ଜୁଆଆଡ୍ଡାରେ ଚଢ଼ାଉ, ୮୭ ଗିରଫ


ବ୍ରହ୍ମପୁର ଅଫିସ, ୫।୧୦- କୁମାରପୂର୍ଣ୍ଣିମା ପୂର୍ବ ବୁଧବାର ରାତିରେ ଟାଉନ ଏସଡିପିଓ ଶାନ୍ତନୁ ଦାସଙ୍କ ନିଦ୍ଦେର୍ଶକ୍ରମେ ବୈଦ୍ୟନାଥପୁର, ଟାଉନ ଥାନା ଓ ବଡବଜାର ଥାନା ପୋଲିସ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ କରି ସାଢେ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲାରେ ଦୁର୍ଗାପୂଜାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତାସପାଲି ଖେଳ ହୋଇଥାଏ। ଏହି ତାସ ଖେଳରେ ଲୋକେ ଟଙ୍କା, ଗାଡି ଓ ଘର ଇତ୍ୟାଦି ବାଜି ଲଗାଇ ଥାନ୍ତି। ତେବେ ଗଞ୍ଜାମ ଜିଲା ପୋଲିସ କେବଳ କୁମାରପୂର୍ଣ୍ଣିମାରେ ଖେଳରେ ଆଇନ କୋହଳ କରୁଥିବା ବେଳେ ଅନ୍ୟ ଦିନଗୁଡିକରେ ଏହାକୁ ବେଆଇନ ଭାବେ ଚଢାଉକରି ଲକ୍ଷ ଲକ୍ଷ ଟଙ୍କା ଜବତ୍‌ କରିବା ସହ ଜୁଆଡିମାନଙ୍କୁ ଗିରଫ କରିଥାଏ। ବୁଧବାର ରାତିରେ ମଧ୍ୟ ବୈଦ୍ୟନାଥପୁର ପୋଲିସ ପକ୍ଷରୁ ଖୋଡାସିଂ ଓ ରାମନଗର ଅଞ୍ଚଳରେ ଚାଲୁଥିବା ଏକ ଜୁଆଆଡ୍ଡାରେ ଚଢାଉ କରାଯାଇ ୩ ଲକ୍ଷ ୮୯ ହଜାର ୯୨୦ଟଙ୍କା ଜବତ୍‌ କରାଯାଇ ୧୩ ଜୁଆଡିଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ . ୧୮୩, ୧୮୪/୧୭ରେ ମାମଲା ରୁଜୁ କରାଯାଇଛି। ସେହିଭଳି ଟାଉନଥାନା ପୋଲିସ ୩ ସ୍ଥାନ ଯଥା ଭୀମରାଓପେଟା,ଗେଟବଜାରସ୍ଥିତ ଜଗୁଲିସାହି ଓ ବଗୁଲି ଷ୍ଟିଟ୍‌ରେ ଚଢାଉ କରି ୧ଲକ୍ଷ ୨୧ ହଜାର ୨୫୦ଟଙ୍କା ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୨୬ଜଣ ଜୁଆଡିଙ୍କୁ ଗିରଫ କରଛି। ସେମାନଙ୍କ ନାମରେ ନଂ ୧୯୯, ୨୦୦ ଓ ୨୦୧/୧୭ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି। ସେହିପରି ବଡବଜାର ପୋଲିସ ପକ୍ଷରୁ ଫାଷ୍ଟଗେଟ ଅଟୋନଗର, ଜଗବନ୍ଧୁସାହି, ହରିଡାଖଣ୍ଡି ଛକ ଓ ଲକ୍ଷ୍ମୀନୃସିଂହ ସାହି ଅଞ୍ଚଳରେ ଚଢାଉ କରାଯାଇ ମୋଟ ୩ଲକ୍ଷ ୮୨ହଜାର ୪୦୦ଟଙ୍କା ଜବତ୍‌ କରାଯାଇଥିବା ବେଳେ ମୋଟ୍‌ ୪୮ଜଣ ଜୁଆଡିଙ୍କୁ ଗିରଫ କରାଯାଇ ନଂ. ୧୬୦,୧୬୧,୧୬୨ ଓ ୧୬୩/୧୭ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କ ଠାରୁ ମୋବାଇଲ ଫୋନ ଓ ସିମ ଜବତ କରାଯାଇଥିବା ବଡବଜାର ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ କହିଛନ୍ତି। ତେବେ ଗିରଫ ହୋଇଥିବା ଜୁଆଡିମାନଙ୍କୁ ଗୁରୁବାର କୋର୍ଟ ଚାଲଣ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri