୨ ଫେରାର ଅଭିଯୁକ୍ତ ଗିରଫ:ଦେଶୀ ବନ୍ଧୁକ, ଖଣ୍ଡା ଜବତ


ଧରାକୋଟ, ୭।୧୧ (ଡ଼ିଏନ୍‌ଏ)-ଧରାକୋଟ ଥାନା ପୋଲିସ ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥାଇ ଫେରାର୍‌ ଥିବା ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର କମାଶାସନ ଗ୍ରାମ ଛକ ନିକଟରୁ ଗିରଫ କରିଛି। ସେମାନେ ହେଲେ କମାଶାସନର କେ. ବୁଲୁ ରେଡ୍ଡୀ ଏବଂ ଶେରଗଡ଼ ଥାନା ଧବଳପୁରର ହୀନ ପ୍ରଧାନ। ବୁଲୁଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ହୀନଙ୍କଠାରୁ ଗୋଟିଏ ଖଣ୍ଡା ଜବତ ହୋଇଛି। ଏ ନେଇ ନଂ. ୧୨୯/୧୭ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୁନ ୯ ତାରିଖରେ ଗ୍ରାମର ଏସ. ସନ୍ତୋଷ ରେଡ଼ୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ଧରାକୋଟ ଥାନାରେ ତାଙ୍କ ନାମରେ ବହୁ ଆପରାଧିକ ମାମଲା ରହିଥିଲା। ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଇ ସେ ଫେରାର ଥିଲେ। ସେହିପରି ହୀନ ମଧ୍ୟ ବିଭିନ୍ନ ଆପରାଧିକ ମାମଲାରେ ସଂପୃକ୍ତ ଥିବା ପୋଲିସ ପାଖରେ ସୂଚନା ରହିଥିଲା। ବୁଲୁ ଓ ହୀନ କମାଶାସନ ଗ୍ରାମ ଛକରେ ଥିବା ଧରାକୋଟ ପୋଲିସକୁ ସୂଚନା ମିଳିଥିଲା। ଥାନା ଅଧିକାରୀ ରଞ୍ଜନ କୁମାର ଦେ, ଏଏସ୍‌ଆଇ ବନମାଳୀ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସଦଳବଳେ ଚଢାଉ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri