ପିଡବ୍ଲ୍ୟୁଡି ଅଧୀନକୁ ଗଲା ୬ ରାସ୍ତା, ଉନ୍ନତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ


ଛତ୍ରପୁର,୫।୧୧(ଡି.ଏନ.ଏ)-ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଏନ୍‌ଏସିରେ ଥିବା ଆଉ ୬ଟି ମୁଖ୍ୟ ରାସ୍ତା ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର ହୋଇଛି । ସରକାରଙ୍କ ହାଇ ପାୱାର କମିଟି ଏହାକୁ ମଞ୍ଜୁର କରିବା ପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଛତ୍ରପୁର ଏନଏସି ଅଧୀନରେ ଥିବା ଉକ୍ତ ରାସ୍ତାଗୁଡିକୁ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରିବାକୁ ରାଜି ହୋଇଥିଲା। ପିଡବ୍ଲ୍ୟୁଡି ବିଭାଗ ମଧ୍ୟ ଉକ୍ତ ରାସ୍ତାଗୁଡିକୁ ନିଜ ଅଧୀନକୁ ନେଇ ଉନ୍ନତୀକରଣ ପାଇଁ ସମ୍ମତି ଦେଇଥିଲା। ଉକ୍ତ ରାସ୍ତାଗୁଡିକର ଉନ୍ନତୀକରଣ ପାଇଁ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଷ୍ଟିମେଟ ପ୍ରସ୍ତୁତି ସରିଛି । ଖୁବ୍‌ଶୀଘ୍ର ଏହାର ଟେଣ୍ଡର ହେବ ବୋଲି ଜଣାପଡିଛି। ସେଗୁଡିକ ମଧ୍ୟରେ ଛତ୍ରପୁର ଏନଏସି ୱାର୍ଡ ନଂ.୩ର ରାମକୃଷ୍ଣ ନଗର ରାସ୍ତା, ୱାର୍ଡ ନଂ.୧୦ ଓ ୧୧ର ଏସବିଆଇ ଛକ ରାସ୍ତା, ୧୪ ନଂ. ୱାର୍ଡର ଆଲକଟ୍‌ ବନ୍ଧଠାରୁ କାଜୁ ଫ୍ୟାକ୍ଟ୍ରି ରାସ୍ତା, ୱାର୍ଡ ନଂ.୯ର ଅରବିନ୍ଦ ସ୍କୁଲ-ବ୍ଲକ କଲୋନୀ-ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା, ୱାର୍ଡ ନଂ.୯ର ଛତ୍ରପୁର ଥାନା ଛକସ୍‌ଠାରୁ ଡିପିଆରଓ ଅଫିସ-ଜାତୀୟ ରାଜପଥ ଏବଂ ପୁରୁଣା ପୋଷ୍ଟ ଅଫିସ ସାହି- ସାମ୍ରାଜ୍ୟପେଟା ସାହି ରାସ୍ତା ରହିଛି । ଏହି ରାସ୍ତାଗୁଡିକ ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନ୍‌ଏସି ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଉନି । ଯଦି ବି କେବେ ମରାମତି ହେଉଛି, ଖୁବ୍‌କମ୍‌ ଦିନରେ ଖରାପ ହୋଇଯାଉଛି । ରାସ୍ତାଗୁଡିକର ଉନ୍ନତୀକରଣ ପାଇଁ ଜବରଦଖଲ ଉଛେଦ କରାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ କଲେକ୍ଟର ବଙ୍ଗଳା-ଲୋୟର ବସଷ୍ଟାଣ୍ଡ ରାସ୍ତା, ଡିଆରଡିଏ ଛକଠାରୁ ଅପରବସଷ୍ଟାଣ୍ଡ ରାସ୍ତା, ଅପରବସଷ୍ଟାଣ୍ଡରୁ ରିକାପଲ୍ଲୀ ରାସ୍ତା, ପାତ୍ର ସାହି-କୋର୍ଟ ଷ୍ଟେସନ- ମୁଖ୍ୟ ଷ୍ଟେସନ ରାସ୍ତା , ଗ୍ରୀଡ୍‌ ଛକରୁ ରେଲୱେ ରାସ୍ତା ଆଦି ମଧ୍ୟ ପିଡବ୍ଲ୍ୟୁଡିକୁ ହସ୍ତାନ୍ତର ହୋଇଥିଲା। ଉକ୍ତ ରାସ୍ତା ଗୁଡିକଉନ୍ନତିକରଣ ହୋଇସାରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri