ବିଜେଡି କାଉନ୍‌ସିଲର ହତ୍ୟା ମାମଲା, କୃଷ୍ଣ, ଦୁର୍ଯ୍ୟୋଧନଙ୍କ ରିମାଣ୍ଡ ସରିବ ଆଜି


ଛତ୍ରପୁର,୫।୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଏନଏସି ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ଘର ଆଗରେ ହାଣି ହତ୍ୟା କରାଯାଇଥିଲା। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତିସଭ୍ୟ ଦୁର୍ଯ୍ୟୋଧନ ରେଡ୍ଡୀ ଓରଫ ପିତୁଙ୍କ ରିମାଣ୍ଡ ଅବଧି ସୋମବାର ଅପରାହ୍ନ ୨ଟାରେ ସରିବ। ସେପ୍ଟେମ୍ବର ୩୧ ତାରିଖରୁ ଏମାନଙ୍କୁ ପୋଲିସ ୬ ଦିନ ପାଇଁ ରିମାଣ୍ଡରେ ନେଇ ହତ୍ୟା ମାମଲାରେ ଜେରା କରିବା ସହ ପ୍ରମାଣ ଖୋଜିବାରେ ଲାଗିଛି। ପୋଲିସର ଏକ ଟିମ୍‌ ଅଭିଯୁକ୍ତଦ୍ୱୟଙ୍କୁ କଟକ, ଖଡଗପୁର, କଲିକତା ଏବଂ ପରେ ଡେରାଡୁନ୍‌କୁ ନେଇ ଯାଇଛି। ହତ୍ୟା ଘଟଣା ପରେ ଏସବୁ ସ୍ଥାନରେ ସେମାନେ ରହିଥିଲେ ବୋଲି କହିଥିଲେ। ରାଜ୍ୟ ଭାଜପା ମୁଖପାତ୍ର ତଥା ଗଞ୍ଜାମ ଜିଲା ପ୍ରଭାରୀ ଗୋଲକ ମହାପାତ୍ର ଡେରାଡୁନ୍‌ରେ ସେମାନଙ୍କ ରହିବା ବ୍ୟବସ୍ଥା କରିଥିଲେ ବୋଲି ମଧ୍ୟ କହିଥିଲେ। ସେଥିପାଇଁ ୧ ତାରିଖରେ ଛତ୍ରପୁର ଥାନାରେ ଗୋଲକଙ୍କୁ ୩ ଘଣ୍ଟା ଜେରା କରାଯାଇଥିଲା। ପୋଲିସ ଟିମ ଶୁକ୍ରବାର କୃଷ୍ଣଙ୍କୁ ନେଇ ରମ୍ଭା ନିକଟ ପାଲୁରକୁ ଯାଇଥିଲା। ସେଠାରେ ମଧ୍ୟ କିଛି ପ୍ରମାଣ ମିଳିଛି। ଆବଶ୍ୟକ ପଡିଲେ ପୁଣି କୃଷ୍ଣ, ଦୁର୍ଯ୍ୟୋଧନଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ। ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୋଲିସ ଏ ପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଅନ୍ୟପକ୍ଷରେ ଗୋଲକଙ୍କୁ ତୁରନ୍ତ ଗିରଫ ପାଇଁ ବିଜେଡି ଦାବି କରିଆସୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri