ଦୁର୍ଘଟଣାରେ ନାବାଳକ ଗୁରୁତର, ପ୍ରତିବାଦରେ ରାସ୍ତାରୋକ


ଧରାକୋଟ, ୨୩।୮ (ଡି.ଏନ୍‌.ଏ.)- ଧରାକୋଟ ଥାନା ତାଳପାଟଣା ଗ୍ରାମରେ ଦୁର୍ଘଟଣାକୁ ନେଇ ତୁମୁଳ କାଣ୍ଡ ଘଟିଛି। ବୁଧବାର ସକାଳ ପ୍ରାୟ ସାଢେ ୯ଟା ବେଳେ ବାଇକ ଧକ୍କାରେ ଗ୍ରାମର ଯୁଗଳ ନାଇକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର (୫) ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ତାଳପାଟଣାରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଗଛଗଣ୍ଡି ପକାଇ ଜାତୀୟ ରାଜପଥ ୫୯କୁ ଅବରୋଧ କରିଥିଲେ। ଖବର ପାଇ ଧରାକୋଟ ଥାନା ଅଧିକାରୀ ରଞ୍ଜନ କୁମାର ଦେ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଠାରେ ତୁରନ୍ତ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ପିଡ୍‌ବ୍ରେକର ରଖା ଯାଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ (ଓଆର୦୭କ୍ୟୁ-୪୮୬୦)କୁ ଥାନା ଅଧିକାରୀ ଜବତ କରି ୮୯/୧୭ରେ ଏକ ମାମଲା ରୁଜୁ କରିଛନ୍ତି। ବାଇକଟି ସୋରଡାରୁ ଆସିକା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବାରୁ ହମ୍ପସ୍‌ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି  ଆଇଆଇସି କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri