ନିମିନାରେ ଉତ୍ତେଜନା ଘଟଣା, ୪ ମାମଲା ରୁଜୁ


ଆସିକା,୫।୧୦(ଡି.ଏନ.ଏ.)- ଗାଙ୍ଗପୁର ଥାନା ନିମିନା ଗ୍ରାମରେ ବୁଧବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ଅପରାହ୍ନରେ ସଂଘବଦ୍ଧ ଭାବେ ଗ୍ରାମରେ ମାରଣାସ୍ତ୍ରର ଭୟ ଦେଖାଇ ଗାଳି ଗୁଲଜ ଓ ଧମକ ଦେଇଥିବା ନେଇ ନିମିନା ରତନି ସାହିର ୨୦ରୁ ଉର୍ଦ୍ଧ୍ୱ ବାସିନ୍ଦା ଥାନାରେ ଦୁଇଟି ପୃଥକ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ୬/୭ ଜଣଙ୍କ ନାମରେ ଗାଙ୍ଗପୁର ଥାନାରେ ନଂ.୧୪୦/୧୭ ଓ ନଂ.୧୪୧/୧୭ରେ ମାମଲା ରୁଜୁ କରାଯାଇଛି। ସେହିଭଳି ନିମିନା ବସଷ୍ଟାଣ୍ଡ ସାହିର ମୁନା ପ୍ରଧାନ ଓ ଅନ୍ୟ ଜଣଙ୍କୁ ମଙ୍ଗଳବାର ମାଡ ମରାଯାଇଥିବା ନେଇ ସେମାନେ ରତନି ସାହିର ୫/୬ ଜଣଙ୍କ ବିରୋଧରେ ପୃଥକ ଦୁଇଟି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ନଂ.୧୪୨/୧୭ ଓ ୧୪୩/୧୭ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ସବ ଇନିସପେକ୍ଟର ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି। ଦଶହରା ପୂଜାକୁ କେନ୍ଦ୍ର କରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ମଙ୍ଗଳବାରଠାରୁ ଅଶାନ୍ତି ଲାଗି ରହିଥିବା ପୋଲିସ କହିଛି ା ଶାନ୍ତି ରକ୍ଷା ଓ ଅଭିଯୁକ୍ତଙ୍କୁ ଓରିବା ଲାଗି ପାଟ୍ରୋଲିଂ ଜାରି ରହିଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri