ଡୁଲୁରୀ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର


ଦାରିଙ୍ଗବାଡ଼ି,୯।୧୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପର୍ଯ୍ୟଟନ କେନ୍ଦ୍ର ଡୁଲୁରୀ ନାଳରୁ ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ମୃତ ଯୁବକ ଜଣକ କଳାହାଣ୍ଡି ଜିଲା ଭବାନୀପାଟଣା ଶମ୍ଭୁନଗରପଡ଼ାର ଦୀପକ ପ୍ରଧାନ ବୋଲି ପୋଲିସ କହିଛି। ଭବାନିପାଟଣା ଅଞ୍ଚଳରୁ ୫୧ ଜଣ ପର୍ଯ୍ୟଟକ ଗୁରୁବାର ସକାଳୁ ବୁଲିବାକୁ ଆସି ଦାରିଙ୍ଗବାଡ଼ିରେ ପହଞ୍ଚିଥିଲେ। ସେମାନେ ସମସ୍ତେ ବସରେ ଆସି ଦାରିଙ୍ଗବାଡ଼ି ପର୍ଯ୍ୟଟନ କେନ୍ଦ୍ର ଡୁଲୁରୀ ନାଳରେ ପହଞ୍ଚି ସେଠାରେ ଶୌଚ ପରେ ଭୋଜି ରନ୍ଧା କାର୍ଯ୍ୟ କରିଥିଲେ। ତେବେ ତାଙ୍କ ମଧ୍ୟରୁ ଯୁକ୍ତ ଦୁଇ ଛାତ୍ର ଦୀପକ ଦିଶୁନଥିବା ବେଳେ ତାଙ୍କ ବ୍ୟାଗ ନାଳ ନିକଟରେ ପଡ଼ିଥିଲା। ସାଙ୍ଗମାନେ ଖୋଜାଖୋଜି କରି ନ ପାଇବାରୁ ପାଣିରେ ବୁଡ଼ିଯାଇଥିବା ଆଶଙ୍କା କରି ଅଗ୍ନିଶମ ବିଭାଗକୁ ଫୋନ କରିଥିବା ସାଥିରେ ଆସିଥିବା ମୃତ ଦୀପକଙ୍କ ସାଙ୍ଗମାନେ କହିଛନ୍ତି। ପରେ ଅଗ୍ନିଶମ ବାହିନୀ ପହଞ୍ଚତ୍ ନାଳରୁ ଦୀପକଙ୍କ ମୃତଦେହ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରମୋଦ କୁମାରେ ସେଠୀ ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ଜଣାଇଥିଲେ। ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ତେବେ ଘଟଣା ସ୍ଥଳରୁ ମୃତ ଦୀପକଙ୍କ ସାଙ୍ଗ ଓ କଲେଜ କର୍ତ୍ତୁପକ୍ଷ ବସ୍‌ ଧରି ଚମ୍ପଟ ମାରିଥିବା ଘଟଣାକୁ ପୋଲିସ ସନ୍ଦେହ ଘେରରେ ଦେଖିଛି। ଏଠାରେ ସୁଚନାଯୋଗ୍ୟଯେ ସମସ୍ତ ପର୍ଯ୍ୟଟକ ଭବାନିପାଟଣାର ଏବିସିଏସ୍‌ (ଏକାଡେମି ଅଫ୍‌ ବିଜନେସ କମ୍ପ୍ୟାଟର ଷ୍ଟଡି)ସେଣ୍ଟରରୁ ଆସିଥିଲେ। ଘଟଣା ସମ୍ପର୍କରେ ପ୍ରିନ୍ସପାଲ ସୁରେଶ କୁମାର ପ୍ରଧାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ମୃତ ଦୀପକଙ୍କ ପରିବାରଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଥାନା ଅଧିକାରୀ ମାଝୀ କହିଛନ୍ତି। ଏଥି ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri