ସୋରଡା ଜଳଭଣ୍ଡାର ପରିଦର୍ଶନ କଲେ ୪ ଜଣିଆ ଟିମ୍‌


ସୋରଡା, ୫।୧୧(ଡି.ଏନ୍‌.ଏ.)- ସୋରଡା ବୃହତ୍‌ ଜଳ ଭଣ୍ଡାରକୁ ରବିବାର ଓୟୁଏଟି ଅଧିନସ୍ଥ ମତ୍ସ୍ୟ କଲେଜ ରଙ୍ଗେଇଲୁଣ୍ଡାର ଏକ ୪ ଜଣିଆ ଦଳ ପରିଦର୍ଶନ କରିଛନ୍ତି। ଏହିଦଳ ଜଳଭଣ୍ଡାରର ସ୍ଥିତି, ପାର୍ଶ୍ୱ ବ୍ୟବସ୍ଥା, ମତ୍ସ୍ୟ ଉପତ୍ାଦନ ଏବଂ ଜଳଭଣ୍ଡାର ମଧ୍ୟରେ ଥିବା ପଞ୍ଜୁରୀ ଭିତରେ ମାଛ ଚାଷ ବ୍ୟବସ୍ଥା (କେଜ୍‌ କଲଚର)କୁ ବୁଲି ଦେଖିଥିଲେ। ରାଜ୍ୟ ସରକାରଙ୍କ ଜଳଭଣ୍ଡାର ନିର୍ଦ୍ଦେଶକଙ୍କ ଅଧିନରେ ଏହି କେଜ କଲଚରଟି କାର୍ଯ୍ୟ କରୁନଥିବା ଜଣାପଡିବା ପରେ ମତ୍ସ୍ୟ କଲେଜର ଏହି ଦଳ ଜଳଭଣ୍ଡାର ନିର୍ଦ୍ଦେଶକ କଟକ ଅଜିତ କୁମାର ଭୋଇ ଏବଂ ଓୟୁଏଟି କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ସହ ଏନେଇ ପୂର୍ବରୁ ଆଲୋଚନା ହୋଇଥିଲା। ଉକ୍ତ କେଜ କଲଚରକୁ ମତ୍ସ୍ୟ କଲେଜକୁ ହସ୍ତାନ୍ତର ସହ ଆଉ ୫ଟି କେଜ କଲଚର ଜଳ ଭଣ୍ଡାର ମଧ୍ୟରେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯାହାକି ଏଠାରେ ଗବେଷଣା, ଦକ୍ଷତା କେନ୍ଦ୍ର ସହ ଉପତ୍ାଦନ, ତାଲିମ କେନ୍ଦ୍ର ଭାବେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ। ସେଥିପାଇଁ ମଧ୍ୟ ରାଜ୍ୟ ମତ୍ସ୍ୟବିଭାଗକୁ ପ୍ରସ୍ତାବ ଦିଆଯାଇଛି ଓୟୁଏଟି ମାଧ୍ୟମରେ। ୪ ଜଣିଆ ଦଳରେ ରଙ୍ଗେଇଲୁଣ୍ଡା ମତ୍ସ୍ୟ କଲେଜ ନିର୍ଦ୍ଦେଶକ ଦାମୋଦର ଶତପଥୀ, ପ୍ରଫେସର ଡ. ଶ୍ୟାମାକୁମାରୀ ମିଶ୍ର, ବିଭାଗୀୟ ମୁଖ୍ୟ ସୌମେନ୍ଦ୍ର ନନ୍ଦ, ନବକୃଷ୍ଣ ଶିଆଳ ପ୍ରମୁଖ ଥିଲେ। ମତ୍ସ୍ୟ ସୋସାଇଟି ସମ୍ପାଦକ ତାରାପ୍ରସାଦ ପାଢୀ, ସଭ୍ୟ ଦାମ ବେହେରା, ଜୟ ବେହେରା, ଦିବା ବେହେରା, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟ ଉପତ୍ାଦନ ଉପରେ ଆଲୋଚନା କରିଥିଲେ। ନିର୍ଦ୍ଦେଶକ ଶତପଥୀଙ୍କ ସୂଚନା ଅନୁଯାୟୀ ଏହି ଜଳ ଭଣ୍ଡାର ମଧ୍ୟରେ ୫ଟି କେଜ କଲଚର ନିର୍ମାଣ ପାଇଁ ଓୟୁଏଟି ତରଫରୁ ରାଜ୍ୟ ମତ୍ସ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ଯାହାର ପରବର୍ତ୍ତୀ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ମତ୍ସ୍ୟ ସୋସାଇଟିକୁ ପ୍ରଦାନ କରାଯିବ। ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଷ୍ଟ୍ରୀୟ ମତ୍ସ୍ୟ ଉପତ୍ାଦନ ବୋର୍ଡକୁ ଜଣାଯିବ ବୋଲି କହିଥିଲେ। କେଜ କଲଚର ଯୋଗୁ ଏଠାରେ ମତ୍ସ୍ୟ ଗବେଷଣା କେନ୍ଦ୍ର ସହ ଧୀବର ପରିବାରମାନଙ୍କ ଆର୍ଥିକ ବିକାଶର ଧାରା ସୃଷ୍ଟି ହୋଇପାରିବ ବୋଲି ନିର୍ଦ୍ଦେଶକ ଶତପଥୀ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri