ହଷ୍ଟେଲ ଛାଡ଼ିଲେ ୯ ଛାତ୍ରୀ


ତୁମୁଡିବନ୍ଧ, ୭।୧୧ (ଡି.ଏନ.ଏ.)- ତହସିଲଭୁକ୍ତ ଜାତି ଓ ଉପଜାତିଙ୍କ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ବାଳିକାମାନଙ୍କ ଶିକ୍ଷା ବୃଦ୍ଧି ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି। ହେଲେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ରବିବାର ଅପରାହ୍ନ ୩ଟାରେ ଦଶମ ଶ୍ରେଣୀରେ ପଢୁଥିବା ୯ ଅନ୍ତେବାସୀ ହଷ୍ଟେଲ ଛାଡି ଘରକୁ ପଳାଇ ଯାଇଥିବା ଘଟଣା ମଙ୍ଗଳବାର ଜଣାପଡିଛି। ଛାତ୍ରୀଙ୍କ କହିବାନୁସାରେ, ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଭଲରେ ଖାଇବାକୁ ଦେଉନାହାନ୍ତି। ଘରୋଇ କାମରେ ନିୟୋଜିତ କରୁଛନ୍ତି। ସକାଳ ୯ଟାରେ ଯେଉଁ ଭାତ ଦିଅନ୍ତି ତାହାକୁ ମଧ୍ୟାହ୍ନରେ ଖାଇବାକୁ ବାଧ୍ୟ କରନ୍ତି। ଏହିପରି ଭୋକ ଉପାସରେ ରହିଥିଲୁ। ସାବୁନ ତେଲ ଆଦି ଦେବାରେ ବହୁତ କଟକଣା କରନ୍ତି। ଶୌଚାଳୟ ସଫା କରାଯାଉ ନାହିଁ। ଏ ପରି ଅବ୍ୟବସ୍ଥାକୁ ନେଇ କେହି ଯଦି ମୁହଁ ଖୋଲେ ତାହାଲେ ତାକୁ ଧମକ ମଧ୍ୟ ଦିଆଯାଉଛି। ଏହିପରି ବିଭିନ୍ନ ଚାପ ପକାଇ ଧମକ ଦେଉଥିବାରୁ ଆମେ ଦଶମ ଶ୍ରେଣୀ ଛାତ୍ରୀମାନେ ସହି ନ ପାରି ବାଧ୍ୟ ହୋଇ ଗତ ରବିବାର ଅପରାହ୍ନ ୩ଟାରେ ପାଚେରି ଡେଇଁ ଘରକୁ ପଳାଇ ଆସିଲୁ। ବିଭାଗୀୟ ଅଧିକାରୀ ଏ ବିଷୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆମମାନଙ୍କୁ ଭଲରେ ହଷ୍ଟେଲରେ ରହିବା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ଏହି ସମ୍ପର୍କରେ ଅଭିଭାବକ କେବା ପାଟମାଝି କୁହନ୍ତି, ଝିଅମାନେ ସେଠାରେ ରହି ଭଲ ପାଠ ପଢନ୍ତୁ ବୋଲି ହଷ୍ଟେଲରେ ଛାଡିଛୁ। ସେଠାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ସବିତା ଶତପଥୀ କହିଛନ୍ତି, ଛାତ୍ରୀମାନେ ଯେଉଁ ଅଭିଯୋଗ କରିଛନ୍ତି ତାର ସତ୍ୟତା ନାହିଁ । ତୁମୁଡିବନ୍ଧ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱରେ ଥିବା ମନୋଜ କୁମାର ସାହୁଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣି ନ ଥିବା କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri