ପୃଥକ୍‌ ବାଇକ୍‌ ଦୁର୍ଘଟଣା, ୯ ଆହତ


ସୋରଡ଼ା,୪।୧୧(ଡି.ଏନ୍‌.ଏ.)- ସୋରଡା ଅଞ୍ଚଳରେ ୩ଟି ଦୁର୍ଘଟଣାରେ ୯ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି। ଶନିବାର ସକାଳ ୯ଟାରେ ବ୍ଲକ ଲାଇନ୍‌ରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ମାଣିକପୁରର ଚିତ୍ତରଞ୍ଜନ ବିଷୋୟୀ ଆହତ ହୋଇଥିଲେ। ଭଞ୍ଜନଗର ରାସ୍ତାରେ କାଳିଆ ଗୌଡ଼, ଭଜରାମ ଗୌଡ଼, ବୃନ୍ଦାବନ ଗୌଡ଼ ସନ୍ୟାସୀ ଗୌଡ଼, ଆକୁଳ ଗୌଡ଼ ପ୍ରମୁଖ ୨ଟି ବାଇକ୍‌ରେ ପଞ୍ଚାନନ ଦର୍ଶନ କରିବାକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ୨ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ଆହତ ହୋଇଥିଲେ। ଆକୁଳକୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭଞ୍ଜନଗର ରାସ୍ତାରେ ସୋରଡା ଅଭିମୁଖେ ଆସୁଥିବା ଅମୃତୁଲୁ ଗ୍ରାମର ରାଜେନ୍ଦ୍ର ସ୍ବାଇଁଙ୍କ ବାଇକ ସହ ବିପରୀତ ଦିଗରୁ ଶାସନ ଅଭିମୁଖେ ଆସୁଥିବା ଆକାଶ ବିଷୋୟୀଙ୍କ ବାଇକ ସହ ଧକ୍କା ହୋଇଥିଲା। ଫଳରେ ରାଜେନ୍ଦ୍ର, ଆକାଶ ଓ ତାଙ୍କ ଗାଡି ପଛରେ ବସିଥିବା ଆକାଶ ମଧ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ସୋରଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚତ୍ଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri