ଦଲାଲଙ୍କ ହାତରେ ହଳଦୀ ପତ୍ର, ଚାଲାଣ ହେଉଛି ଭୁବନେଶ୍ୱର, କଟକ


ଦାରିଙ୍ଗବାଡ଼ି,୭।୧୧(ଡି.ଏନ.ଏ.)- କନ୍ଧମାଳ ଜିଲାର ହଳଦୀ ସବୁଠାରୁ ନିଆରା। ଏହାର ପତ୍ର, ଖଣ୍ଡ ହଳଦୀ ଓ ଗୁଣ୍ଡ ଆଦିର ଚାହିଦା ଜିଲା ବାହରେ ରହିଛି। ତେବେ ଏଠାକାର ଚାଷୀ ଦୁଇପଇସା ପାଇବା ବଦଳରେ ଦଲାଲ ମାନେ ଲାଭବାନ ହେଉଛନ୍ତି। ଏଭଳି ଏବେ ଏହି ହଳଦୀ ପତ୍ରର ଚାହିଦା ବୃଦ୍ଧି ପାଇଛି। ଆସନ୍ତା ୧୧ତାରିଖରେ ପ୍ରଥମାଷ୍ଟମୀ। ଏଥି ପାଇଁ ଆବଶ୍ୟକ ପଡ଼ୁଛି ହଳଦୀପତ୍ର। ଏହି ପତ୍ର ୧୦ଟିକୁ ୧୦ଟଙ୍କାରେ ଦଲାଲ୍‌ମାନେ କିଣୁଥିବା ଜଣାପଡ଼ିଛି। ବ୍ୟବସାୟୀମାନେ ୧୦ଟି ପତ୍ରକୁ ୨ଟଙ୍କାରେ ଦଲାଲ୍‌ ମାନଙ୍କଠାରୁ କିଣି ଜିଲା ବାହାରକୁ ବିଶେଷ କରି କଟକ, ଭୁବନେଶ୍ୱରରେ ଚଢ଼ା ଦରରେ ବିକ୍ରି କରି ଲାଭବାନ ହେଉଛନ୍ତି। ଦୁଇଦିନରେ ଜଣେ ମହିଳା ମାତ୍ର ୧୦୦ ପତ୍ର ସଂଗ୍ରହ କରିଛନ୍ତି। ଏହାର ପାରିଶ୍ରମିକ ବାବଦରେ ମାତ୍ର ୧ ଶହ ଟଙ୍କା ରୋଜଗାର କରିପାରିଛନ୍ତି। ପତ୍ରକୁ ଗଛରୁ ସୁରକ୍ଷିତ ଭାବରେ କାଟିବାକୁ ପଡ଼ୁଥିବାରୁ ଏହା ସଂଗ୍ରହ କରିବା ପାଇଁ ବିଳମ୍ବ ହେଉଥିବା ସିମନବାଡ଼ିର ମମତା ପ୍ରଧାନ କହିଛନ୍ତି। ଦଲାଲ୍‌ମାନେ ତାଙ୍କଠାରୁ ଆସି ସଂଗ୍ରହ କରିଥାନ୍ତି। ଏହାର ଦାମ୍‌ ପ୍ରକୃତରେ କେତେ ରହିଛି ତାହା ତାଙ୍କୁ ଅଜଣା ବୋଲି ଜନନୀ ନାୟକ କହିଛନ୍ତିି। ବୃଦ୍ଧା ଜେମା ଦିଗାଳ କହିଛନ୍ତି, ସେମାନଙ୍କୁ ଏହି ପତ୍ର ସଂଗ୍ରହ କରିବା ପାଇଁ ବହୁ କଷ୍ଟ କରିବାକୁ ପଡ଼ୁଛି। କିନ୍ତୁ ସରକାରୀସ୍ତରରେ ଏହାର କ୍ରୟ କରିବା ବ୍ୟବସ୍ଥା ନ ଥିବାରୁ ଆମେ ବାଧ୍ୟହୋଇ ପେଟ ପୋଷିବା ପାଇଁ ଦଲାଲ୍‌ମାନଙ୍କୁ ଶସ୍ତାରେ ବିକ୍ରି କରିଦେଉଛୁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri