ଇନ୍ଦିରା ଆବାସ ଦେବାକୁ କହି ସୁନା ଲୁଟ୍‌


ବାଲିପଡ଼ା,୯।୧୧- ଅଭିନବ ଉପାୟରେ ଜଣେ ବିଧବା ମହିଳାଙ୍କଠାରୁ ସୁନା ଲୁଟ ହେବା ଘଟଣା ସଦର ଥାନା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଦୁର୍ବୃତ୍ତ ଜଣକ ଇନ୍ଦିରା ଆବାସ କରାଇ ଦେବେ ବୋଲି କହି ମହିଳାଙ୍କ ସୁନା ହାର ଲୁଟି ନେଇଛନ୍ତି। ରତନପୁର ଗ୍ରାମର ରମା ଦାସଙ୍କୁ ଜଣେ ଅଚିହ୍ନା ଯୁବକ କହିଥିଲେ ଯେ, ତୁମ ନାମରେ ଇନ୍ଦିରା ଆବାସ ଆସିଛି, ୧ ଲକ୍ଷ ୧୯ ହଜାର ଟଙ୍କା ମିଳିବ ବୋଲି କହିଥିଲେ। ଏଥିପାଇଁ ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ୩ ଦିନ ଏପରି ପ୍ରବର୍ତ୍ତାଇବା ପରେ ଦୁର୍ବୃତ୍ତ ଜଣକ ଗୁରୁବାର ପୁଣି ରମାଙ୍କ ଘରକୁ ଯାଇଥିଲେ। ରମା ତାଙ୍କୁ ୭୦୦ ଟଙ୍କା ଦେଇଥିଲେ। ଘରେ ଥିବା ସୁନା ଗହଣା ବନ୍ଧା ପକାଇ ବଳକା ଅର୍ଥ ଦେବାକୁ ଦୁର୍ବୃତ୍ତ ପୁଣି ପ୍ରବର୍ତ୍ତାଇ ଥିଲେ। ରମା ତାଙ୍କ କଥାରେ ରାଜି ହୋଇ ପ୍ରଥମେ ଆଙ୍କୁଶପୁର ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ସୁନା ଲୋନ ପାଇଁ ନିରଶ ହେବା ପରେ କୁକୁଡ଼ାଖଣ୍ଡି ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଯାଇ ଋଣ ପାଇଁ କଥା ହେଉଥିଲେ। ଏହି ସମୟରେ ରମାଙ୍କ ସାଙ୍କର ଯାଇଥିବା ତାଙ୍କ ସାନପୁଅକୁ ଯୁବକ ଜଣକ ଫଟୋ ଉଠାଇ ଆସିବା ପାଇଁ ପଠାଇଥିଲେ। ଏପଟେ ଗହଳିର ସୁଯୋଗ ନେଇ ରମାଙ୍କଠାରୁ ଯୁବକ ଜଣକ ସୁନା ହାର ନେଇ ଚମ୍ପଟ ମାରିଥିଲେ। ଏନେଇ ରମା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ସଦର ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବ୍ୟାଙ୍କ ସିସି ଟିଭି ଯାଞ୍ଚ କରି ଫେରିଛି। ସଦର ଥାନାଧିକାରୀ ଶିବ ଶଙ୍କର ମହାପାତ୍ର କହିଛନ୍ତି ଏହି ଘଟଣା ପୂର୍ବରୁ ଦୁଇଥର ଅନୁରୂପ ଘଟିଛି ଏବଂ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri