ଧାନ ଫସଲ ବୁଲି ଦେଖିଲେ କୃଷି ବୈଜ୍ଞାନିକ


ବାଲିପଡ଼ା,୭।୧୧-ଚକଡ଼ା ରୋଗପୋକ ଦୌରାମତ୍‌ୟରେ ବିଭିନ୍ନ ଜିଲାର ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀ ଧାନ କ୍ଷେତରେ ନିଆଁ ଲଗାଇ ଦେଉଛନ୍ତି। ଏହି ରୋଗର କାରଣ ଓ ଚାଷୀମାନେ ପ୍ରୟୋଗ କରୁଥିବା କୀଟନାଶକ ଔଷଧର ମାନ ଯାଞ୍ଚ କରିଥିଲେ କଟକସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଗବେଷିକା ଡ଼. ମାୟାବିନି ଜେନାଙ୍କ ନେତୃତ୍ୱରେ ଆସିଥିବା ତିନିଜଣିଆ ଟିମ। ଏହି ଟିମ ମଙ୍ଗଳବାର ଅପରାହ୍ନରେ କୁକୁଡ଼ାଖଣ୍ଡି ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ବାଲିପଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଜମି ଗୁଡ଼ିକ ବୁଲି ଦେଖିଥିଲେ। ଚାଷୀମାନେ କେଉଁ ଔଷଧ କେଉଁ ରୋଗ ପାଇଁ ପ୍ରୟୋଗ କରୁଛନ୍ତି ତାହା ଯାଞ୍ଚ କରିଥିଲେ। ଜମିରେ ଔଷଧ ପ୍ରୟୋଗ ବେଳେ କୃଷି ଅଧିକାରୀଙ୍କ ପରାମର୍ଶ ନେବାକୁ ଚାଷୀଙ୍କୁ କହିଥିଲେ। ନଷ୍ଟ ହୋଇଥିବା ଫସଲ ଗୁଡ଼ିକୁ ପରୀକ୍ଷା ପାଇଁ ଟିମ ନେଇଥିଲେ। ଦୋକାନରୁ ଔଷଧ କିଣିବା ସମୟରେ ମଧ୍ୟ ବୈଧତା ଉପରେ ଦୃଷ୍ଟି ଦେବାକୁ କହିଥିଲେ। ଚକଡ଼ା ରୋଗ ସମ୍ପର୍କରେ କୃଷି ଅଧିକାରୀମାନେ ଚାଷୀଙ୍କୁ ସଚେତନ କରାଇଥିଲେ। ଏହି ଟିମ ଗସ୍ତ ସମୟରେ କୃଷି ବିଜ୍ଞାନ କେନ୍ଦ୍ରର ଗବେଷକ ଶଶାଙ୍କ ଲେଙ୍କା, ଜିଲା କୃଷି ଅଧିକାରୀ ମନୋଜ ବେହେରା, ଡ଼ାଲି ଗବେଷଣା କେନ୍ଦ୍ରର ଓ. ପି. ମିଶ୍ର, ବ୍ଲକ କୃଷି ଅଧିକାରୀ ଅଜିତ ମହାପାତ୍ର, ନୋଡାଲ ଅଫିସର ସଞ୍ଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବାଲିପଡ଼ା ଆରଆଇଙ୍କ ଦ୍ୱାରା କ୍ଷୟକ୍ଷତିର ଆକଳନ କରାଯାଉଛି। ବ୍ଲକର ପ୍ରାୟ ୨୦୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri