢେ ୯ ଟା ପର୍ଯ୍ୟନ୍ତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଲାଗି ସ୍ଥିର ହୋଇଛି। ସମୁଦ୍ରରେ ୱାଟର ସ୍ପୋର୍ଟସର ମଧ୍ୟ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ୨୦୧୫ ବେଳାଭୂମି ମହୋସତ୍ବରେ ୱାଟର ସ୍ପୋର୍ଟସ ଆୟୋଜନ କରାଯାଇଥିଲା । ଦୈନିକ ବାଲୁକା କଳା ପ୍ରଦର୍ଶିତ ହେବ ।ଏଥିରେ ସ୍ଥାନୀୟ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲାପାଳ କହିଥିଲେ । ଏହି ଅବସରରେ ମହୋତ୍ସବର ଲୋଗୋ ଉଦଘାଟନ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଜିଲାପରିଷଦ ସଭାପତି ସୁବାସ ବେହେରା, ଡିଆରଡିଏ ପିଡି ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବିଏମସି କମିଶନର ନିଖିଲ ପୱନ କଲ୍ୟାଣ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ ମିଶ୍ର, କମିଟିର ଆବାହକ ସର୍ବେଶ୍ୱର ରାଓଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri