ୱାର୍ଡସଭ୍ୟାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା


ଦିଗପହଣ୍ଡି,୨।୧୨(ଡି.ଏନ.ଏ.) - ଦିଗପହଣ୍ଡି ବ୍ଲକ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା କରାଯିବାରୁ ଜଣେ ପ୍ରସୂତିଙ୍କର ଶନିବାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକା ହେଲେ ବମକେଇ ପଞ୍ଚାୟତ ବୀରବରପଲ୍ଲୀର ୱାର୍ଡସଭ୍ୟା ମମତା ଦଳେଇ। ନବଜାତକଟିକୁ ବ୍ରହ୍ମପୁର ବଡ଼ ମେଡିକାଲ ଶିଶୁ ବିଭାଗ ଜରୁରିକାଳୀନ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଚିକିତ୍ସା ଅବହେଳା ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସ୍ବୀକାର କରିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପ୍ରକାଶ ଯେ, ଶନିବାର ଭୋରରେ ମମତା ନିଜ ଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଏକ ଅଟୋ ଯୋଗେ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଫାର୍ମାସିଷ୍ଟ ଚିକିତ୍ସା କରିଥିଲେ। ତେବେ ଚିକିତ୍ସାରେ ଅବହେଳା କରାଯିବାରୁ ମମତାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ କହିଛନ୍ତି। ଏହି ଖବରପାଇ ଗ୍ରାମର ବହୁ ସଂଖ୍ୟକ ମହିଳା, ପୁରୁଷ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ହୋହାଲ୍ଲା କରିଥିଲେ। ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟା ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଭାଜପା ବମକେଇ ମଣ୍ଡଳ କାର୍ଯ୍ୟକର୍ତ୍ତା ବାପି ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ମମତାଙ୍କ ପରିବାର ଲୋକଙ୍କୁ ସରକାରୀ କ୍ଷତିପୂରଣ ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶିଶିର କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ଅତ୍ୟଧିକ ରକ୍ତସ୍ରାବ କାରଣରୁ ଡାକ୍ତରଖାନା ଆଣିବା ବାଟରେ ହିଁ ମମତାଙ୍କର ମୃତ୍ୟୁ ଘଟି ସାରିଥିଲା। ନବଜନ୍ମିତ କନ୍ୟା ସନ୍ତାନଟି ସୁସ୍ଥ ଅଛି। ତାକୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଶିଶୁ ବିଭାଗ ଜରୁରିକାଳୀନ ୱାର୍ଡକୁ ପଠାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri