କାତି ମାଡ଼ରେ ଜଣେ ଗରୁତର


ପାତ୍ରପୁର, ୧୪।୧୧ (ଡି.ଏନ୍‌.ଏ.): ଖାରିଆଗୁଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆକୁ ଏନକାଉଣ୍ଟର ପରେ ଅଞ୍ଚଳରେ ଅପରାଧ କମିବ ବୋଲି ଆଶା କରାଯାଉଥିଲା। ଜରଡ଼ା ପୋଲିସ ପକ୍ଷରୁ ମଧ୍ୟ ଅପରାଧୀ ଦମନ ପାଇଁ ଗିରଫଦାରି ଜାରି ରହିଥିଲା। କିନ୍ତୁ ଅପରାଧ ଥମିବାର ନଁା ନେଉନି। ପୁଣି କାତି ମାଡ଼ରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାରିଆଗୁଡ଼ା ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ (୪୨) ମଙ୍ଗଳବାର ସକାଳେ ଗ୍ରାମର ଏକ ହୋଟେଲରୁ ଜଳଖିଆ ଧରି ଫେରୁଥିବାବେଳେ ତାଙ୍କ ପଡୋଶୀ ବସନ୍ତ କୁମାର ପ୍ରଧାନ କାତିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଗ୍ରାମର କିଛି ଲୋକ ଉଦ୍ଧାର କରି ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ। ଘଟଣା ପରେ ବସନ୍ତ ପୋଲିସ ନିକଟରେ ଅମତ୍ସମର୍ପଣ କରିଛି। ଜରଡ଼ା ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାରେ ବ୍ୟବହୃତ କାତିକୁ ଜବତ କରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri